୪୩.୫ ଡିଗ୍ରି ସହ ସୋନପୁର ଉତ୍ତପ୍ତ ସହର : ରାଜ୍ୟର ୧୫ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ

ସୋନପୁର ଉତ୍ତପ୍ତ ସହର

ଭୁବନେଶ୍ୱର: ରାଜ୍ୟସାରା ପ୍ରବଳ ଖରା ହେଉଛି। ସକାଳ ୯ଟାରୁ ଦିନ ୪ଟା ଯାଏଁ ଘରୁ ବାହାରକୁ ଯିବା ପୂର୍ବରୁ ଚିନ୍ତା ପଶୁଛି। ସୋନପୁରରେ ଆଜି ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଏଠାରେ ୪୩.୫ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜି ରାଜ୍ୟର ୧୫ଟି ସହରର ତାପମାତ୍ର ୪୦ ଡିଗ୍ରି ଉପରେ ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ ଆଜି ଅନୁଗୁଳରେ ୪୨.୭, ବାରିପଦାରେ ୪୧.୮, ଝାରସୁଗୁଡ଼ାରେ ୪୨.୬, କେନ୍ଦୁଝରରେ ୪୦.୧, ସମ୍ବଲପୁରରେ ୪୨.୨, ସୁନ୍ଦରଗଡ଼ରେ ୪୨.୫, ହୀରାକୁଦରେ ୪୦.୩, ତାଳଚେରରେ ୪୦.୪, ଭବାନୀପାଟଣାରେ ୪୧.୨, ବଲାଙ୍ଗୀରରେ ୪୩.୦, ଟିଟିଲାଗଡ଼ରେ ୪୧.୫, , ନୟାଗଡ଼ରେ ୪୦.୦, ବୌଦ୍ଧରେ ୪୨.୫ ଓ ପାରଳାଖେମୁଣ୍ଡିରେ ୪୧.୫ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଆଜି ଭୁବନେଶ୍ୱରରେ ୩୮.୧ ଓ କଟକରେ ୩୮.୦ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।

Share Now:

Kalinga News Beuro

Next Post

ମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଚାଲିଗଲା ନବଜାତର ଜୀବନ

Sat Apr 16 , 2022
ଅମରାବତୀ: ମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଚାଲିଗଲା ନବଜାତର ଜୀବନ। ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ ଏଭଳି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ନବଜାତ ଶିଶୁର ଚିକିତ୍ସାରେ ବିଳମ୍ବ ହେବାରୁ ମୃତ୍ୟୁ ହୋଇଯାଇଥିବାର ଜଣାପଡିଛି। ଆଉ ଏହି ଘଟଣା ପାଇଁ ନବଜାତର ପିତାମାତା ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି। ମିଳିଥିବା ସୂଚନା ମୁତାବକ ଆନ୍ଧ୍ରପ୍ରଦେଶର ନବନିଯୁକ୍ତ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଉଷା ଶ୍ରୀଧରନ କଲ୍ୟାଣଦୁର୍ଗରୁ ଚେଲାପଲ୍ଲୀକୁ […]
ମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଚାଲିଗଲା ନବଜାତର ଜୀବନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial