କ୍ଷମତାରୁ ହଟିପାରନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍

ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍-1

ବେଜିଂ : ବିଶ୍ବର ଅନ୍ୟତମ କ୍ଷମତାଶାଳୀ ବ୍ୟକ୍ତିଭାବେ ଜଣାଶୁଣା ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ପଦ ଛାଡ଼ିପାରନ୍ତି କିମ୍ବା ତାଙ୍କୁ ପଦରୁ ହଟାଇ ଦିଆଯାଇପାରେ। ଏପରି ଏକ ଚର୍ଚ୍ଚା ଉଠିଛି ଚୀନ ସୋସିଆଲ ମିଡିଆରେ। ନିକଟରେ ଚୀନର ସର୍ବୋଚ୍ଚ କ୍ଷମତାଶାଳୀ ସଂସ୍ଥା କମ୍ୟୁନିଷ୍ଟ ପାର୍ଟି ପଲିଟିବ୍ୟୁରୋ ଷ୍ଟାଣ୍ଡିଂ କମିଟିର ଏକ ଜରୁରୀ ବୈଠକ ବସିଥିଲା। ଏହି ବୈଠକ ପରେ ସିଙ୍କୁ ହଟାଇବା ନେଇ ଚର୍ଚ୍ଚା ଜୋର ଧରିଛି। କାନାଡାର ଜଣେ ବ୍ଲଗରଙ୍କ ଦ୍ବାରା ଏହି ପ୍ରସଙ୍ଗରେ ପ୍ରସ୍ତୁତ ଏକ ଭିଡିଓ ଏବେ ଚୀନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାହାକୁ ଚୀନ ସରକାର ହଟାଇଦେଇଛନ୍ତି। ଏହି ବ୍ଲଗରେ କୁହାଯାଇଛି କି ଚଳିତ ବର୍ଷ ଶେଷ ଆଡ଼କୁ ଚୀନ କମ୍ୟୁନିଷ୍ଟ ପାର୍ଟିର ଏକ ଜରୁରୀ ବୈଠକ ବସିବ। ତାହା ପୂର୍ବରୁ ସି ଜିନ ପିଙ୍ଗଙ୍କୁ ଦଳୀୟ ପଦରୁ ହଟାଇଦିଆଯାଇପାରେ। ଦଳୀୟ ପଦରୁ ହଟିବା ପରେ ତାଙ୍କୁ ରାଷ୍ଟ୍ରପତି ପଦରୁ ବି ହଟାଇଦିଆଯିବ। ତାଙ୍କ ସ୍ଥାନରେ ବର୍ତ୍ତମାନର ପ୍ରିମିୟର ଲି କେକିଆଙ୍ଗଙ୍କୁ ଦାୟିତ୍ବ ଦିଆଯାଇପାରେ। ସୂଚନାଯୋଗ୍ୟ ଯେ, ଚୀନରେ କୋଭିଡ୍ ମହାମାରୀ କୁପରିଚାଳନା, କଠୋର ଲକଡାଉନ୍ ଓ ତାହାଯୋଗୁଁ ସୃଷ୍ଟି ହୋଇଥିବା ଆର୍ଥିକ ମାନ୍ଦାବସ୍ଥାକୁ ନେଇ ଚୀନରେ ଜନଅସନ୍ତୋଷ ବ୍ୟାପିବାରେ ଲାଗିଛି। ଏହାକୁ ନେଇ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ୍ ପ୍ରବଳ ଚାପରେ ଅଛନ୍ତି।

Share Now:

Kalinga News Beuro

Next Post

ଗଙ୍ଗୁଆ ନାଳର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ

Sat May 14 , 2022
ଭୁବନେଶ୍ବର: ଅସରାଏ ବର୍ଷା ହେଲେ ଉବୁଟୁବୁ ହେଉଛି ଭୁବନେଶ୍ବର। ପ୍ରାକୃତିକ ନାଳର ଅବରୋଧ ସହ ବେଆଇନ ନିର୍ମାଣ ଏହାର ପ୍ରମୁଖ କାରଣ। ଏହାସହ ସହରର ବର୍ଜ୍ୟଜଳ ଓ ବର୍ଷାଜଳ ନିଷ୍କାସନ ପାଇଁ ପ୍ରମୁଖ ମାଧ୍ୟମ ହୋଇଥିବା ଗଙ୍ଗୁଆ ନାଳ ମଧ୍ୟ ବର୍ଷ ବର୍ଷ ଧରି ଖୋଳା ଯାଇ ନଥିବାରୁ ଭୁବନେଶ୍ବର ଜଳବନ୍ଦୀ ହେବାର ଏହା ମଧ୍ୟ ଅନ୍ୟତମ କାରଣ ହେଉଛି। ଏହାକୁ ଆଖି ଆଗରେ ରଖି ଗତ ଏପ୍ରିଲ ୨୬ […]
ଗଙ୍ଗୁଆ ନାଳର ପୁନରୁଦ୍ଧାର ଆରମ୍ଭ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial