ପୁଣି ଲଜ୍ଜା : ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ୧୫ ବର୍ଷୀୟ ନାବାଳକ ଅଟକ

୬ ବର୍ଷ ବୟସର ନାବାଳିକାକୁ ଦୁଷ୍କର୍ମ

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାରେ ପୁଣି ଲଜ୍ଜା। ଜଣେ ୬ ବର୍ଷ ବୟସର ନାବାଳିକାକୁ ୧୫ ବର୍ଷୀୟ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ନାବାଳକ ଅଟକ ଥିବା ଜଣାଯାଇଛି। ସୂଚନା ଅନୁଯାୟୀ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳରେ ଜଣେ ୬ ବର୍ଷ ବର୍ଷୀୟ ନାବାଳିକା ଗାଁ ଦାଣ୍ଡରେ ଖେଳୁଥିଲା। ତାକୁ ସ୍ଥାନୀୟ ଅଞ୍ଚଳର ୧୫ ବର୍ଷ ବୟସର ନାବାଳକ ପ୍ରଲୋଭନ ଦେଖାଇ ଘର ଭିତରକୁ ଡାକିନେଇଥିଲା। ଘରେ ନିଜ ପରିବାର ଲୋକେ ନଥିଲେ। ତେଣୁ ନାବାଳକର ଖରାପ ଚିନ୍ତାଧାରା ମୁଣ୍ଡରେ ପଶିଥିଲା ଏବଂ ସେ ସେ ନାବାଳିକାକୁ ଦୁଷ୍କର୍ମ କରିଥିଲା। ପୀଡିତା ଜଣକ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ଏନେଇ କରଞ୍ଜିଆ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଉଭୟ ପୀଡିତା ଓ ଦୁଷ୍କର୍ମକାରୀ ନାବାଳକକୁ ପୁଲିସ ଡାକ୍ତରୀ ମାଇନା କରିବା ପରେ ଏକ ମାମଲା ରୁଜ୍ଜୁ କରିଛି। ପୁଲିସ ଘଟଣାର ତଦନ୍ତ କରୁଛି।

Share Now:

Kalinga News Beuro

Next Post

୨ ଲକ୍ଷରୁ ଅଧିକ ଟଙ୍କାର ଠକେଇ : ପୋଷ୍ଟମାଷ୍ଟର ଗିରଫ

Sun May 8 , 2022
ଯୁଯୁମୁରା: ସରକାରୀ ସଂପତ୍ତି ଆତ୍ମସାତ କରିବା, ଗ୍ରାହକଙ୍କ ଜମା ଟଙ୍କାକୁ ବ୍ୟକ୍ତିଗତ କାମରେ ଖର୍ଚ୍ଚ କରିଦେବା ଅଭିଯୋଗରେ ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ପୁଲିସ ଶନିବାର ହାତୀବାରି ଗ୍ରାମୀଣ ଡାକ ସେବକ ଶାଖା ମୁ୍‌ଖ୍ୟ ରଂଜନ ବଗର୍ତ୍ତୀ (୨୬)ଙ୍କୁ ଗିରଫ କରିଛି। ରବିବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ସୂତ୍ରରୁ ଜଣାପଡ଼ିଛି। ଶ୍ରୀ ବଗର୍ତ୍ତୀଙ୍କ ନିଜ ଘର ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଗୁଲାବନ୍ଧ ଗ୍ରାମରେ ବୋଲି ଜଣାପଡ଼ିଛି। […]
ପୋଷ୍ଟମାଷ୍ଟର ଗିରଫ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial