ରକ୍ତଦାନ କରି ମହିଳାଙ୍କ ଜୀବନ ବଞ୍ଚାଇଲେ ଯୁବକ

ମହିଳାଙ୍କ ଜୀବନ ବଞ୍ଚାଇଲେ ଯୁବକ

ମାଲକାନଗିରି: ମାଲକାନଗିରିରେ ରକ୍ତର ଘୋର ଅଭାବ। ଜିଲ୍ଲା ରକ୍ତଭଣ୍ଡାରରେ ଏବେ ରକ୍ତର ଅଭାବ ଯୋଗୁଁ ମେଡିକାଲରେ ରୋଗୀ ମାନେ ନାହିଁ ନଥିବା ହଇରାଣ ହେଉଥିବା ଲକ୍ଷ୍ୟ କରାଯାଇଛି। ଏପରିକି ଆଜି ଜଣେ ଚାରି ବର୍ଷର ବାଳିକା ମଧ୍ୟ ରକ୍ତର ଅଭାବରୁ ମୃତ୍ୟୁବରଣ କଲା। ମେଡିକାଲରେ ଖଇରପୁଟ ଗ୍ରାମର କୌଶଲ୍ୟା ମାଝୀ ନାମକ ମହିଳା ଆନିମିୟା ରୋଗରେ ପଡି ଚିକିତ୍ସିତ ହେଉଛନ୍ତି। ତାଙ୍କୁ ତୁରନ୍ତ ବି-ପୋଜିଟିଭ ରକ୍ତ ଦରକାର ପଡୁଥିବା ଡାକ୍ତର କହିବା ପରେ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ମିଳିନଥିଲା। ଶେଷରେ ପୂର୍ବତନ ବିଧାୟକ ମାନସ ମାଡକାମୀଙ୍କୁ ଯୋଗାଯୋଗ କରିବା ପରେ ସେ ସ୍ଥାନୀୟ ରିକ୍ଲାମେସନ କଲୋନୀର ଦୀପକ ମଣ୍ଡଳଙ୍କୁ ଯୋଗାଯୋଗ କରି ରକ୍ତଦାନ କରିବା ପାଇଁ ପ୍ରବର୍ତ୍ତାଇଥିଲେ। ଦୀପକ ମଧ୍ୟ ତୁରନ୍ତ ରକ୍ତଦାନ କରିବା ପାଇଁ ଆଗେଇ ଆସିଥିଲେ। ରକ୍ତଭଣ୍ଡାରରେ ପହଞ୍ଚି ଦୀପକ ରକ୍ତଦାନ କରି ମହିଳାଙ୍କ ଜୀବନ ବଞ୍ଚାଇଥିଲେ। ତେବେ ମାନସ ମାଡକାମୀଙ୍କ ସହ କେ.ରାହୁଲ, ସତ୍ୟଜିତ ଗୌଡ ପ୍ରମୁଖ ଉପସ୍ଥିତ ରହି ଦୀପକଙ୍କୁ ଉତ୍ସାହିତ କରିଥିଲେ। ତେବେ ଜିଲ୍ଲାରେ ରକ୍ତର ଅଭାବ ଦେଖାଯାଉଥିବାରୁ ସ୍ଥାନୀୟ ଅନୁଷ୍ଠାନ ମାନଙ୍କୁ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବାକୁ ଅନୁରୋଧ କରାଯାଉଛି। ଜିଲ୍ଲା ମେଡିକାଲରେ ପ୍ରତିଦିନ ପ୍ରାୟ ୨୦ରୁ ୩୦ ୟୁନିଟ ରକ୍ତ ଦରକାର ପଡୁଛି। ଏତେ ସଂଖ୍ୟକ ରକ୍ତ ଭଣ୍ଡାରରେ ଗଚ୍ଛିତ ରହୁନଥିବାରୁ ଲୋକେ ବହୁ ହଇରାଣ ହେଉଛନ୍ତି। ଏ ଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Share Now:

Kalinga News Beuro

Next Post

ଧର୍ମ ସଂସଦରେ ଘୃଣା ଭାଷଣ ପ୍ରସଙ୍ଗ : ସୁପ୍ରିମ୍‌ କୋର୍ଟ ଷ୍ଟାଟସ ରିପୋର୍ଟ ମାଗିଲେ

Wed Apr 13 , 2022
ନୂଆଦିଲ୍ଲୀ: ଧର୍ମ ସଂସଦରେ ଘୃଣା ଭାଷଣ ପ୍ରସଙ୍ଗରେ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟ ଆଜି (ବୁଧବାର) ଉତ୍ତରାଖଣ୍ଡ ସରକାରଙ୍କ ଠାରୁ ଏକ ଷ୍ଟାଟସ (ସ୍ଥିତି) ରିପୋର୍ଟ ମାଗିଛନ୍ତି। ହରିଦ୍ୱାରରେ ଆୟୋଜିତ ହୋଇଥିବା ଏକ ଧର୍ମୀୟ କାର୍ଯ୍ୟକ୍ରମ ସମୟରେ ଗତ ବର୍ଷ ଡିସେମ୍ବରରେ ଦିଆଯାଇଥିବା ଘୃଣା ଭାଷଣ ସମ୍ପର୍କରେ ଚାରିଟି ପ୍ରଥମ ସୂଚନା ରିପୋର୍ଟ (ଏଫଆଇଆର) ପଞ୍ଜୀକୃତ ହୋଇଛି ବୋଲି ଉତ୍ତରାଖଣ୍ଡ ରାଜ୍ୟ ସରକାର କହିବା ପରେ ବୁଧବାର ସୁପ୍ରିମ […]
ଧର୍ମ ସଂସଦରେ ଘୃଣା ଭାଷଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial