ଉତ୍ତରପ୍ରଦେଶରେ ବସ ଦୁର୍ଘଟଣା :୧୭ ମୃତ ,୩୦ ଆହତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମୈନପୁରୀରେ ବୁଧବାର ସକାଳେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବସ୍ ଭାରସାମ୍ୟ ହରାଇ ଡିଭାଇଡରେ ପିଟି ହେବା ପରେ ଓଲଟି ପଡ଼ିବାରୁ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ୩୦ରୁ ଅଧିକ ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ବସ୍‌ଟି ରାଜସ୍ଥାନର ଜୟପୁରରୁ ଗୁରଦହାୟଗଞ୍ଜ ଯାଉଥିଲା। ମୈନପୁରୀର ଦନ୍ନାହାର ଥାନା ଅନ୍ତର୍ଗତ କିରତପୁରରେ ବସ୍‌ଟି ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଥିଲା। ବସ୍‌ଟି ଦ୍ରୁତ ଗତିରେ ଯାଉଥିଲା। ବସ୍‌ର ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି।


ଦୁଇ ଦିନ ତଳେ ଉତ୍ତର ପ୍ରଦେଶର ଆଗ୍ରା- ଲକ୍ଷ୍ନୌ ଏକ୍ସପ୍ରେସ୍ ୱେରେ ଏଭଳି ଏକ ବଡ଼ ଦୁର୍ଘଟଣା ହୋଇଥିଲା। ଏକ ବସ୍ ୭ ଜଣଙ୍କ ଉପରେ ମାଡ଼ି ଯାଇଥିଲା। ଏମାନଙ୍କ ମଧ୍ୟରେ ୬ ଜଣ ଛାତ୍ର ଓ ଜଣେ ଶିକ୍ଷକ ଥିଲେ। ସେମାନଙ୍କ ଗାଡ଼ି ଖରାପ ହୋଇଯାଇଥିଲା, ତେଣୁ ସେମାନେ ରାସ୍ତା ଉପରେ ଛିଡ଼ା ହୋଇଥିଲେ। ସେତିକି ବେଳେ ବସ୍‌ଟି ଦ୍ରୁତ ଗତିରେ ଆସି ସେମାନଙ୍କ ଉପରେ ଚଢ଼ି ଯାଇଥିଲା।

Share Now:

Kalinga News Beuro

Leave a Reply

Next Post

କେନ୍ଦ୍ରର ‘ଆୟୁଷ୍ମାନ ଭାରତ’ ଯୋଜନାକୁ କାଉଣ୍ଟର କରିବାକୁ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ ଯୋଜନା

Wed Jun 13 , 2018
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ୍ ଭାରତ’ ଯୋଜନାକୁ ରାଜ୍ୟ ସରକାରଙ୍କ କାଉଣ୍ଟର। ଓଡ଼ିଶା ସରକାର ଏହି ଯୋଜନା ଢାଞ୍ଚାରେ ଘୋଷଣା କରିଛନ୍ତି ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ । ରାଜ୍ୟର ୭୦ ଲକ୍ଷ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ଏହି ସ୍ୱାସ୍ଥ୍ୟ ସୁରକ୍ଷା ସହାୟତା ଘୋଷଣା କରିଛନ୍ତି। ଏହି ଯୋଜନା ଅନୁଯାୟୀ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁରକ୍ଷା ସହାୟତାର ବ୍ୟବସ୍ଥା କରାଯାଇଛି। ସବୁ ସରକାରୀ ହସ୍ପିଟାଲରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial