ଓଡ଼ିଶା ଟେନିସ କ୍ରିକେଟ ସଂଘର ଖେଳାଳି ଚୟନ ଶିବିର

ଭୁବନେଶ୍ୱର : ଭାରତୀୟ ଟେନିସ କ୍ରିକେଟ ସଂଘ ଦ୍ୱାରା ଚଳିତ ମାସ ୨୬ ତାରିଖ ଠାରୁ ୨୮ ପର୍ଯ୍ୟନ୍ତ ଦିଲ୍ଲୀ ସ୍ଥିତ ରୋହିଣୀ କ୍ରିକେଟ ପଡିଆରେ ବରିଷ୍ଠ ବର୍ଗର ସର୍ବ ଭାରତୀୟ କ୍ରିକେଟ ପ୍ରତିଯୋଗିତା – ୨୦୨୨ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପ୍ରତିଯୋଗିତାରେ ଦେଶର ୨୪ଟି ରାଜ୍ୟରୁ ଖେଳାଳି ଯୋଗଦେବାକୁ ଯାଉଛନ୍ତି। ଓଡିଶା ତରଫରୁ ଏକ ୧୬ଜଣିଆ ଟେନିସ କ୍ରିକେଟ ଦଳ ଚୟନ କରାଯିବ। ଏଥିପାଇଁ ଏକ ରାଜ୍ୟସ୍ତରୀୟ ଚୟନ ଶିବିର ୧୪ ଓ ୧୫ ଏପ୍ରିଲରେ ସ୍ଥାନୀୟ ସୁନ୍ଦରପଦାସ୍ଥିତ ସାକ୍ସ ଖେଳ ପଡିଆରେ ଅନୁଷ୍ଠିତ ହେବାକୁ ଯାଉଛି।ଏହି ଚୟନ ଶିବିରରେ ଟେନିସ କ୍ରିକେଟ ସଂଘ ଓଡ଼ିଶାର ଚୟନକର୍ତ୍ତା କମିଟି ଖେଳାଳିଙ୍କୁ ଚୟନ କରିବେ। ଟେନିସ କ୍ରିକେଟ ସଂଘ ଓଡ଼ିଶାର ସଭାପତି ଏବଂ ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଏହାକୁ ପରିଚାଳନା କରିବେ।ଇଛୁକ ଖେଳାଳି ପ୍ରତିଯୋଗିତାରେ ଭାଗନେବାକୁ ଚାହୁଁଛନ୍ତି ,ସେମାନେ କର୍ମକର୍ତ୍ତା ଚୟନ କମିଟିଙ୍କ ଦୂରଭାଷ ନମ୍ବର ୯୯୩୮୩୯୮୯୦୩/ ୮୨୪୫୯୫୫୦୫୪୯/ ୯୯୩୭୯୯୯୨୪୨ ସହିତ ଯୋଗାଯୋଗ କରିବାକୁ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯଇଛି।

Share Now:

Kalinga News Beuro

Next Post

ସଫଳତା ଦେବ ଟିମ୍‌ୱାର୍କ: ମେୟର

Sun Apr 10 , 2022
ଭୁବନେଶ୍ବର: ମୁଁ ଏକୁଟିଆ ନୁହେଁ, ଟିମ୍‌ ସହ କାମ କରିବି। ସମସ୍ତ କର୍ପୋରେଟର, ପ୍ରଶାସନିକ ଅଧିକାରୀ, ସମସ୍ତ ବିଧାୟକ, ସାଂସଦ, ବିଏମ୍‌ସି ଅଧିକାରୀ, କର୍ମଚାରୀ ତଥା ଭୁବନେଶ୍ବରର ସମସ୍ତ ନାଗରିକଙ୍କ ସହଯୋଗରେ ଏହି ସହରକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା ପାଇଁ ଟିମ୍‌ ସ୍ପିରିଟ୍‌ରେ କାମ ହେବ। ପ୍ରତିଟି ଲୋକ ପାଖରେ ଯେଭଳି ପ୍ରତିଟି ଜନକଲ୍ୟାଣକାରୀ ଯୋଜନା ପହଞ୍ଚି ପାରିବ, ସେଥିପାଇଁ ଏକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହେବ। ମୁଖ୍ୟମନ୍ତ୍ରୀଙ୍କ […]
ମେୟର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial