ପୋଖରୀରେ ମାଛ ଧରୁଥିବା ବେଳେ ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ଗଭୀର ଜଳରେ ବୁଡ଼ି ମୃତ୍ୟୁ

କାମାକ୍ଷାନଗର: ଗାଁ ପୋଖରୀରେ ଅନ୍ୟମାନଙ୍କ ସହିତ ମାଛ ଧରୁଥିବା ବେଳେ ଜଣେ ଧୀବର ପାଣିରେ ବୁଡ଼ି ଯାଇଛନ୍ତି। ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଇ ଗାଁ ପୋଖରୀରେ ଆଜି ପୂର୍ବାହ୍ନରେ ଏହି ଅଭାବନୀୟ ଅଘଟଣ ଘଟିଛି। ମୃତ ଧୀବର ଜଣକ ହେଲେ ପରଜଙ୍ଗ ଥାନା ଡ଼ମୋଳ ଗାଁର ସଞ୍ଜୟ ସାମଲ (୨୩)। ସୂଚନା ଅନୁସାରେ ଡମୋଳ ଗାଁର ଅର୍ଜୁନ ସାମଲଙ୍କ ପୁଅ ସଞ୍ଜୟ ନିଜ ସାଥି ମାନଙ୍କ ସହିତ ବସୋଇ ଗାଁ ପୋଖରୀରେ ଆଜି ମାଛ ଧରୁଥିଲେ। ଜାଲ ଟାଣିଲା ବେଳକୁ ସେ ଗଭୀର ଜଳ ରାଶିରେ ବୁଡି ଯାଇଥିଲେ। ସାଥି ସହଯୋଗୀ ମାନେ ତାଙ୍କୁ ପୋଖରୀ ଭିତରେ ବହୁ ଖୋଜା ଖୋଜି କରି ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ଖବର ପାଇ ଘଟଣାସ୍ଥଳରେ ପରଜଙ୍ଗ ପୁଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ଶବ ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡ଼ିକାଲ ପଠାଇଛି। ତେବେ ସଞ୍ଜୟଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

Share Now:

Kalinga News Beuro

Next Post

ଘରକୁ ଡାକିନେଇ ଯୁବତୀଙ୍କୁ ଦୁଷ୍କର୍ମ : ଯୁବକ ଗିରଫ

Fri May 13 , 2022
ବାଲିଅନ୍ତା: ରାଜଧାନୀ ଉପକଣ୍ଠ ପାହାଳ ଥାନାରେ ଜଣେ ଯୁବତୀ ଦୁଷ୍କର୍ମ ଅଭିଯୋଗ ଆଣିଥିବାର ଖବର ମିଳିଛି। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ କିଶନ ଅଗ୍ରୱାଲ(୨୪) ନାମକ ଜଣେ ଯୁବକ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଡ୍ୟାନ୍ସବାରକୁ ଯାଇଥିଲେ। ସେଠାରେ ତାଙ୍କର ଜଣେ ଯୁବତୀଙ୍କ ସହ ପରିଚୟ ହୋଇଥିଲା। ତାପରେ ନିଜ ଘରକୁ ଯିବା ଲାଗି ଯୁବତୀଙ୍କୁ ଅନୁରୋଧ କରିଥିଲେ କିଶନ। ପରେ ଦୁହେଁ […]
ଘରକୁ ଡାକିନେଇ ଯୁବତୀଙ୍କୁ ଦୁଷ୍କର୍ମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial