ଗୋରଖନାଥ ମନ୍ଦିର ଆକ୍ରମଣ ସଂପର୍କରେ ଗୁଇନ୍ଦା ବିଭାଗ ମାର୍ଚ୍ଚ ୩୧ରେ ସତର୍କ କରାଇଦେଇଥିଲା

ଓଏନଜିସି କାରଖାନାରେ ଅଗ୍ନିକାଣ୍ଡ

ଗୋରଖପୁର : ଗୋରଖପୁରର ପ୍ରସିଦ୍ଧ ଗୋରଖନାଥ ମନ୍ଦିର ଉପରେ ଗତ ରବିବାର ହୋଇଥିବା ଆକ୍ରମଣ ପଛରେ ଆତଙ୍କବାଦୀ ଲିଙ୍କ୍ ଥିବା ଉତ୍ତରପ୍ରଦେଶ ପୁଲିସ ସଂଦେହ କରୁଛି। ତେବେ ଏହି ଆକ୍ରମଣ ସଂପର୍କରେ ଗୁଇନ୍ଦା ଏଜେନ୍ସି ଗୁଡ଼ିକ ପୂର୍ବରୁ ସତର୍କ କରାଇଦେଇଥିଲେ । ଗତ ମାର୍ଚ୍ଚ ୩୧ ତାରିଖରେ ଗୁଇନ୍ଦା ଏଜେନ୍ସି ଗୁଡ଼ିକ ଗୋରଖନାଥ ମନ୍ଦିର ଉପରେ ଆକ୍ରମଣ ଆଶଙ୍କା ନେଇ ଉତ୍ତରପ୍ରଦେଶ ପୁଲିସକୁ ନିର୍ଦ୍ଦିଷ୍ଟଭାବେ ସୂଚୀତ କରିଥିଲେ। ମାର୍ଚ୍ଚ ୩୧ରେ ଗୁଇନ୍ଦା ଏଜେନ୍ସି ଓ ଉତ୍ତରପ୍ରଦେଶ ପୁଲିସ ମଧ୍ୟରେ ଏକ ବୈଠକ ହୋଇଥିଲା । ବୈଠକରେ ଏହି ଆକ୍ରମଣ ପାଇଁ ଏକ ୧୬ ଜଣିଆ ଦଳ ଷଡ଼ଯନ୍ତ୍ର କରୁଥିବା ପୁଲିସକୁ ସୂଚନା ଦିଆଯାଇଥିଲା । ଏହି ୧୬ ଜଣଙ୍କ ମଧ୍ୟରେ ଆକ୍ରମଣକାରୀ ତଥା ଆଇଆଇଟି ବମ୍ବେ ଛାତ୍ର ଅହମ୍ମଦ ଆବ୍ବାସ ମୁର୍ତାଜା ଥିଲା ।
ରବିବାର ସଂଧ୍ୟାରେ ଗୋରଖନାଥ ମନ୍ଦିରର ଦକ୍ଷିଣ ଗେଟରେ ମୁତୟନ ଥିବା ପୁଲିସ କର୍ମୀଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା ମୁର୍ତାଜା । ଏହି ଘଟଣାକୁ ଏକ ଆତଙ୍କବାଦୀ କାର୍ଯ୍ୟ ବୋଲି ଅବିହିତ କରିଛି ପୁଲିସ । ଆକ୍ରମଣ କରି ସେ ମଧ୍ୟ ଗୋରଖନାଥ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା ତେବେ ସୁରକ୍ଷାକର୍ମୀ ତାଙ୍କୁ କାବୁ କରିନେଇଥିଲେ। ଉତ୍ତରପ୍ରଦେଶ ସରକାର ଘଟଣାର ତଦନ୍ତ କରିବାକୁ ଏଟିଏସକୁ ହସ୍ତାନ୍ତର କରିଛନ୍ତି । ଅନ୍ୟପକ୍ଷରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଆଜି ସନ୍ଧ୍ୟାରେ ଗୋରଖପୁର ଯାଇ ସ୍ଥିତି ସମୀକ୍ଷା କରିବା ସହ ଆହତ କନେଷ୍ଟବଳମାନଙ୍କୁ ଭେଟିଛନ୍ତି।

Share Now:

Kalinga News Beuro

Next Post

ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାରେ ଜଣେ ସଂଦିଗ୍ଧ ଅଟକ, ସୂଚନା ଦେଲେ ପୁରୀ ଏସପି

Tue Apr 5 , 2022
ଭୁବନେଶ୍ବର : ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାରେ ଜଣେ ସଂଦିଗ୍ଧକୁ ଅଟକ ରଖିଛି ପୁରୀ ପୁଲିସ। ସିସିଟିଭି ଫୁଟେଜକୁ ଆଧାର କରି ସଂପୃକ୍ତ ବ୍ୟକ୍ତିକୁ ଚିହ୍ନଟ କରାଯିବା ପରେ ଅଟକ ରଖାଯାଇଥିବା ପୁଲିସ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ସଂପୃକ୍ତ ବ୍ୟକ୍ତିକୁ ପୁରୀ-ଖୋର୍ଦ୍ଧା ସୀମାରୁ ଧରାପଡ଼ିଥିବା ସୂଚନା ମିଳିଛି।ଗତ ରବିବାର ରାତିରେ ଶ୍ରୀମନ୍ଦିର ରୋଷଘରର ଚୁଲା ଭଙ୍ଗାଯାଇଥିଲା। କେହି ଦୁର୍ବୃତ୍ତ ଶାବଳରେ ରୋଷଘରର ୪୩ଟି ଚୁଲିକୁ ଭାଙ୍ଗି […]
ଶ୍ରୀମନ୍ଦିର ରୋଷଘର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial