ତାଇଓ୍ବାନରେ ହାଇଆଲର୍ଟ: ଅନୁପ୍ରବେଶ କଲେ ୧୮ଟି ଚୀନ ଲଢୁଆ ବିମାନ

ତାଇଓ୍ବାନରେ ହାଇଆଲର୍ଟ

ତାଇପେଇ : ତାଇଓ୍ବାନ ଓ ଚୀନ ମଧ୍ୟରେ ପୁଣି ଉତ୍ତେଜନା ଦେଖାଦେଇଛି। ଚୀନର କେତେକ ଲଢୁଆ ବିମାନ ପୁଣି ଥରେ ତାଇଓ୍ବାନର ଏୟାର ଡିଫେନ୍ସ ସୀମା ମଧ୍ୟରେ ଅନୁପ୍ରବେଶ କରିଛନ୍ତି। ତାଇଓ୍ବାନର ଏଫ-୧୬ ଲଢୁଆ ବିମାନ ଗୁଡ଼ିକ ଉଡ଼ାଣ ଭରି ଚେତାବନୀ ଦେବାପରେ ଚୀନ ବିମାନଗୁଡ଼ିକ ଫେରିଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ ପ୍ରାୟ ଶୁକ୍ରବାରଦିନ ୧୮ଟି ଚୀନ ଲଢୁଆ ବିମାନ ତାଇଓ୍ବାନ ବାୟୁ ପ୍ରତିରକ୍ଷା କ୍ଷେତ୍ର ମଧ୍ୟକୁ ଅନୁପ୍ରବେଶ କରିଥିଲେ। ଏସବୁ ବିମାନକୁ ତାଇଓ୍ବାନର ବିମାନଗିଡ଼କ ଘଉଡେଇ ଦେଇଥିଲେ ବି ତାଇଓ୍ବାନରେ ହାଇଆଲର୍ଟ ଜାରି କରାଯାଇଛି। ଗତ ବର୍ଷ ଅକ୍ଟୋବର ମାସରେ ବି ଚୀନର ପ୍ରାୟ ୫୪ଟି ବିମାନ ଅନୁପ୍ରବେଶ କରିଥିଲେ। ସୂଚନାଯୋଗ୍ୟ ଯେ, ତାଇଓ୍ଵାନକୁ ଚୀନ ଅଧିକାର କରିବା ବିଷୟରେ ରାଷ୍ଟ୍ରପତି ସି ଜିନ ପିଙ୍ଗ୍ ସ୍ପଷ୍ଟ ସଂକେତ ଦେଇସାରିଛନ୍ତି। ସେ କହିଛନ୍ତି ଯେ ଏହି ସମସ୍ୟାକୁ ପରବର୍ତ୍ତି ପିଢିକୁ ଲମ୍ବାଇବାର ସମ୍ଭାବନା ନାହିଁ। ଶାନ୍ତିପୂର୍ଣ୍ଣ ଉପାୟରେ ଏହା ହେଲେ ଭଲ, କିନ୍ତୁ ଆବଶ୍ୟକ ପଡ଼ିଲେ ବଳପ୍ରୟୋଗ ମଧ୍ୟ କରିବାକୁ ଚୀନ ପଛେଇବ ନାହିଁ। ୧୯୪୯ରେ ଚୀନରେ ହୋଇଥିବା ଗୃହଯୁଦ୍ଧ ପରେ ତାଇଓ୍ଵାନ ଚୀନଠାରୁ ଅଲଗା ହୋଇ ନିଜକୁ ସ୍ୱାଧୀନ ରାଷ୍ଟ୍ର ଘୋଷଣା କରିଥିଲା। କିନ୍ତୁ ସାମ୍ରାଜ୍ୟବାଦୀ ଚୀନ କ୍ଷୁଦ୍ର ଦ୍ୱୀପ ଦେଶ ତାଇଓ୍ଵାନକୁ ନିଜର ଅଂଶ ବୋଲି ଦାବି କରୁଛି ଓ ଦିନେ ନା ଦିନେ ଏହାକୁ ଅଧିକାର କରିବାକୁ ସ୍ୱପ୍ନ ଦେଖୁଛି। ୟୁକ୍ରେନ ଉପରେ ରୁଷର ଆକ୍ରମଣ କଲା ପରି ଚୀନ ମଧ୍ୟ ତାଇଓ୍ବାନ ଉପରେ ଆକ୍ରମଣ କରିପାରେ ବୋଲି କେତେକ ବିଶେଷଜ୍ଞ ମନେ କରୁଛନ୍ତି।

Share Now:

Kalinga News Beuro

Next Post

ଜମ୍ମୁ-କଶ୍ମୀର ମଧ୍ୟକୁ ଅନୁପ୍ରବେଶ କରିବାକୁ ୨୦୦ ପାକ୍‌ ଆତଙ୍କବାଦୀ ସୁଯୋଗ ଅପେକ୍ଷାରେ ଅଛନ୍ତି : ସେନା

Fri May 6 , 2022
ଶ୍ରୀନଗର: ଉତ୍ତର ସେନା କମାଣ୍ଡର ଲେଫ୍‌ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଶୁକ୍ରବାର ଦିନ କହିଛନ୍ତି ଯେ ସଂପ୍ରତି ପାକ୍‌ ଆତଙ୍କବାଦୀମାନଙ୍କର ଦେଶ ମଧ୍ୟକୁ ଅନୁପ୍ରବେଶ ବହୁ ପରିମାଣରେ ହ୍ରାସ ପାଇଛି। ତଥାପି ବର୍ତ୍ତମାନ ୨୦୦ରୁ ଅଧିକ ପାକ୍‌ ତାଲିମ ପ୍ରାପ୍ତ ଆତଙ୍କବାଦୀ ଜମ୍ମୁ- କଶ୍ମୀର ମଧ୍ୟକୁ ଅନୁପ୍ରବେଶ ପାଇଁ ସୀମାନ୍ତ ଆରପଟେ ସୁଯୋଗ ଅପେକ୍ଷାରେ ରହିଥିବା ସେନା ଗୁଇନ୍ଦା ସୂଚନା ପାଇଛି। ଫେବୃଆରୀରୁ ୨୦୨୧ ଚୁକ୍ତି ପରଠାରୁ ଭାରତ-ପାକ୍‌ ସୀମାରେ […]
ସୁଯୋଗ ଅପେକ୍ଷାରେ ଅଛନ୍ତି ସେନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial