ସଫଳତା ଦେବ ଟିମ୍‌ୱାର୍କ: ମେୟର

ମେୟର

ଭୁବନେଶ୍ବର: ମୁଁ ଏକୁଟିଆ ନୁହେଁ, ଟିମ୍‌ ସହ କାମ କରିବି। ସମସ୍ତ କର୍ପୋରେଟର, ପ୍ରଶାସନିକ ଅଧିକାରୀ, ସମସ୍ତ ବିଧାୟକ, ସାଂସଦ, ବିଏମ୍‌ସି ଅଧିକାରୀ, କର୍ମଚାରୀ ତଥା ଭୁବନେଶ୍ବରର ସମସ୍ତ ନାଗରିକଙ୍କ ସହଯୋଗରେ ଏହି ସହରକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା ପାଇଁ ଟିମ୍‌ ସ୍ପିରିଟ୍‌ରେ କାମ ହେବ। ପ୍ରତିଟି ଲୋକ ପାଖରେ ଯେଭଳି ପ୍ରତିଟି ଜନକଲ୍ୟାଣକାରୀ ଯୋଜନା ପହଞ୍ଚି ପାରିବ, ସେଥିପାଇଁ ଏକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହେବ। ମୁଖ୍ୟମନ୍ତ୍ରୀଙ୍କ ବିଶ୍ବସ୍ତରୀୟ ଭୁବନେଶ୍ବର ନିର୍ମାଣ ପାଇଁ ଟିମ୍‌ ୱାର୍କ ହିଁ ସଫଳତା ଦେବ ବୋଲି କାର୍ଯ୍ୟଭାର ଗ୍ରହଣ କରିବା ଅବସରରେ କହିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ।
ଦାୟିତ୍ବରୁ ଓହରିଲେ ବିଏମ୍‌ସି ପ୍ରଶାସକ
ନିର୍ବାଚିତ ଜନପ୍ରତିନିଧି ବା ମେୟର ନଥିବାରୁ ବିଏମ୍‌ସି ପ୍ରଶାସକ ଭାବରେ ଦାୟିତ୍ବରେ ଥିଲେ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି ମାଥିଭାଥନନ୍‌। ତାଙ୍କୁ ବିଏମ୍‌ସି କାର୍ଯ୍ୟାଳୟରେ ଏକ ଚାମ୍ବର ମିଳିଥିଲା। ଆଜି ମେୟର ଦାୟିତ୍ବ ଗ୍ରହଣ କରିବା ପରେ ପ୍ରଶାସକ ଦାୟିତ୍ବରୁ ତାଙ୍କୁ ଅବ୍ୟାହତି ମିଳିଛି। ତାଙ୍କ ଚାମ୍ବରରେ ମେୟର ବସିବା ସହ ତାଙ୍କ ନେମ୍‌ପ୍ଲେଟ୍‌ ବି ବିଏମ୍‌ସିରୁ ହଟାଯାଇଛି।

Share Now:

Kalinga News Beuro

Next Post

ଚକ୍‌ମା ଦେଲା ଡେପୁଟି ମେୟର ପ୍ରାର୍ଥୀ ଘୋଷଣା

Sun Apr 10 , 2022
ଭୁବନେଶ୍ବର: ଡେପୁଟି ମେୟର ପ୍ରାର୍ଥୀଙ୍କୁ ନେଇ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଜାରି ରହିଥିଲା ସସ୍‌ପେନ୍ସ। କନ୍‌ଫରେନ୍ସ ହଲ୍‌ରେ ବସିବା ପର୍ଯ୍ୟନ୍ତ ମଧ୍ୟ କାହାରି ପାଖରେ କିଛି ବି ସୁରାକ୍‌ ନଥିଲା। ଶପଥ ଗ୍ରହଣ ଉତ୍ସବ ସରିବା ପରେ ପ୍ରାର୍ଥିପତ୍ର ଦାଖଲ କରିବାକୁ ବିଧିବଦ୍ଧ ଭାବରେ ଘୋଷଣା ହୋଇଥିଲା। ଏଜେଣ୍ଟ ଭାବେ ଯୋଗ ଦେଇଥିବା ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ପକେଟ୍‌ରେ ଥିଲା ମାଟିଆ ଖାମ୍‌। ଯେଉଁଥିରେ ବନ୍ଦ ରହିଥିଲା […]
ଚକ୍‌ମା ଦେଲା ଡେପୁଟି ମେୟର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial