ସାମ୍ବାଦିକଙ୍କ ଉପରେ ପୁଲିସ ଅତ୍ୟାଚାର ଘଟଣା : ଖୋର୍ଦ୍ଧାରେ ସାମ୍ବାଦିକଙ୍କ କଳାବ୍ୟାଜ୍ ପରିଧାନ

ସାମ୍ବାଦିକଙ୍କ କଳାବ୍ୟାଜ୍ ପରିଧାନ

ଖୋର୍ଦ୍ଧା : ନୀଳଗିରିରେ ସମ୍ବାଦ ଓ କନକ ଟିଭିର ପ୍ରତିନିଧି ଲୋକନାଥ ଦଳାଇଙ୍କୁ ନୀଳଗିରି ଥାନା ଅଧିକାରୀ ଏକ ମାମଲାରେ ଆକ୍ରୋଶମୂଳକ ଭାବେ ଗିରଫ କରିବା ସହ ଥାନାକୁ ଆଣି ନିର୍ଯାତନା ଦେବା ଓ ଅସୁସ୍ଥ ସାମ୍ବାଦିକଙ୍କୁ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଗୋଡ଼ରେ ବେଡ଼ି ପକାଇବା ଘଟଣାର ପ୍ରତିବାଦ କରି ଆଜି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବୈଦ୍ୟୁତିକ, ୱେବ୍ ଓ ସମ୍ବାଦପତ୍ରର ସାମ୍ବାଦିକମାନେ କଳାବ୍ୟାଜ୍ ପିନ୍ଧିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲାରେ କାମ କରୁଥିବା ଶତାଧିକ ସାମ୍ବାଦିକ କଳାବ୍ୟାଜ୍ ପିନ୍ଧି ଜିଲ୍ଲା ଜନସମ୍ପର୍କ ଓ ସୂଚନା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକଯୁଟ ହୋଇଥିଲେ । ସେଠାରୁ ଏକ ରାଲିରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପହଞ୍ଚିଥିଲେ। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଦାବିପତ୍ର ଦେଇଥିଲେ। ଦାବିପତ୍ରରେ, ସାମ୍ବାଦିକ ଶ୍ରୀ ଦଳାଇଙ୍କ ପ୍ରତି ନୀଳଗିରି ଥାନା ଅଧିକାରୀ ଦ୍ରୌପଦୀ ଦାସ ପ୍ରତିଶୋଧ ପରାୟଣ ଓ ଆକ୍ରୋଶମୂଳକ ଭାବେ ଗିରଫ କରିଥିଲେ। ଥାନାକୁ ଡକାଇ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିଲେ। ଏଥିରେ ସାମ୍ବାଦିକ ଜଣକ ଅସୁସ୍ଥ ହେବାରୁ ତାଙ୍କୁ ହସ୍ପିଟାଲ୍ରେ ଗୋଡ଼ରେ ବେଡ଼ି ପକାଇ ଭର୍ତି କରାଇଥିଲେ। ଏହି ସମସ୍ତ ଘଟଣା ସମ୍ବିଧାନର ବ୍ୟକ୍ତି ସମ୍ମାନ ଓ ଆନ୍ତର୍ଜାତିକ ମାନବାଧିକାର ଆଇନର ଖୋଲା ଉଲ୍ଲଂଘନ ବୋଲି ଦର୍ଶାଇ ସମ୍ପୃକ୍ତ ଥାନା ଅଧିକାରୀଙ୍କୁ ବହିଷ୍କାର କରିବା ଓ ତୁରନ୍ତ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବାକୁ ଅନୁରୋଧ କରିଛନ୍ତି।
ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ସଂଗ୍ରାମ କେଶରୀ ହୋତା, ପ୍ରଶାନ୍ତ ସାହୁ, ପ୍ରଶାନ୍ତ ପାଇକରାୟ, ମହମ୍ମଦ ମୋତାହାର ୟୁସୁଫ, ସୟଦ ଅନ୍ସରି ଅଲ୍ଲୀ, ପ୍ରଭାତ କୁମାର ମିଶ୍ର, ବଳରାମ ଲେଙ୍ଗା, ଶୁଭ୍ରାଂଶୁ ସାମନ୍ତରାୟ, ଲୋହିତ ନାରାୟଣ ମହାପାତ୍ର, ରମେଶ ସାହୁ, ସତ୍ୟନାରାୟଣ ଦାଶ, ଗୋବିନ୍ଦ ଚନ୍ଦ୍ର ପଣ୍ଡା, ପି ତିରୁପତି ବାଲାଜି ପାତ୍ର, ସନ୍ତୋଷ କୁମାର ବାରିକ, ପ୍ରବୀଣ ଭଂଜ, ଗୋପାଳକୃଷ୍ଣ ପ୍ରଧାନ, ରାମ ନାରାୟଣ ଦାଶ, ନିରଂଜନ ଦୋରା, ରବି ନାରାୟଣ ସାହୁ, ଗୋପାଳ ଦାସ, ପ୍ରଦୀପ କୁମାର ବେହେରା, ପ୍ରକାଶ କୁମାର ହାତୀ, ଶୁଭଲକ୍ଷ୍ମୀ ସାମନ୍ତରାୟ, ଶୁଭ୍ରାଂଶୁ ମହାରଣା, ପ୍ରଭାତ ପାଣିଗ୍ରାହୀ, କାଳନ୍ଦୀ ବ୍ରହ୍ମା, ସୂର୍ଯ୍ୟନାରାୟଣ ମହାନ୍ତି, ନାରାୟଣ ମହାନ୍ତି, ସତ୍ୟ ପାଇକରାୟ, ରଣଜିତ କେଏନ୍ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ।

Share Now:

Kalinga News Beuro

Next Post

ଅଧିକ ସନ୍ତାନ ଜନ୍ମ କରନ୍ତୁ, ନଚେତ ଭାରତ ‘ହିନ୍ଦୁ-ବିହୀନ’ ହୋଇଯିବ: ଧର୍ମଗୁରୁ ୟାତି ନରସିଂହାନନ୍ଦ

Fri Apr 8 , 2022
ନୂଆଦିଲ୍ଲୀ: ହରିଦ୍ୱାର ଘୃଣା ଭାଷଣ ମାମଲାରେ ସଂପ୍ରତି ଜାମିନରେ ଥିବା ବିବାଦୀୟ ଧର୍ମଗୁରୁ ୟାତି ନରସିଂହାନନ୍ଦ ଆଗାମୀ ଦଶନ୍ଧିରେ ଦେଶକୁ ‘ହିନ୍ଦୁ-ବିହୀନ’ ହେବାରୁ ରୋକିବା ପାଇଁ ଅଧିକ ସନ୍ତାନ ଜନ୍ମ କରିବାକୁ ଦେଶର ହିନ୍ଦୁମାନଙ୍କୁ ଆହ୍ଵାନ ଦେଇଛନ୍ତି। ଗାଜିଆବାଦର ଦାସନା ମନ୍ଦିରର ମୁଖ୍ୟ ପୁରୋହିତ ଗୁରୁବାର ଦିନ ଗୋବର୍ଦ୍ଧନରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଗାଣିତିକ ଗଣନା ଦର୍ଶାଉଛି ଯେ ଜଣେ ଅଣ-ହିନ୍ଦୁ ୨୦୧୯ରେ ପ୍ରଧାନମନ୍ତ୍ରୀ ହେବେ। ସେ ଆହୁରି ମଧ୍ୟ […]
ଧର୍ମଗୁରୁ ୟାତି ନରସିଂହାନନ୍ଦ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial