ସିଏମସି ଡେପୁଟି ମେୟର ନିର୍ବାଚନ ପାଇଁ ବିଜେଡିର ହୁଇପ ଜାରି

ସିଏମସି ଡେପୁଟି ମେୟର ନିର୍ବାଚନ

କଟକ: ଆସନ୍ତାକାଲି ସିଏମସିର ନବନିର୍ବାଚିତ କର୍ପୋରେଟର ଏବଂ ମେୟର ବିଧିବଦ୍ଧ ଭାବେ ଶପଥ ନେବେ।ସେହିପରି ଆସନ୍ତାକାଲି ଡେପୁଟି ମେୟର ନିର୍ବାଚନ କରାଯିବ। ନିର୍ବାଚନ ପାଇଁ ହୁଇପ ଜାରି କରିଛି ବିଜେଡି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କଟକ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ ହୁଇପ ଜାରି କରିଛନ୍ତି। ହୁଇପ ଅନୁସାରେ ବିରୋଧୀଙ୍କ ପକ୍ଷରୁ ଯଦି କେହି ଡେପୁଟି ମେୟର ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରନ୍ତି,ତେବେ ନିର୍ବାଚନ କରାଯିବ। ଦଳ ଯାହାର ନାମକୁ ଘୋଷଣା କରିବ,ସମସ୍ତେ ତାଙ୍କୁ ଭୋଟ ଦେବେ। ଡେପୁଟି ମେୟରଙ୍କ ନାମ ମୁଖ୍ୟମନ୍ତ୍ରୀ ଏକ ବନ୍ଦ ଲଫାପାରେ ପଠାଇଛନ୍ତି। ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟଙ୍କୁ ଦେଖାଇ ଭୋଟ ଦେବେ ବୋଲି ହୁଇପ ଜାରି କରାଯାଇଛି। ହୁଇପକୁ ଅମାନ୍ୟ କଲେ କର୍ପୋରେଟର ପଦ ହରାଇବେ ବୋଲି କଡାକଡି ଚେତାବନୀ ଦେଇଛନ୍ତି ଦେବାଶିଷ। ଏପରି ହେଲେ ସେହି ୱାର୍ଡରେ ପୁନର୍ବାର ନିର୍ବାଚନ ହେବ ବୋଲି କହିଛନ୍ତି କଟକ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ।

Share Now:

Kalinga News Beuro

Next Post

ସମନ୍ୱୟ ବୈଠକରେ ନିଷ୍ପତ୍ତି : ଏଥର ଭକ୍ତଙ୍କ ସହ ରୁକୁଣା ରଥଯାତ୍ରା

Wed Apr 6 , 2022
ପୁରୁଣା ଭୁବନେଶ୍ୱର: ଦୁଇବର୍ଷ ପରେ ଭକ୍ତ ଦେଖିବେ ରକୁଣା ରଥଯାତ୍ରା। ଗତ ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁଁ ରୁକୁଣା ରଥରେ ମହାପ୍ରଭୁଙ୍କୁ ଦର୍ଶନ କରିନଥିବା ଭକ୍ତ ଏଥର ସୁଯୋଗ ପାଇବେ। ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ସମନ୍ବୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥାଯାତ୍ରା ପାଇଁ ଆଜି ସ୍ୱତନ୍ତ୍ର ସର୍କିଟ୍‍ ହାଉସ୍‍ଠାରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରଥଯାତ୍ରା ଠାରୁ ବାହୁଡ଼ାଯାତ୍ରା […]
ଭକ୍ତ ଦେଖିବେ ରୁକୁଣା ରଥଯାତ୍ରା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial