ସ୍ୱାସ୍ଥ୍ୟ ବିଭାଗର କୋଭିଡ ନିର୍ଦ୍ଦେଶନାମାକୁ କଡ଼ାକଡ଼ି ପାଳନ କରାଯାଉଛି : ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ

ବିମାନବନ୍ଦର ନିର୍ଦ୍ଦେଶକ

ଭୁବନେଶ୍ବର: କୋଭିଡକୁ ନେଇ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମାକୁ ବିମାନବନ୍ଦରରେ କଡ଼ାକଡ଼ି ଭାବରେ ପାଳନ କରାଯାଉଛି ବୋଲି ଭୁବନେଶ୍ବର ବିମାନବନ୍ଦରର ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯାହା ଗାଇଡଲାଇନ ଦିଆଯାଇଛି ସେ ଅନୁସାରେ ପୂର୍ବରୁ କଟକଣା ପାଳନ କରାଯାଉଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ପୂର୍ବରୁ ନିୟମ ଅନୁପାଳନ ପାଇଁ କୁହାଯାଇଛି।
ଭୁବନେଶ୍ବର ବିମାନବନ୍ଦରର ନିର୍ଦ୍ଦେଶକ ଆହୁରି ମଧ୍ୟ କହିଛନ୍ତି, କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ବାଧ୍ୟତାମୂଳକ କରାଯାଉଛି। ସମସ୍ତ ଯାତ୍ରୀ, ବିମାନବନ୍ଦର କର୍ମଚାରୀ ଓ ସୁରକ୍ଷା ଏଜେନ୍ସିର କର୍ମଚାରୀଙ୍କୁ ମାକ୍ସ ପିନ୍ଧିବା ପାଇଁ ନିର୍ଦେଶ ଦିଆଯାଇଛି। ଯଦି ଏଥିରେ କୌଣସି ଖିଲାପି ହୁଏ ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ହେବ। ଗାଇଡ ଲାଇନ ଅନୁସାରେ ସମସ୍ତଙ୍କୁ ଆଲର୍ଟ ରଖାଯାଇଛି। ଦେଶର ବିଭିନ୍ନ ଅଞ୍ଚଳରୁ ଭୁବନେଶ୍ୱର ବିମାନବନ୍ଦରକୁ ଆସୁଥିବା ଯାତ୍ରୀଙ୍କ ଉପରେ କଟକଣା ଲାଗିବ। ବିମାନରେ ଏବଂ ବିମାନବନ୍ଦରରେ ମାକ୍ସ ପିନ୍ଧିବା ବାଧ୍ୟତାମୂଳକ।

Share Now:

Kalinga News Beuro

Next Post

ତାଇଓ୍ବାନରେ ହାଇଆଲର୍ଟ: ଅନୁପ୍ରବେଶ କଲେ ୧୮ଟି ଚୀନ ଲଢୁଆ ବିମାନ

Fri May 6 , 2022
ତାଇପେଇ : ତାଇଓ୍ବାନ ଓ ଚୀନ ମଧ୍ୟରେ ପୁଣି ଉତ୍ତେଜନା ଦେଖାଦେଇଛି। ଚୀନର କେତେକ ଲଢୁଆ ବିମାନ ପୁଣି ଥରେ ତାଇଓ୍ବାନର ଏୟାର ଡିଫେନ୍ସ ସୀମା ମଧ୍ୟରେ ଅନୁପ୍ରବେଶ କରିଛନ୍ତି। ତାଇଓ୍ବାନର ଏଫ-୧୬ ଲଢୁଆ ବିମାନ ଗୁଡ଼ିକ ଉଡ଼ାଣ ଭରି ଚେତାବନୀ ଦେବାପରେ ଚୀନ ବିମାନଗୁଡ଼ିକ ଫେରିଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ ପ୍ରାୟ ଶୁକ୍ରବାରଦିନ ୧୮ଟି ଚୀନ ଲଢୁଆ ବିମାନ ତାଇଓ୍ବାନ ବାୟୁ ପ୍ରତିରକ୍ଷା କ୍ଷେତ୍ର ମଧ୍ୟକୁ ଅନୁପ୍ରବେଶ କରିଥିଲେ। […]
ତାଇଓ୍ବାନରେ ହାଇଆଲର୍ଟ
Social media & sharing icons powered by UltimatelySocial