ନର୍ସ ହାତରୁ ଖସିପଡ଼ି ନବଜାତକ ମୃତ : ମଲା ପିଲା ଜନ୍ମନେଇଛି ବୋଲି ମାଆକୁ କୁହାଗଲା

ନର୍ସ ହାତରୁ ଖସିପଡ଼ି ନବଜାତକ ମୃତ

ଲକ୍ଷ୍ନୌ: ଲକ୍ଷ୍ନୌର ଚିନ୍‌ହାଟ୍‌ସ୍ଥିତ ମଲ୍‌‌ହୌର୍‌ ଅଞ୍ଚଳରେ ଥିବା ଏକ ବେସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ନର୍ସଙ୍କ ହାତରୁ ଖସି ପଡ଼ିବାରୁ ଏକ ନବଜାତକ ଶିଶୁ ପୁତ୍ରର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ପ୍ରସବ ପରେ ନର୍ସ ଜଣକ ତଉଲିଆ ନଢ଼ାଙ୍କି ପିଲା ଧରିଥିବା ବେଳେ ନବଜାତକଟି ତାଙ୍କ ହାତରୁ ଖସି ଚଟାଣରେ ପଡ଼ି ଯାଇଥିଲା ଓ ତା’ର ମୃତ୍ୟୁ ଘଟିଥିଲା। ହସ୍ପିଟାଲ୍‌ ପକ୍ଷରୁ ଏହି ମାମଲାଟିକୁ ଚାପି ଦେବା ପାଇଁ ପେଟରୁ ହିଁ ମଲା ଛୁଆ ଜନ୍ମ ହୋଇଛି ବୋଲି ପରିବାର ଲୋକଙ୍କୁ କୁହାଯାଇଥିଲା। ମାତ୍ର ପରିବାର ଲୋକେ ଏହି କଥାକୁ ମାନିନଥିଲେ। ପରିବାର‌ ଲୋକେ ସଂପୃକ୍ତ ନର୍ସ ଓ ହସ୍ପିଟାଲ୍‌ ବିରୋଧରେ ଦାୟିତ୍ବହୀନତାର ଅଭିଯୋଗ ଆଣିଥିଲେ। ମୃତ ନବଜାତକଟିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଶରୀର ବ୍ୟବଚ୍ଛେଦ ରିପୋର୍ଟରୁ ପିଲାଟିର ମୁଣ୍ଡରେ ଆଘାତ ବାଜିବାରୁ ତା’ର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ୍‌ ହସ୍ପିଟାଲ୍‌ କର୍ମଚାରୀ ଓ ଉକ୍ତ ନର୍ସଙ୍କ ନାମରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଏହି ଘଟଣାଟି ୧୯ ତାରିଖରେ ଘଟିଥିଲେ ବି ଗଣମାଧ୍ୟ‌ମରେ ୨୦ ତାରିଖରେ ଏ ନେଇ ଖବର ପ୍ରକାଶ ପାଇଛି। ଘଟଣାଟି ସର୍ବସାଧାରଣ ହେବା ପରେ ହସ୍ପିଟାଲ୍‌ କର୍ମଚାରୀ ଓ ନର୍ସଙ୍କ ନାମ‌ରେ ୨୬ ତାରିଖରେ ମାମଲା ରୁଜୁ ହୋଇଛି। ନବଜାତକର ବାପା ଏହି ଘଟଣାକୁ ନେଇ ଅଭିଯୋଗ ଆଣିବା ପରେ ଏହାର ଖୋଳତାଢ଼ ଆରମ୍ଭ ହୋଇଛି।

Share Now:

Kalinga News Beuro

Next Post

ଯୋଗୀଙ୍କ ନିର୍ଦ୍ଦେଶରେ ହଟିଲା ୬,୦୦୦ ଲାଉଡସ୍ପିକର

Wed Apr 27 , 2022
ଲକ୍ଷ୍ନୌ: ଗତ ସପ୍ତାହରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଥିଲେ ଯେ, ଅନୁମତି ନେଇ ରାଜ୍ୟର ଧାର୍ମିକ ସ୍ଥାନରେ ଲାଉଡସ୍ପିକର ବ୍ୟବହାର କରାଯାଇପାରିବ। କିନ୍ତୁ ସଂପୃକ୍ତ ପରିସର ବାହାରକୁ ଶବ୍ଦ ଆସିପାରିବ ନାହିଁ। ଏହି ଘୋଷଣା ପରେ ବର୍ତ୍ତମାନ ରାଜ୍ୟର ୩୦,୦୦୦ ଧାର୍ମିକ ସ୍ଥାନରେ ଲାଉଡସ୍ପିକରର ଶବ୍ଦକୁ କମ କରାଯାଇଛି। ଯେଉଁମାନେ ଧାର୍ମିକ ସ୍ଥାନଗୁଡ଼ିକର ଦାୟିତ୍ୱରେ ଅଛନ୍ତି ସେମାନେ ନିଜେ ଏହି ପଦକ୍ଷେପ ନେଇଛନ୍ତି। ଏହା ସହ ୬,୦୦୦ […]
ଯୋଗୀଙ୍କ ନିର୍ଦ୍ଦେଶ ପରେ ହଟିଲା ୬,୦୦୦ ଲାଉଡସ୍ପିକର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial