ରାଜଧାନୀରେ ଏନକାଉଣ୍ଟର: କୁଖ୍ୟାତ ଅପରାଧୀ ଚକରା ବାରିକ ଏସସିବି ମେଡିକାଲରେ ଭର୍ତ୍ତି

ରାଜଧାନୀରେ ଏନକାଉଣ୍ଟର

ଭୁବନେଶ୍ବର: ଭୁବନେଶ୍ୱର ଏନକାଉଣ୍ଟରରେ ଗୁରୁତର ଆହତ କୁଖ୍ୟାତ ଅପରାଧୀ ଚକରା ବାରିକକୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଚକରାର ଡାହାଣ ପଟ ଗୋଡ଼ରେ ଗୁଳି ବାଜିଛି। ଚକରା ବାରିକକୁ କାଜୁଆଲଟିରୁ ସର୍ଜରି ୱାର୍ଡକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ, ଖଣ୍ଡଗିରି ପୁଲିସ ଥାନା ଅନ୍ତର୍ଗତ ବରମୁଣ୍ଡା ହାଇସ୍କୁଲ ପଡ଼ିଆରେ ପ୍ରାୟ ରାତି ସାଢ଼େ ୪ଟାରେ କୁଖ୍ୟାତ ଦୁର୍ବୃତ୍ତ ଚକରା ବାରିକଙ୍କ ନେତୃତ୍ବରେ ତା’ର ୬/୭ଜଣ ସହଯୋଗୀ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ କୌଣସି ଏକ ହିଂସାକାଣ୍ଡ ଘଟାଇବାକୁ ଯୋଜନା କରୁଥିବା ପୁଲିସ ଜାଣିବାକୁ ପାଇଥିଲା। ଖଣ୍ଡଗିରି ପୁଲିସର ଏକ ସ୍ବତନ୍ତ୍ର ସ୍କ୍ବାର୍ଡ ସେଠାରେ ପହଞ୍ଚିଥିଲା। ପୁଲିସକୁ ଦେଖି ପ୍ରଥମେ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିଲେ। ସେଠାରେ ନିଆଁ ଜଳିଥିଲା। କିନ୍ତୁ ପୁଲିସ ଏହାକୁ ଖାତିର ନକରି ଦୁର୍ବୃତ୍ତଙ୍କ ଉପରକୁ ପାଲଟା ଗୁଳି ଚଳାଇଥିଲା। ତେବେ ଦୁର୍ବୃତ୍ତ ଓ ପୁଲିସ ଭିତରେ ଗୁଳିବିନିମୟ ବେଳେ ଅନ୍ଧାରର ସୁଯୋଗ ଦେଖି ୬/୭ଜଣ ଅପରାଧୀ ଫେରାର ହୋଇଯାଇଥିଲେ। କୁଖ୍ୟାତ ଅପରାଧୀ ଚକରା ବି ଖସିଯିବାକୁ ବସିଥିବାବେଳେ ପୁଲିସ ଗୁଳିମାଡ଼ରେ ସେ ଘାଇଲା ହୋଇଯାଇଥିଲା।

Share Now:

Kalinga News Beuro

Next Post

କାର୍ଯ୍ୟକ୍ଷମ ହେଲା ଏମ୍‌ସ ଆୟୁଷ ବ୍ଲକ୍‌ : ମାସକ ମଧ୍ୟରେ ରୋଗୀ ଆଡ୍‌ମିସନ୍‌

Thu May 12 , 2022
ପଞ୍ଚକର୍ମ, ଆଖି ଚିକିତ୍ସା, ଯୋଗ ପ୍ରଶିକ୍ଷଣ ଦିଆଯିବ ଭୁବନେଶ୍ବର : କୋଭିଡ୍‌ ପାଇଁ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଥିବା ଭୁବନେଶ୍ବର ଏମ୍‌ସର ଆୟୁଷ ବ୍ଲକ୍‌ ଏବେ ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇଛି। ଓପିଡିରେ ରୋଗୀ ଦେଖା ଚାଲିଛି ଓ ଖୁବ୍‌ ଶୀଘ୍ର ରୋଗୀଙ୍କୁ ଶଯ୍ୟାରେ ରଖି ଚିକିତ୍ସା ଯୋଗାଇ ଦିଆଯିବ। ମାସକ ମଧ୍ୟରେ ଏଠାରେ ରୋଗୀଙ୍କୁ ଆଡ୍‌ମିସନ୍‌ କରି ଚିକିତ୍ସା ସେବା ଯୋଗାଇଦିଆଯିବ। ସେହିଭଳି ଏଠାରେ ଏଣିକି ପଞ୍ଚକର୍ମ, ଆଖି ଚିକିତ୍ସା, […]
କାର୍ଯ୍ୟକ୍ଷମ ହେଲା ଏମ୍‌ସ ଆୟୁଷ ବ୍ଲକ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial