ବିବାହିତା ମହିଳାଙ୍କୁ ରାଜସ୍ଥାନରେ ଦେଢ଼ଲକ୍ଷ ଟଙ୍କାରେ ବିକ୍ରି : ୫ ଗିରଫ

ବିବାହିତା ମହିଳାଙ୍କୁ ରାଜସ୍ଥାନରେ ଦେଢ଼ଲକ୍ଷରେ ବିକ୍ରି

ଝାରସୁଗୁଡ଼ା: ଜଣେ ବିବାହିତା ମହିଳାଙ୍କୁ ଦେଢ଼ ଲକ୍ଷ ଟଙ୍କାରେ ରାଜସ୍ଥାନରେ ବିକ୍ରି କରି ଦିଆଯାଇଥିବା ଅଭିଯୋଗରେ ଝାରସୁଗୁଡ଼ା ପୁଲିସ ୫ ଜଣଙ୍କୁ ଗିରଫ କରିଛି। ଏଥି ସହିତ ପୁଲିସ ପିଡ଼ୀତାଙ୍କୁ ଉଦ୍ଧାର କରିଛି। ଏ ନେଇ ଆଜି ଏସ୍‌ପି ବିକାଶ ଚନ୍ଦ୍ର ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଝାରସୁଗୁଡ଼ାର କ୍ରିଷ୍ଣ କୁମାର(୨୩) ନାମକ ଜଣେ ଯୁବକ ସମ୍ବଲପୁର ସାକ୍ଷୀପଡ଼ାର ଇକମତ ଅଲ୍ଲି ଖାଁଙ୍କ ଝିଅ ମୁସକାନ(୨୦)ଙ୍କୁ ବିବାହ କରିଥିଲେ। ବିବାହ ପରେ ଉଭୟ ପୁରୁଣାବସ୍ତି ଠାରେ ଏକ ଭଡ଼ାଘରେ ରହୁଥିଲେ। କିଛି ଦିନପରେ ମୁସ୍‌କାନଙ୍କ ମୁଖ୍ୟ ଚିକତ୍ସାଳୟରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ଜନ୍ମର କିଛି ଘଣ୍ଟାପରେ କନ୍ୟା ସନ୍ତାନର ମୃତ୍ୟୁ ଘଟିଥିଲା। ଏହାପରେ ଉଭୟ ପତିପତ୍ନୀଙ୍କ ମଧ୍ୟରେ କଳହ ହେବାରୁ ମୁସ୍‌କାନ ଘରୁ ଚାଲିଯାଇ ଝାରସୁଗୁଡ଼ା ଭୁଲିଆଟିକ୍ରାରେ କିରଣ ସେଠୀଙ୍କ ଘରେ ଯାଇ ରହୁଥିଲେ। କିଛି ଦିନ ପରେ କ୍ରିଷ୍ଣ କୁମାର କିରଣ ସେଠୀଙ୍କ ଘରକୁ ଯାଇ ତାଙ୍କ ପତ୍ନୀ ମୁସ୍‌କାନଙ୍କୁ ଖୋଜିଥିଲେ। ସେଠାରେ କିରଣ ମୁସକାନ କୁଆଡ଼େ ଚାଲି ଯାଇଥିବା ନେଇ କହିଥିଲେ।
ଗତ ୪ ତାରିଖ ଦିନ ମୁସକାନ୍‌ ତାର ଜଣେ ବନ୍ଧୁ ଅସରଫଙ୍କୁ ଫୋନ୍‌ରେ ଜଣାଇଥିଲା ଯେ, କିରଣ ସେଠୀ, ହୃଷୀକେଶ ସେଠୀ ଓ ବ୍ରଜରାଜନଗରର ଦନିଶ ବେହେରା ତାଙ୍କୁ ଦେଢ଼ ଲକ୍ଷ ଟଙ୍କାରେ ରାଜସ୍ଥାନର ଜଣେ ବ୍ୟକ୍ତିଙ୍କୁ ବିକ୍ରି କରି ଦେଇଛନ୍ତି। ରାଜସ୍ଥାନର ଏହି ବ୍ୟକ୍ତି ତାଙ୍କ ପୁତ୍ର ସହିତ ବଳପୂର୍ବକ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିବା ଓ ନକଲେ ଜୀବନରେ ମାରି ଦେବାକୁ ଧମକ ଦେଉଥିବା ସୂଚନା ଦେଇଥିଲେ। ଏହି ସୂଚନା ପାଇବା ପରେ କ୍ରିଷ୍ଣ କୁମାର ଗତ ୭ ତାରିଖ ଦିନ ଝାରସୁଗୁଡ଼ା ଟାଉନଥାନାରେ ଏତଲା ଦେଇଥିଲେ। ପୁଲିସ ଏତଲା ଗ୍ରହଣ କରିବା ପରେ ୯ ତାରିଖ ଦିନ କିରଣ, ହୃଷୀକେଶ ଓ ଦନିଶକୁ ଗିରଫ କରି ତାଙ୍କ ନାମରେ ୩୭୦, ୫୦୬ ଓ ୧୨୦ ବି ଦଫା ରୁଜୁ କରି କୋର୍ଟ ଚାଲାଣ କରିଥିଲେ। ଝାରସୁଗୁଡ଼ା ଥାନା ଅଧିକାରୀ ସାବିତ୍ରୀ ବଳଙ୍କ ନେତୃତ୍ବରେ ଏକ ଟିମ୍‌ ରାଜସ୍ଥାନର ନିମୁଚ ଜିଲ୍ଲାର ରମପୁରା ଗ୍ରାମରୁ ପୀଡ଼ିତା ମୁସ୍‌କାନକୁ ଉଦ୍ଧାର କରିଥିବା ବେଳେ ସେଠାରୁ ମହିଳାଙ୍କୁ ବିବାହ କରିଥିବା ମନୋଜ ପ୍ରଜାପତି(୨୮) ଓ ମହିଳାଙ୍କୁ ବିକ୍ରି କରିଥିବା ଦଲାଲ ସୁପ୍ରିୟା ଓରଫ ରଜନୀ ବାଇକୁ ପୁଲିସ ଗିରଫ କରି ଝାରସୁଗୁଡ଼ା ଟ୍ରାନଜିଟ ରିମାଣ୍ଡରେ ଆଣିଥିବା ପ୍ରକାଶ କରିଛନ୍ତି।

Share Now:

Kalinga News Beuro

Next Post

ରାଜଧାନୀରେ ଚାଞ୍ଚଲ୍ୟ: ଗଛରେ ବନ୍ଧା ମୃତଦେହ, ପୁଲିସର ତଦନ୍ତ ଆରମ୍ଭ

Fri Apr 15 , 2022
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ନାଲକୋ ଛକରେ ଗଛରେ ବନ୍ଧା ହୋଇଛି ମୃତଦେହ। ନାଲକୋ ଛକରେ ଥିବା ଏକ ବଡ଼ ଗଛରେ ବେକକୁ ଗାମୁଛାରେ ବନ୍ଧା ହୋଇ ବସିଥିବା ଅବସ୍ଥାରେ ଜନୈକ ଯୁବକର ମୃତଦେହ ଦେଖିବାକୁ ମିଳିଛି। ଏଯାଏ ମୃତ ବ୍ୟକ୍ତିଙ୍କର ପରିଚୟ ମିଳିନଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଛି। ବ୍ୟକ୍ତିଜଣକ ବେକରେ ଗାମୁଛା ଦେଇକି ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି ଜଣା ପଡୁଥିବା ବେଳେ […]
ଗଛରେ ବନ୍ଧା ହୋଇଛି ମୃତଦେହ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial