ଭୁବନେଶ୍ବର ଜିଲ୍ଲା ବିଜେଡି ତରଫରୁ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ

ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ

ଭୁବନେଶ୍ବର: ଆଜି ହେଉଛି ଓଡ଼ିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ। ଏହି ଦିବସକୁ ବିଜୁ ଜନତା ଦଳ ନିରାଡ଼ମ୍ବର ଭାବେ ପାଳନ କରୁଛି। ଭୁବନେଶ୍ବର ଜିଲ୍ଲା ବିଜେଡି ତରଫରୁ ବିନ୍ଦୁସାଗରରେ ତିଳତର୍ପଣ କରାଯିବା ପରେ ଫରେଷ୍ଟ ପାର୍କରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ, ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ବିଧାୟକ ସୁଶାନ୍ତ, ବିଧାୟକ ଅନନ୍ତ ନାରାୟଣ ଜେନା ଓ ଭୁବନେଶ୍ବର ମେୟର ସୁଲୋଚନା ଦାସ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି।

Share Now:

Kalinga News Beuro

Next Post

ଲୋପ ପାଇଯିବ କି ମଠ ସଂସ୍କୃତି ?

Sun Apr 17 , 2022
ଛାମୁଣ୍ଡିଆ ତଳେ ୨, ଅର୍ଥ ସଂକଟରେ ଗୋପାଳ ତୀର୍ଥ ମଠ ଭୁବନେଶ୍ବର: ଦିନ ଥିଲା ପୁରୁଣା ଭୁବନେଶ୍ବରର ମଠ ସଂସ୍କୃତି ଓଡ଼ିଆ ପ୍ରାଣର ଭାବାବେଗ ସହିତ ଜଡ଼ିତ ଥିଲା। ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା ସମୟରେ ଚାରି ଚାରିଟି ମଠରୁ ଭୋଗ ଲାଗି ହେଉଥିଲା। ମାତ୍ର ସମୟ ବଦଳିଯାଇଛି। ପ୍ରଶାସନର ଅବହେଳାରୁ ଏହି ପ୍ରାଚୀନ ମଠ ସଂସ୍କୃତି ଲୋପ ପାଇବାକୁ ବସିଲାଣି। ଦୁଇଟି ମଠ ପ୍ରାୟ ବିଲୁପ୍ତ ହୋଇ […]
ଭୁବନେଶ୍ବରର ମଠ ସଂସ୍କୃତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial