ବଦଳୁନି ବାଦାମବାଡ଼ି ଭିଡ : ପୁଲିସର ରହସ୍ୟଜନକ ନିରବତା

ବଦଳୁନି ବାଦାମବାଡ଼ି

କଟକ: ଆଖି ଆଗରେ ନିୟମ ଖିଲାପ ହେଉଛି। ସାଧାରଣ ଲୋକ ସମସ୍ୟାରେ ପଡୁଛନ୍ତି। ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। କିନ୍ତୁ ରହସ୍ୟଜନକ ଭାବେ ପୁଲିସ ଚୁପ କାହିଁକି? କାହିଁକି ମଧୁପାଟଣାରୁ ବାଦାମବାଡି ଯାଏ କଟକର ସବୁଠୁ ଗୁରୁତ୍ବପୂର୍ଣ୍ଣ ରାସ୍ତାର ଟ୍ରାଫିକ ବ୍ୟବସ୍ଥା ସୁଧୁରି ପାରୁନି? ମଧୁପାଟଣା ଛକରେ ରହିଛି ମଧୁପାଟଣା ଥାନା ଆଉ ଟ୍ରାଫିକ ଟାୱାର। ଏପଟେ ବାଦାମବାଡି ଛକରେ ରହିଛି ବାଦାମବାଡି ଥାନା। ଦୁଇଟି ଥାନାକୁ ସଂଯୋଗ କରୁଥିବା ଗୋଟିଏ ରାସ୍ତାର ଟ୍ରାଫିକ ବ୍ୟବସ୍ଥା ଯଦି ସଜଡା ଯାଇ ପାରୁ ନାହିଁ ତେବେ ପୁଲିସ କି ପ୍ରକାର ଦାୟିତ୍ବ ନିର୍ବାହ କରୁଛି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ପୁଲିସର ଦାୟିତ୍ବ କ’ଣ? ଦୁଇ ଚକିଆ ଯାନର ଫଟୋ ଉଠାଇ ଚାଲାଣ କାଟି ଦେଲେ କ’ଣ ଟ୍ରାଫିକ ସୁଧୁରି ଯିବ ? ନିୟମ ଭାଙ୍ଗି ଯେଉଁଠି ସେଠି ଅଟକୁ ଥିବା ବସ୍, ଯେଉଁଠି ସେଠି ପାର୍କିଂ କରୁଥିବା ଅଟୋ ପ୍ରତି ପୁଲିସର କେଉଁ କାରଣରୁ ଏତେ ଦରଦ? କାହିଁକି ନିୟମ ଖିଲାପକାରୀଙ୍କର ପୁଲିସ ପ୍ରତି ସାମାନ୍ୟତମ ଭୟ ବି ରହୁନି?
ମଧୁପାଟଣା ଛକ ଉପରେ ବସ୍ ଓ ଅଟୋ ଯେଭଳି ରାସ୍ତା ମଝିରେ ଅଟକି ରହୁଛନ୍ତି, ସେଥିରେ ପୁଲିସ ପ୍ରତି ସେମାନଙ୍କର ସାମାନ୍ୟତମ ଭୟ ନଥିବା ପ୍ରମାଣିତ ହେଉଛି। ବାଦାମବାଡି ଛକ ଉପରେ ବି ଅନୁରୂପ ସ୍ଥିତି। ବାଦାମବାଡ଼ି ରାସ୍ତାରେ ଭିଡ଼ ହେବା ପଛରେ ବେଆଇନ ପାର୍କିଂ ମୁଖ୍ୟ କାରଣ। କିନ୍ତୁ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କାହାକୁ ଭୟ କରୁଛି? ‘ମୋ ବସ୍’ର ମନମାନି ସବୁଠୁ ଅଧିକ ସମସ୍ୟାର କାରଣ ହେଉଛି। ଜୟଶ୍ରୀ ସିନେମା ହଲ୍ ନିକଟରୁ ନ୍ୟୁ ଏଲଆଇସି କଲୋନି ଯାଏ ରାସ୍ତାରେ ନିୟମିତ କାର୍ ପାର୍କିଂ ହେଉଥିବା ବେଳେ ତା’ ପଛକୁ ବସ୍ ଓ ଅଟୋ ଚାଳକଙ୍କ ପାର୍କିଂ ଯୋଗୁଁ ଭରତିଆ ଟାଓ୍ବାରରୁ ନ୍ୟୁ ଏଲଆଇସି କଲୋନି ଯାଏ ରାସ୍ତାରେ ଅସମ୍ଭବ ପ୍ରକାର ଭିଡ଼ ଦେଖିବାକୁ ମିଳୁଛି।

Share Now:

Kalinga News Beuro

Next Post

ବନ୍ଦେ ଭାରତ ଏକ୍ସପ୍ରେସ ଚକରେ ବ୍ରେକ ଲଗାଇଛି ୟୁକ୍ରେନ

Thu Apr 28 , 2022
ନୂଆଦିଲ୍ଲୀ: ରେଳବାଇର ଆତ୍ମନିର୍ଭରଶୀଳ ଭାରତ ଯୋଜନା ଅଧୀନରେ ପ୍ରସ୍ତୁତ ହେଉଥିବା ‘ବନ୍ଦେ ଭାରତ’ ଏକ୍ସପ୍ରେସ ଟ୍ରେନ ନିର୍ମାଣ ଉପରେ ୟୁକ୍ରେନ ବ୍ରେକ୍ ଲଗାଇଛି। ବାସ୍ତବରେ, ବନ୍ଦେ ଭାରତ ଟ୍ରେନରେ ବ୍ୟବହାର ହେବାକୁ ଥିବା ୩୬,୦୦୦ ଚକ ପାଇଁ ୧୬ ମିଲିୟନ୍ ଡଲାର ମୂଲ୍ୟରେ ୟୁକ୍ରେନର ଏକ କମ୍ପାନିକୁ ଭାରତ ଅର୍ଡର ଦେଇଥିଲା। ତେବେ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ଯୋଗୁଁ ଏବେ ଚକ ଉତ୍ପାଦନ ବନ୍ଦ ହୋଇଯାଇଛି। ୟୁକ୍ରେନର ବ୍ଲାକ୍ ସି […]
ବନ୍ଦେ ଭାରତ ଏକ୍ସପ୍ରେସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial