କଳାରାହାଙ୍ଗ ଗ୍ରାମପଞ୍ଚାୟତର ଜିଆରଏସଙ୍କ ଘରେ ଭିଜିଲାନ୍ସ ରେଡ

ଜିଆରଏସଙ୍କ ଘରେ ଭିଜିଲାନ୍ସ ରେଡ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ କଳାରାହାଙ୍ଗ ଗ୍ରାମପଞ୍ଚାୟତର ଜିଆରଏସ ଥିବା ବାବୁଲି ଚରଣ ପଢ଼ିଆରୀଙ୍କ ଘରେ ଆଜି ଭିଜିଲାନ୍ସ ରେଡ ହୋଇଛି। ଭିଜିଲାନ୍ସର ତିନି ଜଣ ଡ଼ିଏସପିଙ୍କ ସମେତ ୧୦ ଜଣ ଇନ୍ସପେକ୍ଟର ଏହି ଚଢ଼ାଉରେ ସାମିଲ ହୋଇଥିବାବେଳେ ଏକକାଳୀନ ୬ଟି ସ୍ଥାନରେ ରେଡ ଚାଲିଛି। ଭୁବନେଶ୍ୱରର ରଘୁନାଥପୁରରେ ଥିବା ଏକ ତିନି ମହଲା କୋଠା, ଏକ ଦୁଇ ମହଲା କୋଠା, ଆଶୀର୍ବାଦ ପ୍ଲାଜା ଆପାର୍ଟମେଣ୍ଟର ଫ୍ଲାଟ ନମ୍ବର ୧୦୨ରେ ଚଢ଼ାଉ ଚାଲିଛି। ସେହିପରି ବାବୁଲି ଚରଣ ପଢ଼ିଆରୀଙ୍କ ରଘୁନାଥପୁର ସ୍ଥିତ ପୈତୃକ ବାସଭବନ, କଳାରାହାଙ୍ଗ ଗ୍ରାମପଞ୍ଚାୟତ ଅଫିସରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଛି।

Share Now:

Kalinga News Beuro

Next Post

ଏକତରଫା ପ୍ରେମ ପାଇଁ ସଇତାନ ସାଜିଲା ଯୁବକ : ପ୍ରେମିକାର ନେଲା ଜୀବନ

Tue Apr 26 , 2022
ଗୋରଖପୁର: ଏକତରଫା ପ୍ରେମ ନେଲା ୩ ଜୀବନ। ମନ ଓ ପ୍ରାଣ ଦେଇ ଭଲ ପାଉଥିବା ପ୍ରେମିକା ଓ ତା’ର ପରିବାରକୁ ଛଟପଟ କରି ହତ୍ୟା କଲା ସଇତାନ ପ୍ରେମିକ। ଏକତରଫା ପ୍ରେମ ପାଇଁ ପ୍ରେମିକା ପରିବାରର ୩ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିବା ଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ଗୋରଖପୁର ସହରରେ। ସୋମବାର ରାତିରେ ପ୍ରେମିକା ଓ ତା’ର ବାପାମା’ ଏକ କାର୍ଯ୍ୟକ୍ରମ ଦେଖିବାକୁ ଯାଉଥିବା ବାଟରେ ସେମାନଙ୍କ […]
ପ୍ରେମ ପାଇଁ ସଇତାନ ସାଜିଲା ଯୁବକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial