ନୂଆଦିଲ୍ଲୀ : ଦେଶ ଏବେ ଧୀରେ ଧୀରେ କରୋନା ମହାମାରୀର ପ୍ରକୋପରୁ ମୁକୁଳିବା ଆରମ୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ସରକାର କଟକଣା ହଟାଇଦେଇଛନ୍ତି। ମାତ୍ର ଦିଲ୍ଲୀ ଓ ନିକଟବର୍ତ୍ତୀ ହରିୟାଣାରେ ପୁଣି କରୋନା ସଂକ୍ରମଣ ବଢିବା ସରକାରଙ୍କୁ ଚିନ୍ତାରେ ପକାଇଦେଇଛି। ଦିଲ୍ଲୀରେ ଗୁରୁବାରଦିନ ୩୨୫ଟି ନୂଆ ସଂକ୍ରମଣ ମାମଲା ଦେଖାଯିବା ପରେ ଦିଲ୍ଲୀ ସରକାର ସତର୍କ ହୋଇଯାଇଛନ୍ତି। ସେହିପରି ହରିୟାଣାରେ ଗତ ୧୪ଦିନରେ ମୋଟ ୧୨୦୦ ନୂଆ ମାମଲା ଚିହ୍ନଟ ହୋଇଛି। ଏହା ମଧ୍ୟରୁ କେବଳ ଗୁରୁଗ୍ରାମରେ ୧୦୦୦ ମାମଲା ଚିହ୍ନଟ ହୋଇଛି। ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି ଯ଼େ ସଂକ୍ରମଣ ବଢୁଥିଲେ ବି ହସପିଟାଲରେ ରୋଗୀ ସଂଖ୍ୟା ବଢୁନାହିଁ। ଏଣୁ ଚିନ୍ତାର କୌଣସି କାରଣ ନାହିଁ। ସେହିପରି ସ୍କୁଲ ବନ୍ଦ କରିବାର ଯ଼ୋଜନା ନାହିଁ ବୋଲି ଉପମୁଖ୍ୟନ୍ତ୍ରୀ ମନିଷ ଶିସୋଦିଆ କହିଛନ୍ତି। ତେବେ ଦେଶରେ ପୁଣି ୪ର୍ଥ ଲହର ଆସିବାର ସମ୍ଭାବନା ଅଛି କି ? ଏସମ୍ପର୍କରେ ଦେଶର ଜଣାଶୁଣା ଭୁତାଣୁ ବିଶେଷଜ୍ଞ ଡ.ଗଗନଦୀପ କାଙ୍ଗ କହିଛନ୍ତି ଯ଼େ ଏବେଠାରୁ ତାହା କହିବା ଠିକ ହେବ ନାହିଁ। ତେବେ ଆମକୁ ସତର୍କତାର ସ୍ତର ପୂର୍ବପରି ରଖିବାକୁ ପଡିବ।
ଦିଲ୍ଲୀରେ ପୁଣି ବଢୁଛି ସଂକ୍ରମଣ : ସତର୍କ ହେଲେ ଦିଲ୍ଲୀ ସରକାର

Share Now: