ଭଡ଼ାରେ ଲାଗୁଛି ନେତାଜୀ ଖେଳ ପଡ଼ିଆ : ପଡ଼ିଆ ସାରା ‌ଗାତ, କିଏ ଦେଇଥିଲେ ଅନୁମତି?

ଭଡ଼ାରେ ଲାଗୁଛି ନେତାଜୀ ଖେଳ ପଡ଼ିଆ

କଟକ: ନୂଆବଜାର ନେତାଜୀ ଖେଳ ପଡ଼ିଆକୁ ଭଡ଼ାରେ ଲଗାଯିବା ଘଟଣା ଏବେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ବିଧାୟକ ପାଣ୍ଠିରୁ ଗୋଟିଏ ପଟେ ପଡ଼ିଆର ଉନ୍ନତିକରଣ ପାଇଁ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଅନ୍ୟପଟେ ବାହାଘର ପାଇଁ ଭଡ଼ା ଦିଆଯିବା ପରେ ଏବେ ପଡ଼ିଆ ସାରା ଗାତ ସୃଷ୍ଟି ହୋଇଛି। ବିଭିନ୍ନ ସାମଗ୍ରୀ ଏଣେତେଣେ ପଡ଼ି ପଡ଼ିଆରେ ଦୁର୍ଗନ୍ଧ ହେଉଛି। ଏହାକୁ ନେଇ ପଡ଼ିଆରେ ନିୟମିତ ଖେଳୁଥିବା ଯୁବକ ଏବଂ ଅନେକ ସ୍ଥାନୀୟ ଅଞ୍ଚଳବାସୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଗଲା ଶନିବାର ଦିନ ଏ ସଂକ୍ରାନ୍ତରେ ମେୟର ସୁବାସ ସିଂହଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏ ସଂପର୍କରେ ଆଜି ଶ୍ରୀ ସିଂହ କହିଛନ୍ତି ଯେ ସେ ନିଜେ ଖେଳ ପଡିଆ ବୁଲି ଦେଖି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଖେଳ ପଡିଆକୁ ବାହାଘର ଭୋଜି ପାଇଁ ବ୍ୟବହାର କରିବାକୁ କିଏ ଅନୁମତି ଦେଲା, ତାହା ଏଯାଏ ଜଣା ପଡି ନାହିଁ। କାଉନସିଲ ବୈଠକରେ ଏ ବିଷୟରେ ଆଲୋଚନା କରି ଦାୟିତ୍ବରେ ଥିବା ଅଧିକାରୀମାନଙ୍କୁ କୈଫିୟତ ମଗାଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ଅଞ୍ଚଳର କ°ଗ୍ରେସ ଯୁବନେତା ହିମାଂଶୁ ଶେଖର ସାହୁ, ଅତିଶ ଦାସ, କ୍ରିକେଟ ଖେଳାଳି ସ୍ବରାଜ ଚୌଧୁରୀ, ପ୍ରଦୋଷ ଦାସ, ସତ୍ୟ ମହାନ୍ତି ପ୍ରମୁଖ ଅଭିଯୋଗ କରିଛନ୍ତି ଯେ, ସରକାରଙ୍କ ନିୟମ ଅନୁଯାୟୀ ଖେଳ‌ପଡିଆରେ କୈାଣସି ବାହାଘର ଭୋଜିଭାତ ହୋଇ ପାରିବ ନାହିଁ। ମଣ୍ଡପରେ ଭୋଜିଭାତ କଲେ ଲକ୍ଷାକ୍ଷକ ଟଙ୍କା କେବଳ ଭଡା ବାବଦକୁ ଦେବାକୁ ପଡୁଥିବାରୁ କିଛି ଅଧିକାରୀ କର୍ମଚାରୀ ପଡ଼ିଆକୁ ଭଡାରେ ଦେଇ ଟଙ୍କା ହଡ଼ପ କରୁଛନ୍ତି। ସିଏମସି ତୁରନ୍ତ ଏହାର ତଦନ୍ତ କରି ସଂପୃକ୍ତ ଅଧିକାରୀ, କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ସେମାନେ ଦାବି କରିଛନ୍ତି।

Share Now:

Kalinga News Beuro

Next Post

ଚଳନ୍ତା ଅଟୋରେ ସବୁଜ ବଗିଚା : ଅଟୋ ଡ୍ରାଇଭରଙ୍କ ନିଆରା ଉଦ୍ୟମ

Tue May 3 , 2022
ନୂଆଦିଲ୍ଲୀ: ଆପଣ ଅନେକ ଥର ଅଟୋରେ ବସିଥିବେ। ଗ୍ରୀଷ୍ମ ଋତୁ ଆରମ୍ଭ ହେବା ମାତ୍ରେ ଲୋକମାନେ ପ୍ରାୟତଃ ଅଟୋ କିମ୍ବା କ୍ୟାବ ସାହାଯ୍ୟରେ କଲେଜ କିମ୍ବା ଅଫିସ୍ ଯାଆନ୍ତି। ଏପରି ପରିସ୍ଥିତିରେ, ଯାତ୍ରୀଙ୍କୁ ପ୍ରଚଣ୍ଡ ତାତିରୁ ମୁକ୍ତି ଦେବାକୁ ଏବେ ଜଣେ ଅଟୋ ଡ୍ରାଇଭର ଏଭଳି କିଛି କରିଛନ୍ତି ଯାହାକୁ ସମସ୍ତେ ପ୍ରଶଂସା କରୁଛନ୍ତି। ଦିଲ୍ଲୀର ଅଟୋ ଡ୍ରାଇଭର ମହେନ୍ଦ୍ର ୨୫ ବର୍ଷ ଧରି ଦିଲ୍ଲୀରେ ଅଟୋ ଚଳାଉଛନ୍ତି। ଆଉ […]
ଅଟୋ ଡ୍ରାଇଭରଙ୍କ ନିଆରା ଉଦ୍ୟମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial