୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ

୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ଆଜି ୭୪ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ୱର। ଓଡ଼ିଶାର ରାଜଧାନୀ ଭୁବନେଶ୍ବରର ଇତିହାସ ୭୩ ବର୍ଷ ପୁରୁଣା। ୧୯୪୮ ମସିହା ଏପ୍ରିଲ ମାସ ୧୩ ତାରିଖ, ମହାବିଷୁବ ସଂକ୍ରାନ୍ତି ଓଡ଼ିଆ ନବବର୍ଷ ଅବସରରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ପଣ୍ତିତ ଜବାହରଲାଲ ନେହରୁ ଓଡ଼ିଶାର ନୂଆ ରାଜଧାନୀ ଭୁବନେଶ୍ବରଠାରେ ନିର୍ମାଣର ଶୁଭାରମ୍ଭ କରିଥିଲେ। ପୂର୍ବରୁ ଓଡ଼ିଶାର ରାଜଧାନୀ କଟକ ଥିଲା। ତେବେ ୭୪ ତମ ରାଜଧାନୀ ପ୍ରତିଷ୍ଠା ଦିବସରେ ଆଜି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଗାନ୍ଧୀମାର୍ଗରେ ସ୍କୁଲ, କଲେଜ ଛାତ୍ରଛାତ୍ରୀମାନଙ୍କୁ ନେଇ ପରେଡ ହୋଇଥିବାବେଳେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅଭିବାଦନ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ପଦ୍ମନାଭ ବେହେରା, ସମୀର ରଞ୍ଜନ ଦାସ, ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ୧୩ ଜଣ ବ୍ୟକ୍ତିବିଶେଷଙ୍କୁ ରାଜଧାନୀ ଗୌରଵ ସମ୍ମାନ-୨୦୨୨ ପ୍ରଦାନ କରାଯାଇଥିଲା।

Share Now:

Kalinga News Beuro

Next Post

ରାଜଧାନୀ ପ୍ରତିଷ୍ଠା ଦିବସରେ ଭୁବନେଶ୍ୱର ସାଂସଦଙ୍କୁ ଅଣଦେଖା

Wed Apr 13 , 2022
ଭୁବନେଶ୍ୱର: ଆଜି ୭୪ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ୱର। ୭୪ ତମ ରାଜଧାନୀ ପ୍ରତିଷ୍ଠା ଦିବସରେ ଆଜି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୁଳା ପୁଳା ମନ୍ତ୍ରୀଙ୍କ ସହ ସଚିବମାନଙ୍କୁ ନିମନ୍ତ୍ରଣ କରାଯାଇଥିଲେ ବି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଡକାଯାଇନାହିଁ। ଆଉ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଅପରାଜିତା। ଟ୍ୱିଟ କରି ଅପରାଜିତା ଲେଖିଛନ୍ତି ଯେ ରାଜ୍ୟ ସରକାରଙ୍କ ଦ୍ୱାରା ଆଜି ରାଜଧାନୀ ପ୍ରତିଷ୍ଠା […]
ଭୁବନେଶ୍ୱର ସାଂସଦ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial