ରାଜଧାନୀରୁ କୋକେନ୍ ମିଳିବା ଘଟଣା : ମୋବାଇଲ ଖୋଲିବ କୋକେନ୍ ସିକ୍ରେଟ

ରାଜଧାନୀରୁ କୋକେନ୍ ମିଳିବା ଘଟଣା

ଭୁବନେଶ୍ବର: ଏସଟିଏଫ୍ ରାଜଧାନୀରୁ କୋକେନ୍ ମିଳିବା ଘଟଣାକୁ ନେଇ ରିମାଣ୍ଡ ଅବଧି ଭିତରେ ଗୁମର ଖୋଲିବ। ଅଭିଯୁକ୍ତଙ୍କୁ ୫ଦିନିଆ ରିମାଣ୍ଡରେ ଆଣିବାକୁ ଏସ୍ଟିଏଫ୍ କୋର୍ଟରେ ଆବେଦନ କରିଥିଲା। ଅଭିଯୁକ୍ତ ରବିର ମୋବାଇଲ ଖୋଲିବ କୋକେନ୍ ସିକ୍ରେଟ। ରବି ଏକାଧିକ ମୋବାଇଲରେ ଲୋକଙ୍କ ସହ କଥା ହୋଇ ଡିଲ କରିଥିବା ଏସଟିଏଫ୍ ଜାଣିବାକୁ ପାଇଛି। ଲୋକେସନ ଟ୍ରାକ ଭୟରେ, ଭିନ୍ନ ଭିନ୍ନ ଫୋନ ଯୋଗେ କଥା ହେଉଥିଲା ଏହି କୋକିନ ଦଲାଲ। ସେ କଲ ଡିଟେଲସ ରେକର୍ଡ ଭୟରେ ହ୍ବାଟସଅପ ଓ ଟେଲିଗ୍ରାମକୁ ମାଧ୍ୟମ କରିଥିଲା। ବିଶେଷକରି, ଦିଲ୍ଲୀର ତୁର୍କମାନ ଓ ସାଉଥ ଆଫ୍ରିକା ଲିଙ୍କ ବାବଦରେ ସୁରାକ ପାଇଛି ଏସଟିଏଫ୍। ସୂଚନାଯୋଗ୍ୟ, ଏସ୍ଟିଏଫ୍ର କୋକେନ୍ କାର ବାର ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ଦିଲ୍ଲୀର ତୁର୍କମାନ ଗେଟରୁ କୋକେନ୍ର ମୁଖିଆ ଆପ୍ରେସନ କରୁଥିଲା ବୋଲି ଏସଟିଏଫ୍ ଜାଣିବାକୁ ପାଇଛି। ଭୁବନେଶ୍ୱରର ଟାର୍ଗେଟ କଷ୍ଟମର ଥିଲେ ହକି ବିଶ୍ବକପ୍ର ଦର୍ଶକ। ବିଦେଶୀମାନଙ୍କର ଚାହିଦାକୁ ଦୃଷ୍ଟିରେ ରଖି ରାଜସ୍ଥାନୀ ଯୁବକ ଦ୍ବୟ ଭୁବନେଶ୍ୱରକୁ କୋକେନ୍ ଆଣିଥିଲେ ବୋଲି ସନ୍ଦେହ ହେଉଛି। କୋକେନର କ୍ଵାଲିଟି ଟେଷ୍ଟ ପାଇଁ ଏସଟିଏଫ୍ ନମୁନା ପଠାଇଛି। ବିଶେଷ କରି ଧନୀ ଓ ବଡ଼ ବଡ଼ କଲେଜର ସମ୍ଭ୍ରାନ୍ତ ଘରର ଛାତ୍ରଙ୍କୁ କୋକେନ୍ ଯୋଗାଇବା ଥିଲା ମୂଳ ଲକ୍ଷ୍ୟ। ଦୁଇ ଅଭିଯୁକ୍ତଙ୍କ ପାଖରୁ ସାଉଥ ଆଫ୍ରିକାର ମୁଦ୍ରା ମିଳିଥିବାରୁ ସାଉଥ ଆଫ୍ରିକା ଲିଙ୍କ ଥିବା ଏସଟିଏଫ୍ ସନ୍ଦେହ କରୁଛି। ଏସଟିଏଫ୍ ଜାଣିବାକୁ ପାଇଛି ଯେ, ତୁର୍କମାନ ଗେଟରୁ ଅପରେସନ ଆରମ୍ଭ ହୋଇଥିଲା ଏବଂ ଏହି ଅପରେସନ କରୁଥିଲା ମାଷ୍ଟର ମାଇଣ୍ଡ।

Share Now:

Kalinga News Beuro

Next Post

ସଜନା ପତ୍ରର ଔଷଧୀୟ ଗୁଣ

Tue Apr 19 , 2022
ନୂଆଦିଲ୍ଲୀ: ସଜନା ପତ୍ରରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଏହାକୁ ପ୍ରତିଦିନ ଖାଦ୍ୟରେ ସାମିଲ କରିବା ଦ୍ବାରା ଅନେକ ଲାଭ ମିଳିଥାଏ। ଆସନ୍ତୁ ଜାଣିବା ସଜନା ପତ୍ର ଖାଇବା ଦ୍ବାରା କ’ଣ କ’ଣ ଲାଭ ମିଳିଥାଏ। ମଧୁମେହ ରୋଗୀଙ୍କ ପାଇଁ ସଜନା ପତ୍ର ବହୁତ ଉପଯୋଗୀ ହୋଇଥାଏ। ଏଥିରେ ଆଣ୍ଟିଅକ୍ସିଡେଣ୍ଟ ଗୁଣ ରହିଥାଏ, ଯେଉଁଥିପାଇଁ ରକ୍ତ ଶର୍କରା ନିୟନ୍ତ୍ରଣରେ ରହିଥାଏ। ଏପରି ପରିସ୍ଥିତିରେ ଆପଣଙ୍କୁ ଡାଏଟରେ ସଜନା ପତ୍ର […]
ସଜନା ପତ୍ରର ଔଷଧୀୟ ଗୁଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial