ୱାର୍ଲଡ଼ ବୁକ ଅଫ ରେକର୍ଡ଼ରେ ୫ ବର୍ଷର ଶିଶୁ ସାଇ ସୋହନ

୫ ବର୍ଷର ଶିଶୁ ସାଇ ସୋହନ

ଧଉଳି: ଓଲଟା ଭାବେ ଇଂରାଜୀ ବର୍ଣ୍ଣମାଳା ଡାକୁଛନ୍ତି। ଏମିତିକି ଶହେରୁ ୧ ଯାଏ ମଧ୍ୟ ନିର୍ଭୁଲ ଭାବେ କହୁଛନ୍ତି। ତାହା ପୁଣି ଖୁବ୍ ଅଳ୍ପ ସମୟ ଭିତରେ। ଖାଲି ସେତିକି ନୁହେଁ, ଭାରତର ୨୮ଟି ରାଜ୍ୟର ନାମ ସହିତ ରାଜଧାନୀର ନାମ ମଧ୍ୟ ପ୍ରାଞ୍ଜଳ ଭାବେ କହୁଛନ୍ତି। ତାଙ୍କର ଏହି ଚମତ୍କାର ପ୍ରତିଭା ପାଇଁ ନିକଟରେ ସେ ଇଣ୍ଡିଆ ବୁକ ଅଫ ରେକର୍ଡ଼ ଓ ୱାର୍ଲଡ଼ ବୁକ ଅଫ ରେକର୍ଡ଼ ହାସଲ କରିଛନ୍ତି, ଧଉଳି ପଞ୍ଚାୟତ ଜଗନ୍ନାଥପୁରପାଟଣା ଗ୍ରାମର ୫ ବର୍ଷର ଶିଶୁ ସାଇ ସୋହନ ମାରାରି। ଏଥିପାଇଁ ସେ ପ୍ରମାଣପତ୍ର ସହିତ ପଦକ ହାସଲ କରିଛନ୍ତି। ସାଇ ସୋହନଙ୍କ ଏହି ପ୍ରତିଭା ସ୍ଥାନୀୟ ଅଞ୍ଚଳ ପାଇଁ ଗୌରବ ଆଣିଛି। ରାଜ୍ୟ ଭିଜିଲାନ୍ସ ବିଭାଗରେ ଏସଆଇ ଭାବେ କାର୍ଯ୍ୟରତ ଗୋବିନ୍ଦ ମାହାରି ଓ ବର୍ଷାରାଣୀ ବେହେରାଙ୍କ ଏକମାତ୍ର ପୁଅ ସାଇ ସୋହନ ଗୁଲମୋହର ପ୍ଲେ ସ୍କୁଲରେ ୟୁ କେଜିରେ ପଢ଼ନ୍ତି। ଭଲ ପାଠପଢ଼ି ସାଇ ସୋହନ ଡାକ୍ତର ହେବେ ବୋଲି ଆଶା ରଖିଛନ୍ତି। ତାଙ୍କର ଏହି ସଫଳତା ପଛରେ ବାପା, ମା’ ଓ ଶିକ୍ଷକମାନଙ୍କର ପ୍ରେରଣା ରହିଥିବା କହିଛନ୍ତି।

Share Now:

Kalinga News Beuro

Next Post

ବିଗୁଡୁଛି ରାଜଧାନୀର ଟ୍ରାଫିକ୍‌ ବ୍ୟବସ୍ଥା : ୩ ବର୍ଷରେ ବଦଳିଲେଣି ୩ ଡିସିପି

Wed May 4 , 2022
ଭୁବନେଶ୍ବର : ରାଜଧାନୀର ଟ୍ରାଫିକ୍‌ ପରିଚାଳନା ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ପାଇଁ ଯେତେ ଯୋଜନା କରାଯାଉଛି, ସେସବୁ ଅଧାରୁ ଅକାମି ହୋଇପଡ଼ୁଛି। ରାଜଧାନୀର ଅସଜଡ଼ା ଟ୍ରାଫିକ୍‌ ବ୍ୟବସ୍ଥା ସୁଧୁରି ଆସିବା ବେଳକୁ ପୁଣି ବିଗିଡ଼ି ଯାଉଛି। କାରଣ ଏହି ବ୍ୟବସ୍ଥାର ସୁଧାର ଦାୟିତ୍ବ ବହନ କରୁଥିବା ଅଧିକାରୀ ହଠାତ୍ ବଦଳି ହୋଇଯାଉଛନ୍ତି। ୩ ବର୍ଷ ଭିତରେ ୩ ଜଣ ଟ୍ରାଫିକ୍‌ ଡିସିପି ବଦଳି ଥିବାରୁ ଏଭଳି ଅବ୍ୟବସ୍ଥା ଲାଗି ରହୁଛି। […]
ରାଜଧାନୀର ଟ୍ରାଫିକ୍‌ ବ୍ୟବସ୍ଥା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial