ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପି.କେ. ଜେନାଙ୍କ ସ୍ଥାନରେ ପ୍ରଦୀପ୍ତ ମହାପାତ୍ର

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ ଅଧିକାରୀ ପ୍ରଦୀପ ଜେନାଙ୍କ ସ୍ଥାନରେ ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ଶ୍ରୀମନ୍ଦିରର ନୂଆ ମୁଖ୍ୟ ପ୍ରଶାସକ ନିଯୁକ୍ତ କରିଛନ୍ତି । ଶ୍ରୀ ଜେନାଙ୍କ ସମୟରେ ବିଭିନ୍ନ କାରଣରୁ ଶ୍ରୀମନ୍ଦିରକୁ ନେଇ ବିବାଦ ଦେଖାଦେଇଥିଲା । ଏହା ମଧ୍ୟରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପର୍ଯ୍ୟବେକ୍ଷଣ, ଚାବି ହଜିବା, ଶ୍ରୀମନ୍ଦିର ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିବା ଅନ୍ୟତମ । ସରକାର ଗତ ବର୍ଷ ଏପ୍ରିଲ ୧୯ରେ ଶ୍ରୀ ଜେନାଙ୍କୁ ମୁଖ୍ୟ ପ୍ରଶାସକ ନିଯୁକ୍ତ କରିଥିଲେ ।

Share Now:

Kalinga News Beuro

Leave a Reply

Next Post

ପୁଣି ସର୍ଭିସ୍‌ ରୋଡ୍‌ରେ ନର୍ଦମା ପାଣିର ବନ୍ୟା : ଡୁମୁଡୁମାରେ ଜନ ଅସନ୍ତୋଷ

Tue Jun 12 , 2018
ଖଣ୍ଡଗିରି : ଗତ ଫେବ୍ରୁଆରି ମାସରେ ଜମିଥିଲା ରାସ୍ତା ଉପରେ ନର୍ଦମା ପାଣି। ଲୋକେ ରାଜରାସ୍ତାକୁ ଓହ୍ଲାଇବା ପରେ ଚେତିଥିଲା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ଅସ୍ଥାୟୀ ସମାଧାନ କରି ହାତ ଝାଡ଼ି ଦେଇଥିଲା। କିନ୍ତୁ ପୁଣି ସେହି ରାସ୍ତାରେ ଲହଡ଼ି ମାରିଲା ନର୍ଦମା ପାଣି। ରାସ୍ତା ଉପରେ ବନ୍ୟା ଭଳି ପରିସ୍ଥିତି। ଖଣ୍ଡଗିରିରୁ ଡୁମୁଡୁମାକୁ ଲମ୍ବିଥିବା ଜାତୀୟ ରାଜପଥ ସର୍ଭିସ୍‌ ରୋଡ୍‌ରେ ୧୦୦ ମିଟରରୁ ଅଧିକ ଲମ୍ବରେ ଜମି ରହିଛି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial