ଡ୍ରଙ୍କ ଆଣ୍ଡ ଡ୍ରାଇଭ ଅଭିଯାନ: ଗାଡ଼ି ଯାଞ୍ଚ ବେଳେ ୨ ଗିରଫ

ଡ୍ରଙ୍କ ଆଣ୍ଡ ଡ୍ରାଇଭ ଅଭିଯାନ

ଭୁବନେଶ୍ବର: ରାଜଧାନୀରେ ମଦୁଆଙ୍କୁ ଧରପଗଡ଼। ଡ୍ରଙ୍କ ଆଣ୍ଡ ଡ୍ରାଇଭ ଅଭିଯାନ ଜାରି ରଖିଛି ପୁଲିସ୍। ମଞ୍ଚେସ୍ଵର ଥାନା ଓ ଭୁବନେଶ୍ବର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ-୨ ପକ୍ଷରୁ ମିଳିତ ଭାବେ ହାଇଟେକ ଛକରେ ମଦ ପିଇ ଗାଡି ଚଳାଉଥିବା ଡ୍ରାଇଭରଙ୍କୁ ଧରାଯିବା ସହ ଗିରଫ ମଧ କରାଯାଉଛି। ଏପର୍ଯ୍ୟନ୍ତ ମଦ ପିଇ ଗାଡି ଚଲାଉଥିବା ଅଭିଯୋଗରେ ୨ ଜଣ ଡ୍ରାଇଭରକୁ ଗିରଫ କରାଯାଇଛି। ଏହାସହ ଲାଇସେନ୍ସ ଚେକିଙ୍ଗ, ଗାଡ଼ିର ଲାଇଟ୍ ସବୁ ଚେକିଙ୍ଗ ଆଦି କରାଯାଇଛି। ନିୟମିତ ଭାବେ ଏହା ଜାରି ରହୁଛି ବୋଲି କହିଛନ୍ତି ଆରଟିଓ-୨ର ଅଧିକାରୀ ବିରଞ୍ଚି ନାରାୟଣ ଅଧିକାରୀ।

Share Now:

Kalinga News Beuro

Next Post

ଭୁବନେଶ୍ୱରରେ ମାସକ ମଧ୍ୟରେ ଗଡ଼ିବ ୧୦ ଇ-ବସ୍‌

Fri May 6 , 2022
ଏ ବର୍ଷ ୫୦ଟି ବସ୍‌ ଚଳାଇବାକୁ ଯୋଜନା, ଚନ୍ଦ୍ରଶେଖରପୁରରେ ଚାର୍ଜିଂ ଷ୍ଟେସନ୍‌ ଭୁବନେଶ୍ବର : ମାସକ ମଧ୍ୟରେ ଭୁବନେଶ୍ବରରେ ୧୦ଟି ଇ-ବସ୍‌ ଚଳାଚଳ କରିବ। ଏଥିସହ ୨୦୨୨ରେ ୫୦ଟି ବସ୍‌ ଚଳାଇବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଚନ୍ଦ୍ରଶେଖରପୁରଠାରେ ବସ୍‌ଗୁଡ଼ିକର ଚାର୍ଜିଙ୍ଗ ଷ୍ଟେସନ ହେଇଛି। କ୍ରୁଟ ପକ୍ଷରୁ କରାଯାଇଥିବା ଏହି ଚାର୍ଜିଙ୍ଗ ଷ୍ଟେସନରେ ଏକାଥରେ ୫ଟି ବସ୍‌ ଚାର୍ଜ ହବ। ସଫଳତା ମିଳିଲେ ଆଗକୁ ଆଉ ଅଧିକ ଷ୍ଟେସନ୍‌ ବି ହେବ। […]
ମାସକ ମଧ୍ୟରେ ଗଡ଼ିବ ୧୦ ଇ-ବସ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial