ସ୍କୁଲ ବସର ଜୋରଦାର ଚେକିଂ : ୭ଟି ବସରୁ ଫାଇନ ଆଦାୟ

ସ୍କୁଲ ବସର ଜୋରଦାର ଚେକିଂ

କଟକ: ପ୍ରତିଦିନ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆଣିବା ପାଇଁ ହଜାର ହଜାର ସ୍କୁଲ ଭ୍ୟାନ ଚଳାଚଳ କରୁଛି। କିନ୍ତୁ କେବେ ଭାବିଛନ୍ତି ଆପଣଙ୍କ ପିଲା ଯାଉଥିବା ସ୍କୁଲ ବସ କେତେ ସୁରକ୍ଷିତ? ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସ୍କୁଲ ବସରେ କଣ ବ୍ୟବସ୍ଥା ରହିବା ଆବଶ୍ୟକ? ଯାହାଫଳରେ ଛାତ୍ରଛାତ୍ରୀ ସୁରକ୍ଷିତ ରହି ପାରିବେ। ସ୍କୁଲ ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ ଚାଲୁଥିବା ବସ ପାଇଁ ସୁପ୍ରିମକୋର୍ଟ କିଛି ନିୟମ ଜାରି କରିଛନ୍ତି। ଆଉ ଏହି ସବୁ ନିୟମକୁ ସ୍କୁଲ କର୍ତ୍ତୃପକ୍ଷ ପାଳନ କରୁଛନ୍ତି ନା ନାହିଁ ଜାଣିବା ପାଇଁ ଆଜି କଟକରେ ସମସ୍ତ ସ୍କୁଲ ବସ ଯାଞ୍ଚ କରାଯାଇଛି। ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜିଠୁ କଡାକଡି ଯାଞ୍ଚ ହୋଇଛି କଟକର ସମସ୍ତ ସ୍କୁଲ ବସ। ରାଜ୍ୟ ପରିବହନ ବିଭାଗର ୩ଟି ଟିମ କଟକର ବିଭିନ୍ନ ସ୍କୁଲ ବସକୁ ଯାଞ୍ଚ କରି ଫାଇନ କାଟିଛି। ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୭ ଦିନିଆ ସ୍ପେସାଲ ଡ୍ରାଇଭ ହାତକୁ ନେଇଛି ପରିବହନ ବିଭାଗ । ଗାଡିର ଡିଏଲ, ଫିଟନେସ, ଇନ୍ସୁରାନ୍ସ ଓ ଓଭରଲୋଡିଙ୍ଗ ଆଦିକୁ ଟିମ ଯାଞ୍ଚ କରିଛି। ତେବେ ଏହି କ୍ରମରେ ଆଜି ୭ଟି ସ୍କୁଲ ଗାଡି ଉପରେ ଫାଇନ ଲଗାଇଛି ଏମଭିଆଇ ଟିମ। ତେବେ ଆଜିଠୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆହୁରି କଡାକଡି ଭାବରେ ପାଳନ କରାଯିବ ବୋଲି କୁହାଯାଇଛି।

Share Now:

Kalinga News Beuro

Next Post

ବିଗିଡ଼ି ଗଲାଣି ବମିଖାଲ ଫ୍ଲାଏଓଭର୍‌ : ଭୁଲ୍‌ ରାସ୍ତାରେ ଯାତାୟାତ ଯୋଗୁଁ ବଢ଼ୁଛି ଦୁର୍ଘଟଣା

Wed Apr 20 , 2022
ଭୁବନେଶ୍ବର: ୪୪ କୋଟି ବ୍ୟୟରେ ନିର୍ମାଣ ହୋଇଥିବା ବମିଖାଲ ଫ୍ଲାଏଓଭର୍‌ ବ୍ରିଜ୍‌କୁ ତିନି ବର୍ଷ ପୂରିଛି। ରାଜଧାନୀବାସୀଙ୍କୁ ଯାତାୟାତରେ ଭଲ ସେବା ଦେବା ପାଇଁ ନିର୍ମାଣ ହୋଇଥିବା ଏହି ବ୍ରିଜ୍‌ ଏବେ କିନ୍ତୁ ଚିନ୍ତାର କାରଣ ହୋଇଛି। ଏହି ବ୍ରିଜ୍‌ ଏବେ ଦୁର୍ଘଟଣାପ୍ରବଣ ସ୍ଥାନ ଭାବେ ପରିଗଣିତ ହେଉଛି। ବ୍ରିଜ୍‌ ଉପରେ ଅଧାରୁ ଅଧିକ ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁନି, ଡିଭାଇଡର୍‌ ଭାଙ୍ଗିଗଲାଣି, ବହୁ ସ୍ଥାନରୁ କଂକ୍ରିଟ୍‌ ଉଠିଗଲାଣି। ଡିଭାଇଡର୍‌ ଭାଙ୍ଗି […]
ବିଗିଡ଼ି ଗଲାଣି ବମିଖାଲ ଫ୍ଲାଏଓଭର୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial