ପଳାସୁଣିରେ ଇଞ୍ଜିନିୟର ମୃତ୍ୟୁ ଘଟଣା: ଧରାପଡ଼ିଲା ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଚାଳକ ରଞ୍ଜନ

ପଳାସୁଣିରେ ଇଞ୍ଜିନିୟର ମୃତ୍ୟୁ ଘଟଣା

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ପଳାସୁଣି ଛକରେ ସୋମବାର ସକାଳୁ ଟ୍ରକ୍‌ ଧକ୍କାରେ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟଣାରେ ଆଜି ସକାଳୁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆରୁ ଗିରଫ ହୋଇଛି ଚାଳକ ସୌଭାଗ୍ୟ ରଞ୍ଜନ ପାତ୍ର। ତାଙ୍କର ଅସାବଧାନ ଓ ବେପରୁଆ ଗାଡ଼ି ଚାଳନା ଯୋଗୁ ଇଂଜିନିୟରଙ୍କ ଗାଡ଼ି ଦୁଇଟି ଟ୍ରକ ମଧ୍ୟରେ ଚାପି ହୋଇ ଯାଇଥିଲା। ଗିରଫଦାରି ପରେ ଟ୍ରକ ଚାଳକ କହିଛନ୍ତି ଯେ, ସାମ୍ନାରେ ଯାଉଥିବା ଡମ୍ପରକୁ ଦେଖିକି ଗାଡ଼ି ଚଳାଉଥିଲି। ରାସ୍ତା ଗଡ଼ାଣି ଥିଲା। ସେଥିପାଇଁ ଗାଡ଼ି ଦ୍ରୁତଗତିରେ ମାଡ଼ି ଯାଇଥିଲା। ତେଣୁ ଜାଣିପାରି ନଥିଲି ଯେ ଆଗରେ କାରଟିଏ ଯାଉଛି। ଶେଷରେ ବ୍ରେକ୍‌ ମାରିବା ପରେ ମଧ୍ୟ ଗାଡ଼ି ଅଟକି ନ ଥିଲା। ଦୁର୍ଘଟଣା ଘଟିଥିଲା।
ଅନ୍ୟପଟରେ ଅଭିଯୁକ୍ତ ଚାଳକ ସୌଭାଗ୍ୟ କୁମାର ପାତ୍ରକୁ ଗିରଫ କରିବା ପରେ କମିସନରେଟ ପୁଲିସ କହିଛି ଯେ, ଅସାବଧାନତା ଓ ବେପାରୁଆ ଗାଡ଼ି ଚାଳନା ପାଇଁ ଦୁର୍ଘଟଣା ଘଟିଛି। ଟ୍ରକ୍‌ର କ୍ଷମତା ଠାରୁ ୬ ଟନ୍‌ରୁ ଅଧିକ ସାମଗ୍ରୀ ନେଇଯାଉଥିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି। ଅତିରିକ୍ତ ଡିସିପି ତରୁଣ କୁମାର ଦାସ କହିଛନ୍ତି ଯେ, ହାଇୱାର ଓଜନ ୧୧୦୮୦ କିଲୋ। ହାଇୱାରେ ମାଲ ପରିବହନ ପାଇଁ ୨୫୦୦୦ କିଲୋକୁ ଅନୁମତି ମିଳିଥାଏ।ହାଇୱାରେ ମାଲ ଓଜନ ଅନୁମତି ୩୬୦ କିଲୋ ହେବା କଥା। ଦୁର୍ଘଟଣା କରିଥିବା ହାଇୱା ଓ ସେଥିରେ ଥିବା ମାଲର ମୋଟ ଓଜନ ଥିଲା ୪୨,୭୯୦ କିଲୋ। ଯେତିକି ଅନୁମତି ଅଛି ତାଠୁ ୬୭୧୦ କିଲୋ ଅଧିକ ମାଲ ବୋଝେଇ କରି ନେଇଥିଲେ ଡ୍ରାଇଭର। ଦ୍ରୁତ ଓ ବେପରୁଆ ଗାଡିଚାଳନା ପାଇଁ ଏହି ଦୁର୍ଘଟଣା ଘଟିଛି। ସୂଚନାଯୋଗ୍ୟ, ଗତ ସୋମବାର ସକାଳୁ ପଳାସୁଣି ଛକ ନିକଟରେ ଏକ ଟ୍ରକ ବ୍ରେକ୍ ଫେଲ ହୋଇ ରାସ୍ତାରେ ଠିଆ ହୋଇଥିଲା। ତାକୁ ଏକ କାର ଧକ୍କା ଦେଇଥିଲା। ତାପରେ ଆଉ ଏକ ଟ୍ରକ୍ କାରକୁ ପଛପଟୁ ଧକ୍କା ଦେଇଥିଲା। ୨ଟି ଟ୍ରକ ମଝିରେ କାର୍‌ଟି ଚାପି ହୋଇଯାଇଥିଲା। ତାପରେ ସେହି କାରର ଚାଳକ ତଥା ଯାଜପୁର ଜିଲ୍ଲା ଧର୍ମଶାଳା ବିଦ୍ୟୁତ୍‌ ବିଭାଗର ଏସଡିପିଓ ସୁମନ୍ତ ଦାସ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ଶ୍ରୀ ଦାସଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ପ୍ରାୟ ୫ ଘଣ୍ଟା ଧରି ରାସ୍ତା ଜାମ୍ ହୋଇଥିଲା। ଏଥିଯୋଗୁ ଶହଶହ ଗାଡ଼ି ରାସ୍ତାରେ ଅଟକି ରହିଥିବାର ଦେଖିବାକୁ ମିଳିଥିଲା।

Share Now:

Kalinga News Beuro

Next Post

ସିଏମସି ଡେପୁଟି ମେୟର ନିର୍ବାଚନ ପାଇଁ ବିଜେଡିର ହୁଇପ ଜାରି

Wed Apr 6 , 2022
କଟକ: ଆସନ୍ତାକାଲି ସିଏମସିର ନବନିର୍ବାଚିତ କର୍ପୋରେଟର ଏବଂ ମେୟର ବିଧିବଦ୍ଧ ଭାବେ ଶପଥ ନେବେ।ସେହିପରି ଆସନ୍ତାକାଲି ଡେପୁଟି ମେୟର ନିର୍ବାଚନ କରାଯିବ। ନିର୍ବାଚନ ପାଇଁ ହୁଇପ ଜାରି କରିଛି ବିଜେଡି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କଟକ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ ହୁଇପ ଜାରି କରିଛନ୍ତି। ହୁଇପ ଅନୁସାରେ ବିରୋଧୀଙ୍କ ପକ୍ଷରୁ ଯଦି କେହି ଡେପୁଟି ମେୟର ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରନ୍ତି,ତେବେ ନିର୍ବାଚନ କରାଯିବ। ଦଳ […]
ସିଏମସି ଡେପୁଟି ମେୟର ନିର୍ବାଚନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial