ଦେଶଦ୍ରୋହ ଆଇନ ସଂପର୍କରେ ରାଜ୍ୟମାନଙ୍କୁ ପରାମର୍ଶ ଜାରି କରିବ ଗୃହ ମନ୍ତ୍ରାଳୟ

ଦେଶଦ୍ରୋହ ଆଇନ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଦେଶଦ୍ରୋହ ଆଇନ (ଆଇପିସି ଧାରା ୧୨୪-କ) ଉପରେ ସ୍ଥଗିତାଦେଶ ଲଗାଇ ସରକାରଙ୍କୁ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏ ନେଇ ଖୁବଶୀଘ୍ର ରାଜ୍ୟ ସରକାରମାନଙ୍କୁ ଆବଶ୍ୟକ ଗାଇଡଲାଇନ ଜାରି କରାଯିବ। କେନ୍ଦ୍ର ଗୃହ ସଚିବ ଏନେଇ ରାଜ୍ୟ ସରକାରମାନଙ୍କୁ ଆବଶ୍ୟକ ପରାମର୍ଶ ଜାରି କରିବେ ଯେପରିକି ଏହାର ଅପବ୍ୟବହାର ହୋଇ ନପାରିବ। ଆଜି ସୁପ୍ରିମକୋର୍ଟ ଦେଶଦ୍ରୋହ ଆଇନକୁ ସରକାରଙ୍କ ଦ୍ବାରା ସମୀକ୍ଷା ହେବା ପର୍ଯ୍ୟନ୍ତ ସ୍ଥଗିତ ରଖିବା ସହ ଏହି ଆଇନ ଉପରେ ନୂଆ ଏଫଆଇଆର ରୁଜ୍ଜୁ ଉପରେ କଟକଣା ଲଗାଇଥିଲେ। ଏହା ସହିତ ବକେୟା ମାମଲା, ଚାଲିଥିବା ମାମଲା ଉପରେ ସ୍ଥଗିତାଦେଶ ଲଗାଇଥିଲେ ସୁପ୍ରିମକୋର୍ଟ। ଗତ ସୋମବାରଦିନ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ନିକଟରେ ଏକ ସତ୍ୟପାଠ କରି ଜଣାଇଥିଲେ ଯେ ସୁପ୍ରିମକୋର୍ଟ ଏହି ଆଇନର ତର୍ଜମା କରି ସମୟ ଅପଚୟ କରିବା ଉଚିତ ନୁହେଁ ଓ ସରକାରଙ୍କ ଦ୍ବାରା ହେବାକୁ ଥିବା ସମୀକ୍ଷାକୁ ଅପେକ୍ଷା କରିବା ଉଚିତ। ତେବେ କେତେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ସରକାର ଦେଶଦ୍ରୋହ ଆଇନକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିନେବାର ସମ୍ଭାବନା କମ। ତେବେ ସରକାରଙ୍କ ପକ୍ଷରୁ କରାଯିବାକୁ ଥିବା ସମୀକ୍ଷା ପରେ ଏହାର ଯେପରି ଅପବ୍ୟବହାର ନହେବ ନେଇ ନେଇ କେତେକ ବ୍ୟବସ୍ଥା କରାଯିବ।

Share Now:

Kalinga News Beuro

Next Post

ଫକୀରମୋହନ ଜାତୀୟ ସାହିତ୍ୟ ସମ୍ମାନରେ ସମ୍ମାନିତ ହେବେ ପେରୁମାଲ ମୁରୁଗାନ

Wed May 11 , 2022
ବାଲେଶ୍ବର: ପ୍ରସିଦ୍ଧ ଭାରତୀୟ ତାମିଲ ଲେଖକ ପେରୁମାଲ ମୁରୁଗାନଙ୍କୁ ୨୦୨୨ ବର୍ଷ ପାଇଁ ‘ଫକୀରମୋହନ ଜାତୀୟ ସାହିତ୍ୟ ସମ୍ମାନ’ ପ୍ରଦାନ କରାଯିବ। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, କୁଳସଚିବ କୁକୁମୀନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକଙ୍କୁ ନେଇ ଗଠିତ ଖଣ୍ଡପୀଠ ଜରିଆରେ ଏ ସମ୍ବନ୍ଧୀୟ ନିଷ୍ପତ୍ତି ନିଆଯାଇଛି। ସମ୍ମାନ ଗ୍ରହଣ କରିବା ନେଇ ଶ୍ରୀ ମୁରୁଗାନ୍ ସମ୍ମତି ପ୍ରଦାନ କରିଥିବା ଜଣାଯାଇଛି। ଆସନ୍ତା […]
ପେରୁମାଲ ମୁରୁଗାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial