ବାଣ କାରଖାନାରେ ବିସ୍ଫୋରଣ : ଦୁଇ ଭାଇଙ୍କ ସମେତ ଚାରିଜଣଙ୍କର ମୃତ୍ୟୁ

ବାଣ କାରଖାନାରେ ବିସ୍ଫୋରଣ

ଲଖନଉ: ଆଜି ସନ୍ଧ୍ୟାରେ ଉତ୍ତରପ୍ରଦେଶର ସାହାରନପୁରରେ ଏକ ବାଣ କାରଖାନାରେ ବଡଧରଣର ବିସ୍ଫୋରଣ ଘଟିଛି।ଏହି ବିସ୍ଫୋରଣରେ ଜଣେ ନାବାଳିକାଙ୍କ ସମେତ ୪ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କାରଖାନାର ଅନେକ ଶ୍ରମିକ ନିଖୋଜ ଅଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ସମ୍ପର୍କୀୟ ଭାଇ ମଧ୍ୟ ଥିଲେ। ଭୟଙ୍କର ବିସ୍ଫୋରଣରେ ପୂରା କୋଠାଟି ନଷ୍ଟ ହୋଇଯାଇଥିବାବେଳେ ବର୍ତ୍ତମାନ ଅଗ୍ନିଶମ ବାହିନୀ ଗାଡି ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରିଲିଫ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ମିଳିଥିବା ସୂଚନା ମୁତାବକ ଅମ୍ବାଲାର ସରସାୱା ନିକଟ ସୋରୋନା ବଲବନ୍ତପୁର ଜଙ୍ଗଲରେ ଏହି ଦୁର୍ଘଟଣା ଘଟିଛି। କିରଣ ଫାୟାର ୱାର୍କସ ନାମରେ ଏଠାରେ ଏକ ବେଆଇନ ବାଣ କାରଖାନା ଚାଲୁଥିଲା।
ଆଜି ସନ୍ଧ୍ୟା ପ୍ରାୟ ସାଢେ ୬ଟାରେ ଏହି ବିସ୍ଫୋରଣ ହୋଇଛି ବୋଲି ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି। ତେବେ ବିସ୍ଫୋରଣ ଯୋଗୁଁ ଏତେ ତୀବ୍ର ଶବ୍ଦ ହୋଇଥିଲା ଯେ ଆଖପାଖ ଗାଁର ଲୋକମାନେ ଭୟଭୀତ ହୋଇଯାଇଥିଲେ। କାରଖାନାରେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏହି ବିସ୍ଫୋରଣରେ କାର୍ତ୍ତିକ ସାଇନି (୧୭) ତାଙ୍କ ସମ୍ପର୍କୀୟ ସାଗର (୨୨) ଓ ଦୁଇ ଜଣ ଅଜ୍ଞାତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ପୁଲିସ କହିଛି ଯେ ସୋରୋନା ଜଙ୍ଗଲରେ ଥିବା ବାଣ କାରଖାନାରେ ବିସ୍ଫୋରଣ ହେତୁ ୪ଜଣଙ୍କର ମୃତ୍ୟୁ ହୋଇଛି। ନିଆଁ କିପରି ଲାଗିଲା ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏହି ମାମଲାରେ ଦୋଷୀମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଏବେ ବି ଅନେକ ଫସିରହିଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି।

Share Now:

Kalinga News Beuro

Next Post

ବନ୍ଧୁକ ଚାଳନା ତାଲିମ ବେଳେ ଅଘଟଣ : ରାଇଫଲରୁ ଗୁଳି ଫୁଟି ହାବିଲଦାର ଆହତ

Sat May 7 , 2022
ରାୟଗଡ଼ା: ରାୟଗଡ଼ା ଦ୍ୱିତୀୟ (ଓଡିଶା) ବାଳିକା ବାଟାଲିୟନ୍ ଏନସିସି କ୍ୟାଡେଟଙ୍କ ଫାୟାରିଂ ଟ୍ରେନିଂ ବେଳେ ରାଇଫଲରୁ ଗୁଳି ଫୁଟି ଆହତ ହୋଇଛନ୍ତି ହାବିଲଦାର ଜୟପ୍ରକାଶ। ତାଙ୍କ ଗୋଡରେ ଗୁଳି ଫୁଟି ଆଘାତ ହୋଇଥିବାରୁ ତାଙ୍କୁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା। ଆଜି ସକାଳୁ ଦ୍ୱିତୀୟ ଓଡିଶା ବାଳିକା ବାଟାଲିୟନର ୫୦ଜଣ ଏନସିସି କ୍ୟାଟେଡ୍‌ଙ୍କୁ ସ୍ଥାନୀୟ ଇଏମଆରଏସ ବିଦ୍ୟାଳୟ,ବାରିଝୋଲା ନିକଟରେ ଫାୟାରିଂ ଟ୍ରେନିଂ ଦିଆଯାଉଥିଲା। ଏହି ସମୟରେ ହାବିଲଦାର ଜୟପ୍ରକାଶ […]
ବନ୍ଧୁକ ଚାଳନା ତାଲିମ ବେଳେ ଅଘଟଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial