ଗଞ୍ଜାମରେ ୧୭ରେ ରେଳରୋକ

ଗଞ୍ଜାମରେ ୧୭ରେ ରେଳରୋକ

ଗଞ୍ଜାମ : ଗଞ୍ଜାମ ରେଳ ଷ୍ଟେସନ୍‌ରେ ଏକ୍ସପ୍ରେସ୍‌ ଟ୍ରେନ୍‌ ରହଣି ଦାବି ନେଇ ଆସନ୍ତା ୧୭ତାରିଖରେ ରେଳରୋକ କରାଯିବ। ପୂର୍ବରୁ ଗଞ୍ଜାମ ରେଳ ଷ୍ଟେସନ୍‌ରେ ଏକ୍ସପ୍ରେସ୍‌ ଟ୍ରେନର ଷ୍ଟପେଜ୍‌ ଥିଲା। କିନ୍ତୁ କରୋନା ଯୋଗୁଁ ହୀରାଖଣ୍ଡ ଓ ପୁରୀ-ତିରୁପତି ‌ଏକ୍ସ‌ପ୍ରେସ୍‌ ଟ୍ରେନ୍‌ ରହଣି ଉଚ୍ଛେଦ କରି ଦିଆଯାଇଛି। କରୋନା କଟକଣା କୋହଳ ହେଲା ପରେ ମଧ୍ୟ ଗଞ୍ଜାମ ରେଳ ଷ୍ଟେସନ୍‌ରେ ଏକ୍ସପ୍ରେସ୍‌ ଟ୍ରେନ୍‌ ରହୁ ନାହିଁ। ଏକ୍ସପ୍ରେସ୍‌ ଟ୍ରେନ୍‌ ରହଣି ଦାବି ନେଇ ଆସନ୍ତା ୧୭ତାରିଖରେ ରେଳରୋକ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଅତିରିକ୍ତ ଡିଆର୍‌ଏମ୍‌ଙ୍କ ସହିତ ଗଞ୍ଜାମ ଏନ୍‌ଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀଙ୍କ ପ୍ରତିନିଧି ତଥା ପୂର୍ତ୍ତ ବିଭାଗର ପୂର୍ବତନ ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ପାଢ଼ୀ ଏ ଦିଗରେ ଆଲୋଚନା କରିଛନ୍ତି। ରେଳରୋକରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେବାକୁ ଅନୁରୋଧ କରାଯାଇଛି।‌ ରେଳରୋକକୁ ବରିଷ୍ଠ ନାଗରିକ ସଂଘ, ଅଟୋ ଚାଳକ ସଂଘ, ବ୍ୟବସାୟୀ ସଂଘ ସମର୍ଥନ ଜଣାଇଛନ୍ତି।

Share Now:

Kalinga News Beuro

Next Post

ଚନ୍ଦକାରେ ଟଳିପଡିଲା କୁମକି ହାତୀ ନନ୍ଦ : ଉଠିବାକୁ ପାଉନି ବଳ

Sun May 15 , 2022
ବାରଙ୍ଗ: ଚନ୍ଦକା ଅଭୟାରଣ୍ୟ ଗୋଡିବାରି ଠାରେ ପୋଷା ଦନ୍ତା ହାତୀ ‘ନନ୍ଦ’ (୩୫) ଶନିବାର ଅଚାନକ ଟଳି ପଡିଲା। ଛାଟିପିଟି ହୋଇ ଉଠିବାକୁ ଚେଷ୍ଟା କରିଲେ ବି ଉଠି ପାରିଲା ନାହିଁ। ଚିକିତ୍ସା କରିବା ପାଇଁ ବିଶେଷଜ୍ଞ ଚିକିତ୍ସକଙ୍କ ସହାୟତା ଲୋଡା ଯାଇଥିଲା। ରବିବାର ଓୟୁଏଟି ପ୍ରାଣୀ ବିଭାଗ ବିଶେଷଜ୍ଞ ଚିକିତ୍ସକ ଚନ୍ଦକାକୁ ଯାଇ ନନ୍ଦର ସ୍ବାସ୍ଥ୍ୟ ନିରୀକ୍ଷଣ କରି ଚିକିତ୍ସା କରିଛନ୍ତି। ସେମାନେ ନନ୍ଦକୁ ସାଲାଇନ୍‌ ଓ ପ୍ରତିଷେଧକ […]
ଟଳିପଡିଲା ନନ୍ଦ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial