ଗଣଦୁଷ୍କର୍ମ ପରେ ନାବାଳିକାଙ୍କ ମୃତ୍ୟୁ : ଟିଏମସି ନେତାଙ୍କ ପୁଅ ଗିରଫ

ଗଣଦୁଷ୍କର୍ମ ପରେ ନାବାଳିକାଙ୍କ ମୃତ୍ୟୁ

କୋଲକାତା: ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଜଣେ ନାବାଳିକାଙ୍କ ମୃତ୍ୟୁକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ନାବାଳିକାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ଝିଅ ଏକ ଜନ୍ମଦିନ ଭୋଜିକୁ ଯାଇଥିଲେ। ଆଉ ସେଠାରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ଘରକୁ ଫେରିବା ପରେ ଝିଅଟିର ମୃତ୍ୟୁ ହୋଇଯାଇଥିଲା। ତେବେ ଏହି ଘଟଣା ପଛରେ ତୃଣମୂଳ କଂଗ୍ରେସର ଜଣେ ନେତାଙ୍କ ପୁଅଙ୍କ ନାମରେ ଅଭିଯୋଗ ହୋଇଥିବାବେଳେ ଅଭିଯୁକ୍ତକୁ ଗିରଫ କରାଯାଇଛି ଏବଂ ତଦନ୍ତ ଚାଲିଛି। ସୂଚନା ମୁତାବକ ଏହି ଘଟଣା ଚାରି ଦିନ ତଳେ ଘଟିଥିଲା। ଆଉ ଶନିବାର ଦିନ ନାବାଳିକାଙ୍କ ପରିବାର ସଦସ୍ୟ ଏନେଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ, ଟିଏମସି ନେତା ସମରେନ୍ଦ୍ର ଗୟାଲୀଙ୍କ ପୁଅର ଜନ୍ମଦିନ ପାର୍ଟିରେ ଯୋଗଦେବାକୁ ନାବାଳିକାଜଣକ ସୋମବାର ଅପରାହ୍ନରେ ଅଭିଯୁକ୍ତଙ୍କ ଘରକୁ ଯାଇଥିଲା। କିନ୍ତୁ ଏହା ପରେ ସେ ଅସୁସ୍ଥ ଅବସ୍ଥାରେ ଘରକୁ ଫେରିଥିଲେ। କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ନାବାଳିକାଙ୍କ ମା କହିଛନ୍ତି ଯେ ଯେତେବେଳେ ଝିଅ ଘରକୁ ଫେରିଥିଲା ସେତେବେଳେ ତାଙ୍କର ରକ୍ତସ୍ରାବ ହେଉଥିଲା।
ଆଉ ମେଡିକାଲକୁ ନେବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବ୍ରଜଗୋପାଲ ଓରଫ ସୋହେଲ ଗାୟାଲିଙ୍କୁ ରବିବାର ରାତିରେ ଗିରଫ କରାଯାଇଛି। ପୁଲିସ ଅଧିକାରୀମାନେ କହିଛନ୍ତି ଯେ ତାଙ୍କ ନାମରେ ଦୁଷ୍କର୍ମ, ହତ୍ୟା ଏବଂ ପ୍ରମାଣ ନଷ୍ଟ କରିବା ସହ ପୋକସୋ ଆକ୍ଟରେ ମାମଲା ରୁଜୁ ହୋଇଛି। ସେପଟେ କଲିକତା ହାଇକୋର୍ଟରେ ଏହି ମାମଲାରେ ଆଇନଗତ ହସ୍ତକ୍ଷେପ ଲୋଡି ଦୁଇଟି ପିଆଇଏଲ ଦାଖଲ କରାଯାଇଛି। ସୂଚନାନୁସାରେ, ହାଇକୋର୍ଟର ବେଞ୍ଚ ମଙ୍ଗଳବାର ଦିନ ଏହି ମାମଲାର ଶୁଣାଣି କରିବ।

Share Now:

Kalinga News Beuro

Next Post

ରୁକୁଣା ରଥ ବିଭ୍ରାଟ : ରାସ୍ତା ଦବି ଚକ ଭାଙ୍ଗିବାରୁ ବଡ଼ଶଙ୍ଖ ନିକଟରେ ଅଟକିଲା ରୁକୁଣା ରଥ

Mon Apr 11 , 2022
ପୁରୁଣା ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଆଜି ବି ମାଉସୀ ମା’ ମନ୍ଦିରରେ ପହଞ୍ଚି ପାରିନାହିଁ। ଆଜି ଅପରାହ୍ନ ୩ଟାରେ ରଥଟଣା ଆରମ୍ଭ ହୋଇଥିଲେ ହେଁ ରଥ ବଡ଼ଶଙ୍ଖ ନିକଟରେ ଅଟକିଥିଲା। ରାସ୍ତା ଦବିଯିବାରୁ ଗୋଟିଏ ପଟକୁ ରଥ ଅଣେଇ ହୋଇ ଚକ ଦବି ଯାଇଥିଲା। ଫଳରେ ରଥ ଆଗକୁ ଯାଇପାରିନଥିଲା। ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ବହୁ ଚେଷ୍ଟା କରି ବିଫଳ ହେବା ପରେ ରଥଟଣା ବନ୍ଦ […]
ବଡ଼ଶଙ୍ଖ ନିକଟରେ ଅଟକିଲା ରୁକୁଣା ରଥ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial