ଓଡିଶା ଡିଜିଟାଲ ମିଡ଼ିଆ ଆସୋସିଏସନର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ

ODMA

ଭୁବନେଶ୍ୱର : ଆଜି ଓଡିଶା ଡିଜିଟାଲ ମିଡ଼ିଆ ଆସୋସିଏସନର କାର୍ଯ୍ୟକାରୀ କମିଟି ବୈଠକ ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗ୍ରାମ୍ୟ ପର୍ଯ୍ୟଟନରେ ଗଣମାଧ୍ୟମର ଭୂମିକା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ରାଜ୍ୟ ସଭାପତି ତୁଷାର ପଟ୍ଟନାୟକ ସଭାପତିତ୍ୱ କରିଥିଲେ।ସର୍ବ ଭାରତୀୟ ସାମ୍ବାଦିକ ସଂଘର ସଭାପତି ନାରାୟଣ ଶର୍ମା ଓ କର୍ଣ୍ଣାଟକ ରାଜ୍ୟ ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ନରେନ୍ଦ୍ର କୁମାର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମୀଣ ପର୍ଯ୍ୟଟନରେ ସାମାଜିକ ଗଣମାଧ୍ୟମର ଭୂମିକା ଗୁରୁତ୍ତ୍ୱପୂର୍ଣ୍ଣ ବୋଲି ମତପ୍ରକାଶ କରିଥିଲେ। ବିଶିଷ୍ଟ ଶ୍ରମିକ ନେତା ନବକିଶୋର ମହାନ୍ତି ସରକାର ଗ୍ରାମୀଣ ପର୍ଯ୍ୟଟନ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଅନୁଷ୍ଠାନର ଉପସଭାପତି ସୁନୀଲ କୁମାର ଦେ ଏହି ଆଲୋଚନାରେ ଅଂଶଗ୍ରହଣ କରି କହିଥିଲେ ଯେ ” ଗ୍ରାମୀଣ ପର୍ଯ୍ୟଟନକୁ ଲୋକଲୋଚନକୁ ଆଣିବାରେ ସେହି ଅଞ୍ଚଳରେ କାର୍ଯ୍ୟକରୁଥିବା ପ୍ରତ୍ୟେକ ସଚେତନ ଗଣମାଧ୍ୟମ ପ୍ରତିନିଧିଙ୍କର ବିଶେଷ ଦାଇତ୍ୱ ରହିଛି।ସେମାନେ ନିଜର ଆନ୍ତରିକତା ଦେଖାଇଲେ ଏହା ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିପାରିବ।” ଏହି ଅବସରରେ ସମାଜସେବା ଓ ସାମ୍ବାଦିକତା କ୍ଷେତ୍ରରେ ବଳିଷ୍ଠ ଯୋଗଦାନ ପାଇଁ ବରିଷ୍ଠ ସାମ୍ବାଦିକ ଦୁର୍ଯ୍ୟୋଧନ ମହାରଣା,ବିପ୍ଳବୀନି ନାୟକ ଓ ତରୁଲତା ପଟ୍ଟନାୟକଙ୍କୁ ଅତିଥିମାନେ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ଅପରାହ୍ନରେ ସଂଘର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସର୍ବସମ୍ମତି ନିଷ୍ପତି କ୍ରମେ କୋରାପୁଟ ଜିଲ୍ଲା ସଭାପତିଭାବେ ବରିଷ୍ଠ ସାମ୍ବାଦିକ ବାସୁଦେବ ବରାଡ଼ ଓ ସୋନପୁର ଜିଲ୍ଲା ସଭାପତି ଭାବେ ସହଦେଵ ମେହେର ମନୋନୀତ ହୋଇଥିଲେ। ଡକ୍ଟର ରାଜକିଶୋର ନାୟକଙ୍କୁ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଭାବରେ ମନୋନୀତ କରାଯାଇଥିଲା। ଏହି ବୈଠକରେ ୩୦ ଜିଲ୍ଲାରୁ କାର୍ଯ୍ୟକାରୀ କମିଟି ସଭ୍ୟମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଆଗାମୀ ଦିନରେ ବିଭିନ୍ନ ଜିଲ୍ଲାରେ ଏହିପରି ବୈଠକ ମାନ କରାଯିବାପାଇଁ ନିଷ୍ପତି ନିଆଯାଇଛି। ବରିଷ୍ଠ ସାମ୍ବାଦିକ ତଥା ଡିଜିଟାଲ ମିଡ଼ିଆ ଆସୋସିଏସନର ଉପସଭାପତି ସୁନୀଲ କୁମାର ଦେ, ଦୁର୍ଯ୍ୟୋଧନ ମହାରଣା ,କାର୍ଯ୍ୟକାରୀ ସଭାପତି ପ୍ରକାଶ ମିଶ୍ର , ମନୋଜ ନାଥ, ମିନାକ୍ଷୀ, ପ୍ରୀତି ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।

Share Now:

Kalinga News Beuro

Next Post

ଦନ୍ତା ମୁହଁରୁ ଅଳ୍ପକେ ବର୍ତିଲେ ମହିଳା

Sun Apr 24 , 2022
ବିଶୋଇ: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ବିଶୋଇ ବନ୍ୟପ୍ରାଣୀ ବନାଞ୍ଚଳର ସରଗଡା ବନାଞ୍ଚଳ ଅଧିନ କଁଳାପାଟ ସଂରକ୍ଷିତ ଜଙ୍ଗଲ ନିକଟରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତର ମହିଳା ଜଣଙ୍କ ହେଲେ ସରଗଡ଼ା ପଞ୍ଚାୟତର ଦଳେଇଡ଼ିହି ଗ୍ରାମର ପାନ ସର୍ଦ୍ଦାର (୪୮)। ସୂଚନାଥାଉକି, ପାନ ଆଜି ସକାଳ ୧୦ ଘଟିକା ସମୟରେ ନିଜ ଘରପାଖ ୨ଶହ ମିଟର ଦୂରରେ ଥିବା କଁଳାପାଟ […]
ଦନ୍ତା ମୁହଁରୁ ଅଳ୍ପକେ ବର୍ତିଲେ ମହିଳା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial