ସଜନା ପତ୍ରର ଔଷଧୀୟ ଗୁଣ

ସଜନା ପତ୍ରର ଔଷଧୀୟ ଗୁଣ

ନୂଆଦିଲ୍ଲୀ: ସଜନା ପତ୍ରରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଏହାକୁ ପ୍ରତିଦିନ ଖାଦ୍ୟରେ ସାମିଲ କରିବା ଦ୍ବାରା ଅନେକ ଲାଭ ମିଳିଥାଏ। ଆସନ୍ତୁ ଜାଣିବା ସଜନା ପତ୍ର ଖାଇବା ଦ୍ବାରା କ’ଣ କ’ଣ ଲାଭ ମିଳିଥାଏ। ମଧୁମେହ ରୋଗୀଙ୍କ ପାଇଁ ସଜନା ପତ୍ର ବହୁତ ଉପଯୋଗୀ ହୋଇଥାଏ। ଏଥିରେ ଆଣ୍ଟିଅକ୍ସିଡେଣ୍ଟ ଗୁଣ ରହିଥାଏ, ଯେଉଁଥିପାଇଁ ରକ୍ତ ଶର୍କରା ନିୟନ୍ତ୍ରଣରେ ରହିଥାଏ। ଏପରି ପରିସ୍ଥିତିରେ ଆପଣଙ୍କୁ ଡାଏଟରେ ସଜନା ପତ୍ର ନିହାତି ସାମିଲ କରିବା ଉଚିତ। ସଜନା ପତ୍ର ଆପଣଙ୍କ ଶରୀରରେ ଖରାପ କୋଲେଷ୍ଟ୍ରଲ୍ ତିଆରି କରେ ନାହିଁ। ଏହି ପତ୍ରଗୁଡ଼ିକରେ ଉଚିତ ପରିମାଣର ଓମେଗା -୩ ଫ୍ୟାଟି ଏସିଡ୍ ରହିଥାଏ। ଯାହା କୋଲେଷ୍ଟ୍ରଲ୍ ସ୍ତରକୁ ହ୍ରାସ କରିଥାଏ। ଏହା ହୃଦୟ ସମ୍ବନ୍ଧୀୟ ସମସ୍ୟାକୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ। ଏଥିସହିତ ସଜନା ପତ୍ରରେ ଉଚିତ ପରିମାଣରେ ପୋଟାସିୟମ୍ ରହିଥାଏ। ଯାହା ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ। ଏତଦ ବ୍ୟତୀତ ସଜନା ପତ୍ର ଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା ମଧ୍ୟ କମିଯାଏ। ଦୃଷ୍ଟିଶକ୍ତି ବୃଦ୍ଧି କରିବାରେ ବି ସଜନା ପତ୍ର ବହୁ ସହାୟକ ହୋଇଥାଏ।

Share Now:

Kalinga News Beuro

Next Post

‘ଆମର ଶେଷ ସମୟ ଆସିଯାଇଛି’ : ୟୁକ୍ରେନୀୟ କମାଣ୍ଡରଙ୍କ ଆକୁଳ ନିବେଦନ

Wed Apr 20 , 2022
କିବ୍ : ୟୁକ୍ରେନ ସହର ମାରିଓପୋଲରେ ଥିବା ୟୁକ୍ରେନୀୟ ସୈନ୍ୟମାନଙ୍କୁ ଆତ୍ମସମର୍ପଣ କରିବାକୁ ରୁଷ ପକ୍ଷରୁ ଦିଆଯାଇଥିବା ସମୟସୀମା ଶେଷ ହୋଇଯାଇଛି। ମାତ୍ର ୟୁକ୍ରେନୀୟ ସୈନ୍ୟମାନେ ଆତ୍ମସମର୍ପଣ କରିବାକୁ ମନା କରିବା ସହ ଜୀବନର ଶେଷ ଲଢେଇ ପାଇଁ ପ୍ରସ୍ତୁତ ହେଉଛନ୍ତି। ମାରିଓପୋଲର ଏକ ଷ୍ଟିଲ ପ୍ଲାଣ୍ଟ ପରିସରରେ ଲୁଚିଥିବା ୟୁକ୍ରେନୀୟ ସୈନ୍ୟମାନେ ଜୀବନର ଅନ୍ତିମ ସଂଗ୍ରାମ ପାଇଁ ପ୍ରସ୍ତୁତ ହେଉଛନ୍ତି। ମାତ୍ର ରୁଷ ସୈନ୍ୟଙ୍କ ସଂଖ୍ୟା ଅଧିକ ଥିବାରୁ […]
'ୟୁକ୍ରେନୀୟ କମାଣ୍ଡର'

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial