ଜମ୍ମୁ-କଶ୍ମୀର: ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିପାତ : ଦୁର୍ଘଟଣାରେ ୨ ଯବାନଙ୍କ ମୃତ୍ୟୁ

ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିପାତ

ଶ୍ରୀନଗର: ଗୁରୁବାର ଦିନ ଜମ୍ମୁ- କଶ୍ମୀରର ସୋପିଆନ ଜିଲ୍ଲାରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଗୁଳି ବିନିମୟ ସ୍ଥଳକୁ ଯିବା ବାଟରେ ସେମାନଙ୍କ ଗାଡି ଦୁର୍ଘଟଣାର ସମୁଖୀନ ହୋଇଥିବାରୁ ଦୁଇ ଜଣ ସେନା କର୍ମଚାରୀ ପ୍ରାଣ ହରାଇଛନ୍ତି ବୋଲି ସେନା ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ। ସୋପିଆନର ଜୈନାପୋରା ଅଞ୍ଚଳରେ ବଡିଗାମରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ସର୍ଚ୍ଚ ଅପରେସନ୍‌ ସମୟରେ ସଂପୃକ୍ତ ଅଞ୍ଚଳରେ ଆତମଗୋପନ କରି ଲୁଚି ରହିଥିବା ଆତଙ୍କବାଦୀମାନେ ସେନା ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ ଯାହା ଫଳରେ ଏନକାଉଣ୍ଟର ହୋଇଥିଲା ବୋଲି ସେ କହିଛନ୍ତି। ଗୁଳି ବିନିମୟରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ ବୋଲି ଅଧିକାରୀ ଜଣକ କହିଛନ୍ତି, ସେମାନଙ୍କର ପରିଚୟ ଏବଂ ସେମାନେ କେଉଁ ଆତଙ୍କବାଦୀ ଗୋଷ୍ଠୀ ସହ ଜଡ଼ିତ ସେ ସଂପର୍କରେ ଏବେ ତଦନ୍ତ ଚାଲିଛି। ଏଥିସହ ଯବାନମାନଙ୍କୁ ନେଇ ଏନକାଉଣ୍ଟର ସ୍ଥଳକୁ ଯାଉଥିବା ସମୟରେ ସେନାର ଏକ ଗାଡି ଦୁର୍ଘଟଣାର ସମୁଖୀନ ହେବାରୁ ଦୁଇ ଜଣ ସେନା ଯବାନଙ୍କର ମୃତ୍ୟୁ ଘଟିଥିଲା ଏବଂ ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ ବୋଲି ଅଧିକାରୀ ଜଣକ କହିଛନ୍ତି। ସେ କହିଛନ୍ତି, ୪୪ ରାଷ୍ଟ୍ରୀୟ ରାଇଫଲ୍‌ସର ଏକ ସେନା ଦଳ ବଡିଗାମ୍‌ ଜୈନାପୋରାରେ ଏନକାଉଣ୍ଟର ସ୍ଥଳ ଆଡକୁ ଯାଉଥିବା ସୁମୋରେ ଥିବା ବେଳେ ଗାଡିଟି ଚୌଗାମ ସୋପିଆନ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା, ଯେଉଁଥିପାଇଁ ଦୁଇ ଜଣ ସେନା ଯବାନଙ୍କ ମୃତ୍ୟୁ ଘଟିଥିଲା ଏବଂ ଅନ୍ୟ ଦୁଇଜଣ ଆହତ ହୋଇଥିଲେ।

Share Now:

Kalinga News Beuro

Next Post

ଗୋସାଗରେଶ୍ବର ଛକରେ ଅଟକିଲା ଶ୍ରୀଲିଙ୍ଗରାଜଙ୍କ ବାହୁଡ଼ା ରୁକୁଣା ରଥ

Thu Apr 14 , 2022
ପୁରୁଣା ଭୁବନେଶ୍ୱର: ଆଜି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଅବସରରେ ଅଧାବାଟରେ ଅଟକି ଯାଇଛି ରୁକୁଣା ରଥ। ଶ୍ରୀଜିଉ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିପାରିନାହାନ୍ତି। ରଥାରୂଢ଼ ପ୍ରଭୁ ଲିଙ୍ଗରାଜ ଗୋସାଗରେଶ୍ବର ଛକଠାରେ ଅଟକି ରହିଛନ୍ତି। ଆସନ୍ତାକାଲି ଅପରାହ୍ନ ୩ଟାରୁ ରଥ ଟଣା ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଅଶୋକାଷ୍ଟମୀ ତିଥିରେ ମହାପ୍ରଭୁ ଲିଙ୍ଗରାଜ ତାଙ୍କ ଭଉଣୀ ମା’ ରୁକ୍ମଣୀ ଓ ପ୍ରଭୁ ଦୋଳଗୋବିନ୍ଦଙ୍କୁ ସାଙ୍ଗରେ ଧରି ରୁକୁଣା ରଥରେ ରାମେଶ୍ୱର […]
ଗୋସାଗରେଶ୍ବର ଛକରେ ରୁକୁଣା ରଥ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial