ଅମାନବୀୟ : ପାଣି ପାଇଁ ଦେହ ଦାନ କରିବାକୁ ବାଧ୍ୟ ହେଉଛନ୍ତି ମହିଳା

ସେକ୍ସ ଫର୍ ୱାଟର

ନୂଆଦିଲ୍ଲୀ: ‘‘ହେ ବାବୁ, ମୋ ଦେହକୁ ଉପଭୋଗ କର, ହେଲେ ପାଣି ମୁନ୍ଦେ ଦିଅ, ଜୀବନ ବଞ୍ଚେଇ ଦିଅ ।’’ ପାଣି ପାଇଁ ମହିଳାମାନଙ୍କୁ ନିଜ ଶରୀର ଦାନ କରିବାକୁ ପଡୁଛି। ପାଣି ଦଲାଲମାନଙ୍କ ସହ ରାତି କଟାଇବାକୁ ପଡୁଛି। ଏପରିକି ଚାରି ଚାରିଟି ପିଲାର ମାଆକୁ ମଧ୍ୟ ପାଣି ପାଇଁ ଦଲାଲ ପାଖରେ ନିଜକୁ ସମର୍ପି ଦେବାକୁ ପଡୁଛି। ଯିଏ ଦଲାଲଙ୍କ ସର୍ତରେ ରାଜିହେଲା ସେ ପାଣି ପାଇଲା, ଆଉ ଯିଏ ମନାକଲା ଖାଲି ଜାରକିନ ଧରି ଘରକୁ ଫେରିଲା। ସତରେ କ’ଣ ଏଭଳି ଭୟଙ୍କର, ସାଂଘାତିକ, ଅମାନବୀୟ, ମାରାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି ? ଏକଥା ବିଶ୍ୱାସ ହେଉ ନଥିଲେ ମଧ୍ୟ ସତ। ପାଣି ପାଇଁ ଏଭଳି ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଛି କେନିଆର ରାଜଧାନୀ ନାଇରୋବି ସହରରେ। ଦିନକୁ ଦିନ ଜଳବାୟୁରେ ବ୍ୟାପକ ପରିବର୍ତନ ଯୋଗୁଁ ନାଇରୋବିରେ ପରିସ୍ଥିତି ଜଟିଳ ହେବାରେ ଲାଗିଛି। ବର୍ଷା ଅଭାବ ଯୋଗୁଁ ଜଳାଶୟ ଶୁଖିଲା ପଡ଼ିଛି। ପାଣି ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି। କେମିତି ପାଣି ଜାରିକିନ୍ଏ ମିଳିଗଲେ ଜୀବନ ବଞ୍ଚିଯିବ, ପରିବାର ରକ୍ଷା ହୋଇଯିବ, ସେଥିପାଇଁ ରାତିଦିନ ପରିବାରର ମହିଳାମାନଙ୍କୁ କସରତ କରିବାକୁ ପଡୁଛି। ପାଣି ଦଲାଲମାନଙ୍କ ଦୂଆରେ ଧାଡ଼ି ବାନ୍ଧି ଦିନଦିନ ରାତିରାତି ଚାତକ ଭଳି ଅପେକ୍ଷା କରିବାକୁ ପଡୁଛି।
କୁହାଯାଏ, ଜଳ ହିଁ ଜୀବନ। ଖାଦ୍ୟ ବିନା ଲୋକଟିଏ ଦିନେ କି ଦୁଇଦିନ ରହିଯିବ, ହେଲେ ପାଣିବିନା ଜିଇବା ଅସମ୍ଭବ। ଏହାର ସୁଯୋଗ ନେଇ ଫାଇଦା ଉଠାଉଛନ୍ତି ନାଇରୋବିର ପାଣି ଦଲାଲ୍ ବା ‘ୱାଟର ଭେଣ୍ଡର’। ଗତ କିଛି ବର୍ଷ ଧରି କେନିଆର ଅନେକ ଅଂଚଳରେ ଏଭଳି ପରିସ୍ଥିତି ଦେଖିବାକୁ ମିଳୁଛି। କେନିଆା ୱାଟର ଆଣ୍ଡ୍ ସାନିଟେସନ୍ ସିଭିଲ୍ ସୋସାଇଟି ନେଟୱର୍କ ମଧ୍ୟ ଏକଥାକୁ ସ୍ୱୀକାର କରିଛି। ଦିନକୁ ଦିନ ପାଣି ପାଇଁ ସେଠାରେ ଯୌନ ଶୋଷଣ ବଢିଚାଲିଛି ବୋଲି ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଏ ସଂକ୍ରାନ୍ତରେ ଏକ ରିପୋର୍ଟ ‘ସେକ୍ସ ଫର୍ ୱାଟର’ ମଧ୍ୟ ଅନୁଷ୍ଠାନ ପକ୍ଷରୁ ପ୍ରକାଶିତ ହୋଇଛି।

Share Now:

Kalinga News Beuro

Next Post

ପାତିଆଲା ହିଂସା : ପଞ୍ଜାବ କାର୍ଯ୍ୟକାରୀ ସଭାପତିଙ୍କୁ ଦଳରୁ ବହିଷ୍କାର କଲା ଶିବସେନା

Fri Apr 29 , 2022
ନୂଆଦିଲ୍ଲୀ : ପଞ୍ଜାବର ପାତିଆଲାରେ ଆଜି ଶିବସେନା (ବାଳ ଠାକରେ) ଓ କେତେକ ଶିଖ ସଂଗଠନମାନଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ପରେ ଶିବସେନା ପକ୍ଷରୁ ପଞ୍ଜାବ କାର୍ଯ୍ୟକାରୀ ସଭାପତି ହରିଷ ସିଂଗଲାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ତାଙ୍କ ସହିତ ଦଳର ଆଉ କେତେକ କର୍ମୀଙ୍କୁ ମଧ୍ୟ ବହିଷ୍କାର କରାଯାଇଛି। ଏ ସଂପର୍କରେ ଶିବସେନା ପଞ୍ଜାବର ସଭାପତି ଯୋଗରାଜ ଶର୍ମା ଏକ ପ୍ରେସ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ […]
ପାତିଆଲା ହିଂସା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial