ବାଲିଯାତ୍ରା ଭ୍ରମ ସୃଷ୍ଟି କଲା ବୈଶାଖୀ ବାଣିଜ୍ୟ : ୨ଲକ୍ଷରୁ ଅଧିକ ଲୋକ, କୋଟିଏରୁ ଅଧିକ ବେପାର

ବାଲିଯାତ୍ରା ଭ୍ରମ

କଟକ: ଉପର ବାଲିଯାତ୍ରା ପଡ଼ିଆରେ ଆୟୋଜିତ ବୈଶାଖୀ ବାଣିଜ୍ୟ ମେଳାରେ ତୃତୀୟ ଦିନରେ ଅସମ୍ଭାଳ ଭିଡ଼ ‌ହୋଇଛି। ଗତକାଲି ସଂଧ୍ୟାରେ ମେଳା ପରିସରରେ ବାଲିଯାତ୍ରା ଭିଡ଼ ଦେଖିବାକୁ ମିଳିଥଲା। ରବିବାର ଛୁଟି ଦିନ ଥିବାରୁ ଅପରାହ୍ନ ୫ଟାରୁ ମେଳାରେ ଜନସମାଗମ ଆରମ୍ଭ ହୋଇଥିଲା। ମେଳାରେ ପ୍ରାୟ ୨ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। କାରବାର ମଧ୍ୟ କୋଟିଏରୁ ଅଧିକ ଟପିଥିଲା। ଭିଡ଼ ଅଧିକ ହେବାରୁ କିଛି ସମୟ ପାଇଁ ଟ୍ରାଫିକ ବ୍ୟବସ୍ଥା ବିଗିଡ଼ି ଯାଇଥିଲା। ପୁଲିସ ପକ୍ଷରୁ କରାଯାଇଥିବା ବ୍ୟବସ୍ଥା ଓ ପୂର୍ବ ପ୍ରସ୍ତୁତି ତୁଳନାରେ ଢ଼େର୍‌ ଅଧିକ ଲୋକ ସମାଗମ ହେବାରୁ ଠିକ୍‌ ଭାବେ ଭିଡ଼ ନିୟନ୍ତ୍ରଣ କରାଯାଇ ପାରିନଥିଲା।
ଉପର ବାଲିଯାତ୍ରା ପଡ଼ିଆ ନିକଟ ପାର୍କିଂ ସ୍ଥାନରେ ବାଇକ୍‌, ଚାରିଚକିଆ ଗାଡି ରଖିବାକୁ ଜାଗା ମିଳିନଥିଲା। ରିଂ-ବନ୍ଧର ହରିଣ ପାର୍କଠାରୁ ମାତାମଠ ଛକ, ବାରବାଟୀ ଷ୍ଟାଡିୟମ୍‌ଠାରୁ ଚଣ୍ଡୀଛକ, କ୍ୟାଣ୍ଟନମେଣ୍ଟ୍ ରୋଡ୍‌ରେ ମଧ୍ୟ ଗାଡି ପାର୍କିଂ କରାଯାଇଥିଲା। ସନ୍ଧ୍ୟା ୭ଟା ପରେ ଭିଡ଼ ନିୟନ୍ତ୍ରଣ ବାହାରକୁ ଯାଇଥିଲା। ଦୀର୍ଘ ଦୁଇବର୍ଷ ପରେ କଟକରେ କୌଣସି ବଡ଼ ମେଳା/ଉତ୍ସବ ହେଉଥିବାରୁ ଭିଡ଼ ଆହୁରି ବଢ଼ିବାର ସମ୍ଭାବନା ରହିଛି। ବାଣିଜ୍ୟ ମେଳା କମିଟି ଏଥିପ୍ରତି ଦୃଷ୍ଟି ନ ଦେଲେ ଦଳା ଚକଟା ପରିସ୍ଥିତି ଉପୁଜିବାର ମଧ୍ୟ ଆଶଙ୍କା ରହିଛି। ଟ୍ରାଫିକ୍‌ ବ୍ୟବସ୍ଥା ଶୃଙ୍ଖଳିତ କରିବା ସହିତ ଅଧିକ ପୁଲିସ ଫୋର୍ସ ମୁତୟନ କରାଯିବା ଓ ରୁଟ୍ ଚାର୍ଟ ପ୍ରସ୍ତୁତ କରାଯିବାକୁ ଦାବି ହୋଇଛି। ସୂଚନାଯୋଗ୍ୟ, ବୈଶାଖୀ ବାଣିଜ୍ୟ ମେଳା ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ।

Share Now:

Kalinga News Beuro

Next Post

ବସ୍ତି ପିଲାଙ୍କ ପାଇଁ ମା’ ଯଶୋଦା ସାଜିଛନ୍ତି କିନ୍ନର ମେନକା

Mon May 9 , 2022
ଭୁବନେଶ୍ବର : ସେ ମହିଳା ନୁହଁନ୍ତି କି ତାଙ୍କର ଗର୍ଭଧାରଣ କରିବାର କ୍ଷମତା ବି ନାହିଁ। ଭଗବାନ୍‌ ତାଙ୍କୁ ସେ ସୁଯୋଗ ଦେଇନାହାନ୍ତି। କିନ୍ତୁ ମମତା ଡୋରିରେ ସେ ବହୁ ଗରିବ, ନିରୀହ ବସ୍ତି ପିଲାଙ୍କୁ ବାନ୍ଧି ରଖିପାରିଛନ୍ତି। ସେ ହେଲେ ଗଣପତି ବସ୍ତିରେ ରହୁଥିବା ମେନକା କିନ୍ନର। ପିଲାଟି ଦିନୁ ମା’ର ମମତା ପାଇଁ ବ୍ୟାକୁଳ ଓ ସମାଜର ତିରସ୍କାରରେ ଜର୍ଜରିତ ମେନକାଙ୍କୁ ସମୟ କଠୋର୍‌ କରିପାରିନାହିଁ। ଛୋଟ […]
ବସ୍ତି ପିଲାଙ୍କ ମା’ ଯଶୋଦା ମେନକା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial