ସ୍ବାଭିମାନ ଅଞ୍ଚଳର ସମସ୍ତ ଗ୍ରାମକୁ ବିଦ୍ୟୁତ ଯୋଗାଇ ଦିଆଯିବ : ମୁଖ୍ୟ ସଚିବ

ସ୍ବାଭିମାନ ଅଂଚଳର ସମସ୍ତ ଗ୍ରାମକୁ ବିଦ୍ୟୁତ

ସେତୁ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ
ମାଲକାନଗିରି/ଚିତ୍ରକୋଣ୍ଡା: ସ୍ବାଭିମାନ ଅଞ୍ଚଳର ଚାଷୀଙ୍କ ପାଇଁ ଉଠାଜଳସେନ ମାଧ୍ୟମରେ ଜଳ ଯୋଗାଣର ବ୍ୟବସ୍ଥା କରାଯିବା ନେଇ ବ୍ୟବସ୍ଥା କରାଯାଇଛି। ସ୍ବାଭିମାନ ଅଞ୍ଚଳରେ ୭୦ଟି ଉଠାଜଳସେଚନ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ମେଗା ବୋରୱେଲ ମଧ୍ୟ ଖୋଳାଯିବା ନେଇ ଆଲୋଚନା ହୋଇଛି। ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶୁକ୍ରବାର ଏହା କହିଛନ୍ତି। ଦୁଇ ଦିନିଆ ମାଲକାନଗିରି ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିବା ସହ ବରିଷ୍ଠ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ସ୍ବାଭିମାନ ଅଞ୍ଚଳର ସମସ୍ତ ଗ୍ରାମକୁ ବିଦ୍ୟୁତ ପହଞ୍ଚାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଠାରେ ୧୧ କେଭି ବିଦ୍ୟୁତ ସେବା ଖୁବଶୀଘ୍ର ଯୋଗାଇ ଦିଆଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାଭିମାନ ଅଞ୍ଚଳ ପାଇଁ ସେତୁ ଯୋଜନାରେ ଯେଉଁସବୁ ସ୍କିମଗୁଡିକ ଘୋଷଣା କରିଥିଲେ, ସେସବୁ ଯେପରି ଠିକ ରୂପେ କାର୍ଯ୍ୟକାରୀ ହେବ ସେନେଇ ଜିଲ୍ଲା ଅଧିକାରୀମାନଙ୍କ ସହ ଆଲୋଚନା କରାଯାଇଥିବା କହିଥିଲେ। ମତ୍ସ୍ୟଜୀବୀମାନଙ୍କୁ କିପରି ଆତ୍ମନିର୍ଭରଶୀଳ କରାଯିବ ସେନେଇ ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି। ସେମାନଙ୍କୁ ମାଛ ଧରିବା ପାଇଁ ଜାଲ ଓ ବୋଟ ଯୋଗାଇ ଦିଆଯାଇଥିବା କୁହାୟାଇଛି। ସ୍ବାଭିମାନ ଅଞ୍ଚଳର ଲୋକଙ୍କର ଜୀବନଜୀବିକାର ଉନ୍ନତି ହେବ ସେନେଇ ସମସ୍ତ ସୁବିଧା ଆଗକୁ କରାଯିବ। ସେତୁ ଯୋଜନାରେ ୨୦୦ରୁ ଊର୍ଦ୍ଧ୍ବ କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଆଗକୁ ଆହୁରି ଟଙ୍କା ବିନିଯୋଗ କରାଯିବ ବୋଲି କୁହାଯାଇଛି। ରାଜ୍ୟ ସରକାରଙ୍କ ଦ୍ବାରା ବଡପଡାଠାରେ ନିର୍ମାଣ ହୋଇଥିବା ଅସ୍ଥାୟୀ ମେଡିକାଲକୁ ପରିଦର୍ଶନ କରିଥିଲେ। ଏଠାରେ ଲୋକଙ୍କର ସ୍ବାସ୍ଥ୍ୟ ସେବାକୁ ପ୍ରାଧାନ୍ୟ ଦିଆଯିବା ସହ ସେମାନେ ଯେପରି ଉତ୍ତମ ସ୍ବାସ୍ଥ୍ୟ ସେବା ପାଇବେ ସେନେଇ ସମସ୍ତ ପ୍ରକାର ସୁବିଧା ସରକାର କରିବେ।
ପାଇପ ଯୋଗେ ଜଳ ଯୋଗାଣ କାର୍ଯ୍ୟକ୍ରମ ଦୁଇଟି ପଞ୍ଚାୟତରେ ବର୍ତ୍ତମାନ ଚାଲିଛି। ଆଗାମୀ ଦିନରେ ସମସ୍ତ ପଞ୍ଚାୟତରେ ଏଭଳି ବ୍ୟବସ୍ଥା କରାଯିବ।ଶ୍ରୀ ମହାପାତ୍ର ଲଞ୍ଚ ସାହାଯ୍ୟରେ ହନ୍ତାଳଗୁଡା ଗସ୍ତ କରି ସେଠାରେ ଗ୍ରାମବାସୀଙ୍କ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନେଇ ଆଲୋଚନା କରିଥିଲେ।ଗ୍ରାମବାସୀ ନିଜର ପାରଂପାରିକ ନୃତ୍ୟରେ ମୁଖ୍ୟ ଶାସନ ସଚିବଙ୍କୁ ସ୍ବାଗତ କରିଥିଲେ।ମୁଖ୍ୟ ଶାସନ ସଚିବଙ୍କ ଗସ୍ତ ମାଲକାନଗିରି ଜିଲ୍ଲା ପାଇଁ ଆହୁରି ବିକାଶ ଆଣିଦେବ ବୋଲି ଆଲୋଚନା ଜୋର ଧରିଛି। ଅର୍ଦ୍ଧନିର୍ମିତ କାମଗୁଡିକ ଏଥର ତୁରନ୍ତ ସମାପ୍ତ ହେବ ବୋଲି କୁହାଯାଇଛି।ସ୍ବାଭିମାନ ଅଞ୍ଚଳ ଗସ୍ତ ବେଳେ ମୁଖ୍ୟ ଶାସନ ସଚିବଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ଏସପି ନିତିଶ ଵାଧଵାନି,ପିଡି,ଡିଆରଡିଏ ବାଳମୁକୁନ୍ଦ ଭୁୟାଁ ସମେତ ସମସ୍ତ ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

୪୩.୫ ଡିଗ୍ରି ସହ ସୋନପୁର ଉତ୍ତପ୍ତ ସହର : ରାଜ୍ୟର ୧୫ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ

Sat Apr 16 , 2022
ଭୁବନେଶ୍ୱର: ରାଜ୍ୟସାରା ପ୍ରବଳ ଖରା ହେଉଛି। ସକାଳ ୯ଟାରୁ ଦିନ ୪ଟା ଯାଏଁ ଘରୁ ବାହାରକୁ ଯିବା ପୂର୍ବରୁ ଚିନ୍ତା ପଶୁଛି। ସୋନପୁରରେ ଆଜି ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଏଠାରେ ୪୩.୫ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜି ରାଜ୍ୟର ୧୫ଟି ସହରର ତାପମାତ୍ର ୪୦ ଡିଗ୍ରି ଉପରେ ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। […]
ସୋନପୁର ଉତ୍ତପ୍ତ ସହର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial