ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦକୁ ବିରୋଧ : ରାଜନୈତିକ ଆକ୍ରୋଶର ଅଭିଯୋଗ

ଗଣେଶ ମଣ୍ଡପ ହାଟ ଉଚ୍ଛେଦ

ଭୁବନେଶ୍ୱର: ରାଜଧାନୀର ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାସ୍ଥଳରେ ୧୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। କିଛି ନୋଟିସ ନଦେଇ ଆଜି ସକାଳୁ ସକାଳୁ ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦ ହେଉଥିବାରୁ ବ୍ୟବସାୟୀ ଓ ବାସିନ୍ଦାମାନେ ଅସନ୍ତୋଷ ପ୍ରକାଶ କରିବା ସହ ଏହାକୁ ବିରୋଧ କରିଛନ୍ତି। ଦୀର୍ଘ ଦିନ ଧରି ବିଏମସି ପକ୍ଷରୁ ଏଠାରେ ଥିବା ଦୋକାନକୁ ଭଙ୍ଗାଯାଉଥିବାକୁ ବି ବିରୋଧ କରାଯାଉଛି। ଏଠାରେ ଥିବା ୩ ଶହ ଦୋକାନ ଭଙ୍ଗାଯାଉଛି। ବ୍ୟବସାୟୀମାନେ ନିଜର ସାମଗ୍ରୀକୁ ସେଠାରୁ ନେବାକୁ ବି ସମୟ ପାଇଲେନି। ଏହାଫଳରେ ଅନେକ ବ୍ୟବସାୟୀ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା କୁହାଯାଉଛି।

ଗଣେଶ ମଣ୍ଡପ ହାଟ ଉଚ୍ଛେଦ-1
ଣେଶ ମଣ୍ଡପ ହାଟ ଉଚ୍ଛେଦ-1

ଘଟଣା ସଂପର୍କରେ ଖବର ପାଇ ଗତ ପୌର ନିର୍ବାଚନରେ ବିଜେପିର ମେୟର ପ୍ରାର୍ଥୀ ହୋଇଥିବା ଡକ୍ଟର ସୁନୀତି ମୁଣ୍ଡ, ବରିଷ୍ଠ ବିଜେପି ନେତା ବାବୁ ସିଂହ ଓ ଜଗନ୍ନାଥ ପ୍ରଧାନ ପ୍ରମୁଖ ପହଞ୍ଚିଥିଲେ। ସେମାନେ ଏହାକୁ ରାଜନୈତିକ ଆକ୍ରୋଶ ବୋଲି ଅଭିଯୋଗ କରିଛନ୍ତି। ଯେହେତୁ ସେହି ୱାର୍ଡରେ ବିଜେପିର କର୍ପୋରେଟର୍ ପ୍ରାର୍ଥୀ ବିଜୟୀ ହୋଇଛନ୍ତି, ତେଣୁ ବିଜେଡି ଜାଣିଶୁଣି ଏଭଳି ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦ କରାଉଛି ବୋଲି କହିଛନ୍ତି। ବିଡିଏ ଓ ବିଏମସି ପକ୍ଷରୁ ମିଳିତ ଭାବେ ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦ କରାଯାଉଥିବା ଜଣାଯାଇଛି। ଭୋର ୪ଟା ସମୟରୁ ଏହି ଉଚ୍ଛେଦ କାମ ଜାରି ରହିଥିବା ଜଣାପଡ଼ିଛି। ରାଜଧାନୀର ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦ ଘଟଣା ପ୍ରତିବାଦରେ ବିଜେପି ଓ ସ୍ଥାନୀୟ ବ୍ୟବସାୟୀଙ୍କ ପକ୍ଷରୁ କଟକ-ପୁରୀ ରାସ୍ତାର ଲକ୍ଷ୍ମୀସାଗର ଗୋଲେଇ ଛକ ନିକଟରେ ରାସ୍ତା ଅବରୋଧ କରାଯାଇଛି। ଦୋକାନୀମାନଙ୍କୁ କ୍ଷତିପୂରଣ ଓ ଥଇଥାନ ଦାବିରେ ରାସ୍ତା ଅବରୋଧ କରାଯାଇଥିବା ଜଣାଯାଇଛି।

Share Now:

Kalinga News Beuro

Next Post

ମୋଦି କମାଲ : ରାସନ ଦୋକାନରେ ବ୍ୟାଙ୍କିଙ୍ଗ କାରବାର

Sat Apr 9 , 2022
ନୂଆଦିଲ୍ଲୀ: ଖାଦ୍ୟଶସ୍ୟ ପାଇବା ବ୍ୟତୀତ ଲୋକମାନେ ଖୁବ୍‌ ଶୀଘ୍ର ଦେଶର ରାସନ ଦୋକାନମାନଙ୍କରେ ବ୍ୟାଙ୍କ କାରବାର କରିବାକୁ ସକ୍ଷମ ହେବେ। କେନ୍ଦ୍ର ଖାଦ୍ୟ ମନ୍ତ୍ରାଳୟ ସୂତ୍ରରୁ ପ୍ରକାଶ ଯେ କେନ୍ଦ୍ର ସରକାର ରାସନ ଦୋକାନକୁ ଏକ ’ସାଧାରଣ ସେବା କେନ୍ଦ୍ର’ ଭାବରେ ଚିହ୍ନଟ କରିଛନ୍ତି ଏବଂ ଏହାର କର୍ମଚାରୀ ନିଯୁକ୍ତିକୁ ‘ବ୍ୟାଙ୍କ ସହଯୋଗୀ’ ଭାବରେ ଅନୁମୋଦନ କରିଛନ୍ତି। କେନ୍ଦ୍ର ସରକାରଙ୍କର ଖାଦ୍ୟ ଏବଂ ସାର୍ବଜନୀନ ବଣ୍ଟନ ମନ୍ତ୍ରାଳୟ ପକ୍ଷରୁ ଦେଶର […]
କରିହେବ ବ୍ୟାଙ୍କିଙ୍ଗ କାରବାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial