ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିପ୍ଲବ କୁମାର ଦେବ

ଇସ୍ତଫା ଦେଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ

ଅଗରତଲା: ଇସ୍ତଫା ଦେଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ। ଆଜି ସେ ଇସ୍ତଫା ଦେଇଥିବା ବେଳେ ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳ ଏସ.ଏନ୍ ଆର୍ଯ୍ୟଙ୍କ ନିକଟରେ ଦାଖଲ କରିଛନ୍ତି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଏହି ସୂଚନା ଦେଇଛି। ତେବେ କେଉଁ କାରଣରୁ ସେ ଇସ୍ତଫା ଦେଇଛନ୍ତି, ତାହା ପ୍ରଥମେ ଜଣା ପଡିନଥିବା ବେଳେ ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଗଣମାଧ୍ୟମକୁ କହିଛନ୍ତି ଯେ, ଦଳର ନିଷ୍ପତ୍ତି ତାଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସେ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ନିଜ ପଦ ଛାଡିଛନ୍ତି। ତାଙ୍କ ପରେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ, ସେ ପ୍ରଶ୍ନ ପଚରାଯିବା ପରେ କୌଣସି ଉତ୍ତର ଦେଇନାହାଁନ୍ତି ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର। ତେବେ ବିପ୍ଲବ ଦେବଙ୍କ ବିଷୟରେ ସଂଗଠନରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଦୁଇ ଜଣ ବିଧାୟକ ମଧ୍ୟ ଦଳ ଛାଡିଥିଲେ। ବିଧାନସଭା ନିର୍ବାଚନର ରଣନୀତି ଉପରେ ବିଜେପି କୌଣସି ବିପଦ ଚାହୁଁନଥିବାରୁ ତାଙ୍କୁ ଇସ୍ତଫା ଦେବା ପାଇଁ କହିଥିବା ଚର୍ଚ୍ଚା ହେଉଛି। ଆସନ୍ତା ବର୍ଷ ୨୦୨୩ ମସିହାରେ ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ। ଗୁଜରାଟ ସହ ତ୍ରିପୁରାରେ ଏନେଇ ବିଜେପି ବଡ଼ ଧରଣର ଅଦଳବଦଳ କରିପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଇସ୍ତଫା ପରେ ବିପ୍ଲବ କୁମାର ଦେବ ସଂଗଠନର ଯେକୌଣସି ପଦବୀ ସମ୍ଭାଳି ପାରନ୍ତି ବୋଲି କୁହାଯାଉଛି।

Share Now:

Kalinga News Beuro

Next Post

ଗୁରୁ ନାନକ ହସ୍ପିଟାଲରେ ଅଗ୍ନିକାଣ୍ଡ : କୋଠାରୁ ଉଦ୍ଧାର ହେଲେ ୬୫୦ ରୋଗୀ

Sat May 14 , 2022
ଚଣ୍ଡିଗଡ଼: ଆଜି ଶନିବାର ଅପରାହ୍ନରେ ପଞ୍ଜାବର ଗୁରୁ ନାନକ ଦେବ ଡାକ୍ତରଖାନାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସୂଚନାନୁସାରେ, ଓପିଡି ନିକଟରେ ଏକ ବଡ଼ ବିସ୍ଫୋରଣର ହେବା ପରେ ନିକଟସ୍ଥ କୋଠାରେ ନିଆଁ ଲାଗିଯାଇଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ କଳା ଧୂଆଁରେ ହଜିଯାଇଥିଲା କୋଠା। ବହୁତ ଦୂରରୁ ଲୋକେ ନିଆଁ ଏବଂ କଳା ଧୂଆଁ ଦେଖିପାରୁଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବିଭାଗର […]
ଜଳିଲା ଗୁରୁ ନାନକ ହସ୍ପିଟାଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial