ଗଭୀର ଅବପାତର ରୂପ ନେଲା ଲଘୁଚାପ,ପୁରୀଠାରୁ ୧୧୮୦ କିଲୋମିଟର ଦୂରରେ : ପାଣିପାଗ ବିଭାଗ

ଗଭୀର ଅବପାତର ରୂପ ନେଲା ଲଘୁଚାପ

ଭୁବନେଶ୍ବର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ନିକଟବର୍ତ୍ତୀ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଆଜି ସନ୍ଧ୍ୟାରେ ଗଭୀର ଅବପାତର ରୂପ ନେଇଛି। ଡିପ୍ରେସନ (ଅବପାତ) ମେ’ ୮ ତାରିଖ ସୁଦ୍ଧା ସକାଳୁ ଏକ ସାମୁଦ୍ରିକ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହା କୁହାଯାଇଛି। ବାତ୍ୟା ଏବେ ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପିଛା ୨୦କିମି ବେଗରେ ଅଗ୍ରସର ହେଉଛି। ଏହି ଡିପ୍ରେସନ ଆଜି ସନ୍ଧ୍ୟା ସାଢେ ୫ଟା ସୁଦ୍ଧା ପୋର୍ଟ ବ୍ଲେୟାରଠାରୁ ୨୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ, ବିଶାଖାପାଟଣାଠାରୁ ୧୧୪୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ଓ ପୁରୀଠାରୁ ୧୧୮୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଥିଲା। ଏହା ଉତ୍ତରପଶ୍ଚିମ ଦିଗରେ ଗତି କରି ୮ ମେ ସୁଦ୍ଧା ଏକ ସାମୁଦ୍ରିକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ୧୦ ମେ ସୁଦ୍ଧା ଏହା ଉତ୍ତପଶ୍ଚିମ ଦିଗରେ ଗତି କରି ପଶ୍ଚିମକେନ୍ଦ୍ରୀୟ ଓ ନିକଟବର୍ତ୍ତୀ ଉତ୍ତରପଶ୍ଚିମ ବଙ୍ଗୋପସାଗର ଆଡକୁ ଗତି କରିବ ଓ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳ ନିକଟବର୍ତ୍ତୀ ହେବ। ପରେ ଏହା ନିଜର ଦିଗ ବଦଳାଇ ଉତ୍ତରପୂର୍ବ ଦିଗରେ ଗତି କରିବ ଓ ଓଡ଼ିଶା ଉପକୂଳ ହୋଇ ଉତ୍ତରପଶ୍ଚିମ ବଙ୍ଗୋପସାଗରଆଡକୁ ଗତି କରିବ। ଏହି ବାତ୍ୟା ପ୍ରକୃତରେ କେଉଁଠାରେ ଲାଣ୍ଡଫଲ କରିବ ସେ ନେଇ ଆଇଏମଡି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।

Share Now:

Kalinga News Beuro

Next Post

ପୁଣି ଲଜ୍ଜା : ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ୧୫ ବର୍ଷୀୟ ନାବାଳକ ଅଟକ

Sat May 7 , 2022
ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାରେ ପୁଣି ଲଜ୍ଜା। ଜଣେ ୬ ବର୍ଷ ବୟସର ନାବାଳିକାକୁ ୧୫ ବର୍ଷୀୟ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ନାବାଳକ ଅଟକ ଥିବା ଜଣାଯାଇଛି। ସୂଚନା ଅନୁଯାୟୀ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳରେ ଜଣେ ୬ ବର୍ଷ ବର୍ଷୀୟ ନାବାଳିକା ଗାଁ ଦାଣ୍ଡରେ ଖେଳୁଥିଲା। ତାକୁ ସ୍ଥାନୀୟ ଅଞ୍ଚଳର ୧୫ ବର୍ଷ ବୟସର ନାବାଳକ ପ୍ରଲୋଭନ ଦେଖାଇ ଘର ଭିତରକୁ ଡାକିନେଇଥିଲା। ଘରେ ନିଜ […]
୬ ବର୍ଷ ବୟସର ନାବାଳିକାକୁ ଦୁଷ୍କର୍ମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial