ରକ୍ତରଞ୍ଜିତ ହେଲା ରେଳଧାରଣା : ୩୧ଟି ମଇଁଷି ଉପରେ ମାଡିଗଲା ଟ୍ରେନ୍‌

ରକ୍ତରଂଜିତ ହେଲା ରେଳଧାରଣା

ରାୟଗଡା: ରେଳ ଧାରଣା ଦେଇ ଯାଉଥିବା ମଇଁଷି ପଲ ଉପରେ ମାଡିଗଲା ଏକ୍ସପ୍ରେସ୍ ଟ୍ରେନ। ଚାଲିଗଲା ନିରୀହ ୩୧ଟି ମଇଁଷିର ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ନିକଟସ୍ଥ ପୀତାମହଲ ରେଳ ଧାରଣାରେ। ଘଟଣାସ୍ଥଳରେ ରେଳବାଇ ଇଂଜିନିୟରିଂ ଟିମ ଓ ଗ୍ୟାଙ୍ଗମ୍ୟାନ ଟିମ୍ ପହଞ୍ଚି ମୃତ ମଇଁଷିଗୁଡିକୁ ଟ୍ରାକ କଡକୁ କାଢି ଥିବା ବେଳେ ଇଂଜିନିୟରିଂ ଟିମ ପକ୍ଷରୁ ଟ୍ରାକ୍ ମରାମତି କରାଯାଇଥିଲା। ବର୍ତ୍ତମାନ ଉକ୍ତ ଟ୍ରାକରେ ରେଳ ଚଳାଚଳ ସ୍ୱାଭାବିକ ଥିବା ବେଳେ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିବା କହିଛନ୍ତି ରେଳବାଇ ପୋଲିସ ସୁରକ୍ଷା ବଳ( ଆରପିଏଫ)ଥାନା ଅଧିକାରୀ ପଙ୍କଜ କୁମାର।
ଏ ନେଇ ଥାନା ଅଧିକାରୀ ପଙ୍କଜ କୁମାରଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ଆଜି ଅପରାହ୍ନ ସାଢେ ୪ଟା ସମୟରେ ଡାଉନ ଟ୍ରାକରେ ନିଜ ଗତିରେ ଆଲେପି-ଧାନବାଦ ବୋକାରୋ ଏକ୍ସପ୍ରେସ ଟ୍ରେନ ରାୟଗଡା ଷ୍ଟେସନ ଅଭିମୁଖେ ଆସୁଥିବା ବେଳେ ପୀତାମହଲ ନିକଟ ରେଳ ଧାରଣାର ପୋଲ ନମ୍ବର ୩୪୬/୨୭ ପୂର୍ବରୁ ମଇଁଷି ପଲ ଉକ୍ତ ଟ୍ରାକରେ ଯାଉଥିଲେ। ଫଳରେ ଟ୍ରେନ ସମସ୍ତ ମଇଁଷିଗୁଡିକ ଉପରେ ମାଡି ଯିବାରୁ ଘଟଣାସ୍ଥଳରେ ୩୦ଟି ମଇଁଷିର ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ମଇଁଷି ଛଟପଟ ହେଉଥିବା ଦେଖିବାକୁ ପାଇଥିଲେ। ଉକ୍ତ ମଇଁଷିକୁ ଚିକିତ୍ସା ନିମନ୍ତେ ଥାନା ଅଧିକାରୀ ପଙ୍କଜ କୁମାର ସ୍ଥାନୀୟ ଲୋକଙ୍କୁ ସହାୟତା ପାଇଁ ନିବେଦନ କରିଥିଲେ। ତେବେ ୧୨ଫୁଟ ତଳେ ଥିବା ଉକ୍ତ ରେଳ ଧାରଣାର ଦୁଇ ପାଶ୍ୱର୍ରେ କେବଳ କଂକ୍ରିଟ ନାଳ ରହିଥିବା ବେଳେ ବାହାରକୁ ଯିବା ପାଇଁ କୌଣସି ବାଟ ନ ଥିବାରୁ ମଇଁଷିମାନେ ଆଉ ଟ୍ରାକ ପାର କରିପାରି ନ ଥିଲେ। ତେବେ ଟ୍ରେନ ଆସିବା ପୂର୍ବରୁ ପୀତାମହଲ ରେଳ ଫାଟକରେ ଗେଟ୍ ପଡିଥିବା ବେଳେ କିପରି ଭାବେ ଏତେ ଗୁଡାଏ ମଇଁଷି ରେଳଧାରଣା ଦେଇ ଯାଉଥିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଏହି ମଇଁଷି ପଲକୁ କେହି ବ୍ୟବସାୟୀମାନେ ଚୋରା ଚାଲାଣ କରିବାକୁ ରେଳଧାରଣା ଦେଇ ନେଉଥିଲେ ନା ସ୍ଥାନୀୟ ଅଞ୍ଚଳର କେହି ମାଲିକ ମଇଁଷିମାନଙ୍କୁ ଚରିବା ପାଇଁ ଛାଡି ଦେଇଥିଲେ ତାହା ସ୍ପଷ୍ଟ ହୋଇ ପାରି ନ ଥିବା ଥାନା ଅଧିକାରୀ ପଙ୍କଜ କୁମାର ପ୍ରକାଶ କରିଛନ୍ତି।

Share Now:

Kalinga News Beuro

Next Post

ମାଲକାନଗିରି ଗସ୍ତରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବୀନି ବୈଷ୍ଣବ

Sat Apr 23 , 2022
ମାଲକାନଗିରି: ମାଲକାନଗିରି ଗସ୍ତରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବୀନି ବୈଷ୍ଣବଙ୍କ ଗସ୍ତ ଏକ ପ୍ରକାର ସଫଳ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ତାଂକର ଲକ୍ଷ୍ୟ କଳାହାଣ୍ଡି ଜିଲ୍ଳା ଜୁନାଗଡ ଠାରୁ ଆନ୍ଧ୍ରପ୍ରଦେଶର ଭଦ୍ରାଞ୍ଚଲମ ପର୍ଯ୍ୟନ୍ତ ରେଳପଥ ଖୁବଶୀଘ୍ର ଲୋକଙ୍କୁ ଭେଟି ଦେବେ। ସର୍ଭେ କାମ ଏକ ପ୍ରକାର ସରିଯାଇଥିବା ବେଳେ ମାଲକାନଗିରି ଠାରୁ ଭଦ୍ରାଞ୍ଚଲମ ରେଳପଥର ସର୍ଭେ କାମ ଚାଲିଛି। ତେବେ ଏହାକୁ ମାଲକାନଗିରି ବିଜେପି ତରଫରୁ ମନ୍ତ୍ରୀଙ୍କୁ ଦାବି […]
ରାସ୍ତା ମଝିରେ ରେଳମନ୍ତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial