ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାରେ ଜଣେ ସଂଦିଗ୍ଧ ଅଟକ, ସୂଚନା ଦେଲେ ପୁରୀ ଏସପି

ଶ୍ରୀମନ୍ଦିର ରୋଷଘର

ଭୁବନେଶ୍ବର : ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣାରେ ଜଣେ ସଂଦିଗ୍ଧକୁ ଅଟକ ରଖିଛି ପୁରୀ ପୁଲିସ। ସିସିଟିଭି ଫୁଟେଜକୁ ଆଧାର କରି ସଂପୃକ୍ତ ବ୍ୟକ୍ତିକୁ ଚିହ୍ନଟ କରାଯିବା ପରେ ଅଟକ ରଖାଯାଇଥିବା ପୁଲିସ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ସଂପୃକ୍ତ ବ୍ୟକ୍ତିକୁ ପୁରୀ-ଖୋର୍ଦ୍ଧା ସୀମାରୁ ଧରାପଡ଼ିଥିବା ସୂଚନା ମିଳିଛି।
ଗତ ରବିବାର ରାତିରେ ଶ୍ରୀମନ୍ଦିର ରୋଷଘରର ଚୁଲା ଭଙ୍ଗାଯାଇଥିଲା। କେହି ଦୁର୍ବୃତ୍ତ ଶାବଳରେ ରୋଷଘରର ୪୩ଟି ଚୁଲିକୁ ଭାଙ୍ଗି ଦେଇଥିଲା। ଦୁର୍ବୃତ୍ତମାନେ କୋଠଭୋଗ, ଅହିରା, ପିଠାଆଡ଼, ସାତପୁରୀ ଚୁଲିକୁ ଭାଙ୍ଗି ଦେଇଥିଲେ। ଏହାକୁ ନେଇ ସାରା ରାଜ୍ୟରେ ଚହଳ ପଡ଼ିଯାଇଥିଲା। ବିରୋଧୀ ଦଳମାନେ ଏହାକୁ ନିନ୍ଦା କରିବା ସହ ସରକାରଙ୍କୁ ଘେରିଛନ୍ତି।

Share Now:

Kalinga News Beuro

Next Post

ରମଜାନ ପାଇଁ ଉପବାସ କରିପାରିବେ ନାହିଁ ପାକ୍‌ ଏୟାରଲାଇନ୍‌ସର ପାଇଲଟ

Tue Apr 5 , 2022
ଇସ୍‌ଲାମାବାଦ: ଯାତ୍ରୀ ସୁରକ୍ଷାକୁ ଦୃଷ୍ଟିରେ ରଖି ପାକିସ୍ତାନର ଜାତୀୟ ବିମାନ ବାହକ (ପିଆଇଏ) ଏହାର କ୍ୟାପଟେନ୍‌ ଏବଂ ପ୍ରଥମ ଅଧିକାରୀମାନଙ୍କୁ ଚଳିତ ପବିତ୍ର ରମଜାନ ମାସରେ ଉପବାସ ପାଳନ କରିବାକୁ ବାରଣ କରିଛି। ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍‌ସ (ପିଆଇଏ)ର ଆଦେଶ ଦୁଇ ବର୍ଷ ପୂର୍ବେ କରାଚିରେ ଘଟିଥିବା ମର୍ମନ୍ତୁଦ ବିମାନ ଦୁର୍ଘଟଣାର ପୃଷ୍ଠଭୂମିରେ ଆସିଛି ଯେଉଁଥିରେ କ୍ରୁ ସଦସ୍ୟଙ୍କ ସମେତ ପ୍ରାୟ ୧୦୦ ଯାତ୍ରୀଙ୍କ ମୃତ୍ୟୁ ଘଟଥିଲା। ସେହି ବିମାନର […]
ପାକ୍‌ ଏୟାରଲାଇନ୍‌ସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial