ହୁ ହୁ ହୋଇ ବଢୁଛି ପେଟ୍ରୋଲ-ଡିଜେଲ ଦର : ସାଧାରଣ ଜନତାଙ୍କ ମଧ୍ୟରେ ହାହାକାର

ହୁ ହୁ ହୋଇ ବଢୁଛି ପେଟ୍ରୋଲ-ଡିଜେଲ ଦର

ମାଲକାନଗିରି: ପେଟ୍ରୋଲ ଓ ଡିଜେଲ ଦର ଏବେ ହୁ ହୁ ହୋଇ ବଢି ଚାଲିଛି। ଆଜି ପୁଣି ପେଟ୍ରୋଲ ଦର ୮୦ ପଇସା ବଢିଥିବା ବେଳେ ଡିଜେଲ ଦର ୮୫ ପଇସା ବଢିଛି। ମାଲକାନଗିରିରେ ଏବେ ପେଟ୍ରୋଲ ଲିଟର ପିଛା ୧୧୫.୦୪ ଟଂକା ରହିଥିବା ବେଳେ ଡିଜେଲ ଦର ୧୦୪.୬୩ ଟଙ୍କାରେ ପହଞ୍ଚିଛି। ତେଲ ଦର ବଢୁଥିବାରୁ ସାଧାରଣ ଲୋକଙ୍କ ପକେଟକୁ ବାଧୁଥିବା ଜଣାପଡିଛି।ଏହା ସହ ତାଳଦେଇ ଅତ୍ୟାବଶକୀୟ ଜିନିଷର ଦରଦାମ ମଧ୍ୟ ଆକାଶ ଛୁଆଁ ହେଲାଣି।ଲୋକେ ଏବେ ତ୍ରାହୀ ତ୍ରାହୀ ଡାକ ଛାଡିଲେଣି।ଯେଉଁମାନେ ପୂର୍ବରୁ ୧୦୦ ଟଙ୍କାର ତେଲ ପକାଉଥିଲେ ସେମାନେ ଏବେ ମାତ୍ର ୨୦ରୁ ୫୦ ଟଙ୍କାର ଦେଲ ପକାଉଛନ୍ତି। ଘରୁ ପଦାକୁ ବାହାରିଲେ ଗାଡି ଧରି ବାହାରୁଥିଲେ। କିନ୍ତୁ ଏବେ ଲୋକେ ଆଉ ଗାଡି ବଦଳରେ ପାଦରେ ଚାଲି ଚାଲି ଯିବାକୁ ପସନ୍ଦ କରୁଛନ୍ତି। ସେହିପରି ଯେଉଁ ଲୋକ ସୌକ ପାଇଁ ନିଜ ଘରେ କାର ଖଣ୍ଡିଏ ରଖିଛନ୍ତି ସେମାନେ ବି ଆଉ କାର କାଡିବାକୁ ଭୟ କଲେଣି। ସେତେବେଳେ ୫୦୦ ଟଙ୍କାର ତେଲ ପକାଇଲେ ଯେତେ ବୁଲୁଥିଲେ ଏବେ ଆଉ ତାହା ନାହିଁ। ତେଣୁ ଲୋକେ ଆଉ ପରିବାରକୁ ନେଇ ବାହାରକୁ ବୁଲିବାକୁ ଯିବାକୁ ଅମଙ୍ଗ ହେଉଥିବା ଦେଖିବାକୁ ମିଳିଛି। ଗତ ସପ୍ତାହ ମଧ୍ୟରେ ୭ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ବଢି ସାରିଲାଣି। କିନ୍ତୁ ମାଲକାନଗିରି ଜିଲ୍ଲାକୁ ଲାଗି ରହିଥିବା ଛତିଶଗଡର ସୁକମା ଜିଲ୍ଲାରେ ତେଲ ଦର ୧୧୦ ଟଂକା ରହିଛି। ମାଲକାନଗିରି ଠାରୁ ୫ ଟଙ୍କା କମ୍ ରହିଛି। ଏପରିକି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଠାରୁ ମାତ୍ର ତିନି କିଲୋ ମିଟର ଦୂରରେ ରହିଛି।
ଛତିଶଗଡର ଦୋରନାପାଲ ଗ୍ରାମ। ଏଠାରେ ତେଲ ଦର ୧୧୦ ଟକା ରହିଛି। ମାତ୍ର ତିନି କିଲୋମିଟର ଦୁରରେ ୫ ଟଙ୍କାର ଫରକ ରହିଛି। ସେହିପରି ଡିଜେଲ ଦର ମଧ୍ୟ ହୁ ହୁ ହୋଇ ବଢୁଥିବାରୁ ଅତ୍ୟାବଶକୀୟ ଜିନିଷ, ପନିପରିବା ଇତ୍ୟାଦି ଉପରେ ଏହାର ପ୍ରଭାବ ପଡିଛି। ମାଲକାନଗିରିରେ ଏବେ ପନିପରିବା ଦର ଏତେ ବଢିଛି ଯେ ପକେଟକୁ ବାଧୁଛି। ପୂର୍ବରୁ ଲୋକେ ଯେତେ ଟଙ୍କାର ଖରିଦ କରି ନେଉଥିଲେ ଏବେ ଆଉ ତାହା କରୁନଥିବା ଦେଖିବାକୁ ମିଳିଛି। ତେବେ ଆଗକୁ ଯଦି ତେଲ ଦର ଏପରି ବଢେ ତେବେ ସାଧାରଣ ଲୋକଙ୍କ ଉପରେ ଏହାର ବିଶେଷ ପ୍ରଭାବ ପଡିବ ବୋଲି କୁହାଯାଇଛି। ତେଲ ଦରକୁ ନେଇ ବିରୋଧୀ ଚୁପ ରହିଥିବା ଯୋଗୁଁ ଏହା ଦ୍ରୁତ ଗତିରେ ବଢିବାରେ ଲାଗିଛି ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି।

Share Now:

Kalinga News Beuro

Next Post

ଦୁଷ୍କର୍ମ ପାଇଁ ଅନେକାଂଶରେ ମୋବାଇଲ ଦାୟୀ : ଗୁଜୁରାଟ ଗୃହମନ୍ତ୍ରୀ

Sat Apr 2 , 2022
ଅହମ୍ମଦାବାଦ: ଭାରତରେ ମୋବାଇଲରେ ସହଜରେ ପର୍ଣ୍ଣ ଭିଡିଓ ଦେଖିହେଉଛି। ମୋବାଇଲରୁ ମୋବାଇଲ ଏହି ପର୍ଣ୍ଣ ଭିଡିଓ ସବୁ ଘୁରିବୁଲୁଥିବାରୁ ଏହା ଜଣେ ବ୍ୟକ୍ତିଙ୍କ ମାନସିକ ଅବସ୍ଥା ଉପରେ କୁପ୍ରଭାବ ପକାଉଛି, ଆଉ ଯେଉଁଥିପାଇଁ ଭାରତରେ ଦୁଷ୍କର୍ମ ମାମଲା ଦିନକୁ ଦିନ ବଢି ବଢି ଚାଲୁଛି। ଗୁଜୁରାଟର ଗୃହମନ୍ତ୍ରୀ ହର୍ଷ ସାଙ୍ଗଭୀ କିଛି ଏଭଳି କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ଭାରତରେ ଦୁଷ୍କର୍ମର ମୁଖ୍ୟ କାରଣ ହେଉଛି ମୋବାଇଲରେ ଅଶ୍ଳୀଳ ଭିଡିଓ […]
ଦୁଷ୍କର୍ମ ବଢୁଛି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial