ଭୁବନେଶ୍ୱର: ଫ୍ରିଜ୍‌ରେ ବିସ୍ଫୋରଣ, ଉଡ଼ିଗଲା ଛାତ; ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ

ଚନ୍ଦ୍ରଶେଖରପୁର: ଇନଫୋସିଟି ଥାନା ଅଧୀନ ଅନ୍ଧାରୁଆ ଜଗନ୍ନାଥ ପ୍ରସାଦ ଚୁନକୋଳି ବସ୍ତିରେ ବିଦ୍ୟୁତ୍‌ ସର୍ଟସର୍କିଟ ଯୋଗୁଁ ଆଜି ଅପରାହ୍‌ଣରେ ଭୟଙ୍କର ବିସ୍ଫୋରଣ ଘଟିଛି। ବନ୍ଦ ଘରେ ଥିବା ଏକ ଫ୍ରିଜ୍‌ରେ ପ୍ରଚଣ୍ଡ ବିସ୍ଫୋରଣ ଘଟିବାରୁ ଘରର ଛାତ ସଂପୂର୍ଣ୍ଣ ଉଡ଼ିଯିବା ସହ କାନ୍ଥ ଫାଟି ଯାଇଛି। ଖାଲି ସେତିକି ନୁହେଁ, ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆଖପାଖ ଆପାର୍ଟମେଣ୍ଟରେ ଥିବା କିଛି ଘରର ଝରକା ଓ କବାଟ କାଚ ଭାଙ୍ଗିରୁଜି ଯାଇଛି। କିନ୍ତୁ ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇନାହାନ୍ତି। ଏପରିକି ବିସ୍ଫୋରଣ ହୋଇଥିବା ଘରେ ମଧ୍ୟ କେହି ନଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏହି ବିସ୍ଫୋରଣରେ ଲକ୍ଷାଧିକ ଟଙ୍କାର ବିଭିନ୍ନ ସାମଗ୍ରୀ ସମେତ ଏକ ମୋଟରସାଇକେଲ୍‌, ଲାପ୍‌ଟପ୍‌, କମ୍ପ୍ୟୁଟର୍‌ ସହ ନଗଦ ଟଙ୍କା ପୋଡ଼ି ଯାଇଥିବା ସୂଚନା ମିଳିଛି। ଏହି ଘଟଣା ଆଜି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳାଇ ଦେଇଛି। ସୂଚନାଯୋଗ୍ୟ, ବିସ୍ଫୋରଣ ଘଟିଥିବା ଘରଟି ବିଜୟ କୁମାର ସାହୁଙ୍କର। ଏହାକୁ ଭଡ଼ାରେ ନେଇ ସେଠାରେ ଏକ ଷ୍ଟୋର ରୁମ୍‌ କରାଯାଇଥିଲା।

Share Now:

Kalinga News Beuro

Leave a Reply

Next Post

ଉତ୍ତରପ୍ରଦେଶରେ ବସ ଦୁର୍ଘଟଣା :୧୭ ମୃତ ,୩୦ ଆହତ

Wed Jun 13 , 2018
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମୈନପୁରୀରେ ବୁଧବାର ସକାଳେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବସ୍ ଭାରସାମ୍ୟ ହରାଇ ଡିଭାଇଡରେ ପିଟି ହେବା ପରେ ଓଲଟି ପଡ଼ିବାରୁ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ୩୦ରୁ ଅଧିକ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବସ୍‌ଟି ରାଜସ୍ଥାନର ଜୟପୁରରୁ ଗୁରଦହାୟଗଞ୍ଜ ଯାଉଥିଲା। ମୈନପୁରୀର ଦନ୍ନାହାର ଥାନା ଅନ୍ତର୍ଗତ କିରତପୁରରେ ବସ୍‌ଟି ଡିଭାଇଡରରେ ପିଟି ହୋଇ ଓଲଟି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial