ଓଡ଼ିଶା ଭିଜିଲାନ୍ସ ଇତିହାସରେ ପ୍ରଥମ ଘଟଣା : ଇଂଜିନିୟରଙ୍କ ଘରୁ ୨ କୋଟି ଜବତ

ଇଂଜିନିୟରଙ୍କ ଘରୁ ଜବତ ହେଲା ନଗଦ ୨ କୋଟି

ଭଞ୍ଜନଗର: ଓଡ଼ିଶା ଭିଜିଲାନ୍ସ ବିଭାଗକୁ ଆଉ ଏକ ବଡ଼ ସଫଳତା ମିଳିଛି। କୋଟିପତି ଇଞ୍ଜିନିୟରଙ୍କ ଘରେ ଚଢ଼ଉ ସମୟରେ ନଗଦ ୨ କୋଟି ଟଙ୍କା ମିଳିଛି। ଓଡ଼ିଶାର ଇତିହାସରେ ପୂର୍ବରୁ ଏତେ ପରିମାଣରେ ନଗଦ ଟଙ୍କା ଭିଜିଲାନ୍ସ ବିଭାଗ ଜବତ କରି ନଥିଲା। ତେଣୁ ବିପୁଳ ଟଙ୍କା ଗଣିବା ପାଇଁ ସମ୍ଭବପର ନ ହେବାରୁ ମେସିନ ମୁତନୟ କରାଯାଇଥିଲା। ଭିଜିଲାନ୍ସ ବିଭାଗ ଗଞ୍ଜାମ ଜିଲ୍ଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ଇଂ.କାର୍ତ୍ତିକେଶ୍ୱର ରାଉଳ ଓ ତାଙ୍କ ଦ୍ବିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କ ଟାଟା ଆରିୟାନା ୦୫୦୫ରୁ ଚଢ଼ଉ ସମୟରେ ଏହି ଟଙ୍କା ଜବତ କରିଛି। ଏଥି ସହିତ ଭିଜିଲାନ୍ସର କର୍ମଚାରୀମାନେ ଇଂ ରାଉଳଙ୍କ ଠିକଣାରୁ ୨୦ଟି ସୁନା ବିସ୍କୁଟ ଜବତ କରିଛି। ସୂଚନାଯୋଗ୍ୟ, କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ଇଂ.କାର୍ତ୍ତିକେଶ୍ୱର ରାଉଳଙ୍କ ଠିକଣାରେ ଭିଜିଲାନ୍ସ ଟିମ୍‌ ଆଜି ତାଙ୍କ ଘର ଓ ଅଫିସ୍‌ରେ ଚଢ଼ାଉ କରିବା ସହ ନଗଦ ୨କୋଟି ଟଙ୍କା ସହିତ ଅନ୍ୟ ସଂପତ୍ତି ଠାବ କରିଛନ୍ତି।
ବୁଧବାର ସକାଳ ସମୟରେ ପାର୍କରୋଡ଼ ବସନ୍ତ ନିଳୟ ସାହି ନିକଟରେ ଥିବା କ୍ଷୁଦ୍ର ଜଳସେଚନ କାର୍ଯ୍ୟାଳୟ ଏବଂ ସରକାରୀ କ୍ବାର୍ଟରରେ ଭୁବନେଶ୍ବରର ଭିଜିଲାନ୍ସ୍‌ ଡିଏସ୍‌ପି ଶ୍ରୀକାନ୍ତ ବେହେରାଙ୍କ ନେତୃତ୍ବରେ ୯ଜଣିଆ ଟିମ୍‌ ପହଞ୍ଚି ଚଢଉ ଆରମ୍ଭ କରିଥିଲେ। ଏହି ଚଢଉ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଜାରି ରହିଥିଲା। ଅଧିକାରୀମାନେ କାର୍ଯ୍ୟାଳୟ ଭିତରେ ଥିବା ଶ୍ରୀ ରାଉଳଙ୍କ ଚାମ୍ବରରେ କାଗଜପତ୍ର ଯାଞ୍ଚ୍‌ କରିଥିଲେ। ଏହାପରେ ତାଙ୍କର କ୍ବାର୍ଟରକୁ ଯାଇ ଛାନଭିନ୍‌ ଆରମ୍ଭ କରିଥିଲେ। ସେଠାରୁ ସେମାନ‌େ ନଗଦ ୨ ଲକ୍ଷ ୫୦ ହଜାର ୮ ଶହ ଟଙ୍କା ପାଇଥିଲେ ଏବଂ ତାଙ୍କର ଏକ ଦାମୀ କାର୍ ଜବତ କରାଯାଇଥିବା ଡିଏସ୍‌ପି ଶ୍ରୀ ବେହେରା ସୂଚନା ଦେଇଛନ୍ତି। ସମ୍ପତ୍ତି ସଂର୍ପକରେ କୌଣସି କାଗଜପତ୍ର ସେମାନଙ୍କ ହସ୍ତଗତ ହୋଇନଥିବା ‌ବେଳେ ଭୁବନେଶ୍ବର ଘର ଯାଞ୍ଚ ପରେ ସମସ୍ତ ତଥ୍ୟ ଦିଆଯିବ ବୋଲି ସେ କହିଥିଲେ। ଏହାପରେ ଭିଜିଲାନ୍ସ୍‌ ଅଧିକାରୀମାନେ ଶ୍ରୀ ରାଉଳଙ୍କୁ ସାଙ୍ଗରେ ନେଇଯାଇଥିଲେ।

Share Now:

Kalinga News Beuro

Next Post

ବୁଚା ଗଣହତ୍ୟା ପ୍ରସଙ୍ଗରେ ଜାତିସଂଘର ଜରୁରୀ ଅଧିବେଶନ : ଭାରତର ଆଭିମୁଖ୍ୟ ଉପରେ ନଜର

Thu Apr 7 , 2022
ନ୍ୟୁୟର୍କ : ଜାତିସଂଘ ମାନବ ଅଧିକାର ପରିଷଦରୁ ରୁଷକୁ ବିଦା କରିବାକୁ ଜାତିସଂଘ ସାଧାରଣ ପରିଷଦର ଏକ ଜରୁରୀ ବୈଠକ ଆରମ୍ଭ ହୋଇଛି। ଏହି ବୈଠକକୁ ଆମେରିକା ପକ୍ଷରୁ ଡକାଯାଇଥିଲା। ବୁଚା ଗଣହତ୍ୟା ପାଇଁ ଦାୟୀ କରି ରୁଷକୁ ମାନବ ଅଧିକାର ପରିଷଦରୁ ବାହାର କରିବାକୁ ଏହି ବୈଠକରେ ଭୋଟ ଗ୍ରହଣ କରାଯିବ। ଭାରତ ଏହି ଗଣହତ୍ୟାକୁ ପୂର୍ବରୁ ହିଁ ନିନ୍ଦା କରିବା ସହ ମୁକ୍ତ ତଦନ୍ତ ପାଇଁ ଦାବି […]
ଜାତିସଂଘର ଜରୁରୀ ବୈଠକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial