କେନ୍ଦ୍ରର ‘ଆୟୁଷ୍ମାନ ଭାରତ’ ଯୋଜନାକୁ କାଉଣ୍ଟର କରିବାକୁ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ ଯୋଜନା

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ୍ ଭାରତ’ ଯୋଜନାକୁ ରାଜ୍ୟ ସରକାରଙ୍କ କାଉଣ୍ଟର। ଓଡ଼ିଶା ସରକାର ଏହି ଯୋଜନା ଢାଞ୍ଚାରେ ଘୋଷଣା କରିଛନ୍ତି ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ । ରାଜ୍ୟର ୭୦ ଲକ୍ଷ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ଏହି ସ୍ୱାସ୍ଥ୍ୟ ସୁରକ୍ଷା ସହାୟତା ଘୋଷଣା କରିଛନ୍ତି। ଏହି ଯୋଜନା ଅନୁଯାୟୀ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁରକ୍ଷା ସହାୟତାର ବ୍ୟବସ୍ଥା କରାଯାଇଛି। ସବୁ ସରକାରୀ ହସ୍ପିଟାଲରେ ବିନା ମୂଲ୍ୟରେ ସ୍ୱାସ୍ଥ୍ୟ ଚିକିତ୍ସା ଯୋଗାଇ ଦି‌ଆଯିବ। ଏଥିସହ ପ୍ରସୂତି, ନବଜାତ ଓ ଅସୁସ୍ଥ ଶିଶୁଙ୍କୁ ଘରୁ ଡାକ୍ତରଖାନା ନେବାକୁ ଖର୍ଚ୍ଚ ବାବଦକୁ ୫ ଶହ ଟଙ୍କା ମିଳିବ। ଅଗଷ୍ଟ ୧୫ ତାରିଖରୁ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଏହା ପୂର୍ବରୁ କେନ୍ଦ୍ର ସରକାର ଗତ ଫେବ୍ରୁଆରୀ ୧ ତାରିଖରେ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କରିଥିଲେ। ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଅଧୀନରେ ଗୋଟିଏ ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କା ଯୋଗାଇ ଦେବାକୁ ଘୋଷଣା କରିଥିଲେ। ଏହା ବିଶ୍ୱର ସବୁଠୁ ବଡ଼ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହି ଯୋଜନାରେ ମୋଟ ୧୦ କୋଟି ଗରିବ ଲୋକଙ୍କୁ ସାମିଲ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ବେଳେ ଏଥିପାଇଁ ବଜେଟରେ ବି ବ୍ୟବସ୍ଥା କରିଥିଲେ। କେନ୍ଦ୍ରର ଏହି ଯୋଜନାକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ ଯୋଜନା ଘୋଷଣା କରିଥିବା ଚର୍ଚ୍ଚା ହେଉଛି।

Share Now:

Kalinga News Beuro

Leave a Reply

Next Post

ଭାରତକୁ ଛଅଟି ଆପାଚି ଆଟାକ୍‌ ହେଲିକପ୍ଟର୍‌ ବିକିବାକୁ ସମ୍ମତି ଦେଲା ଆମେରିକା

Wed Jun 13 , 2018
ଓ୍ଵାସିଂଟନ୍‌: ୯୩୦ ମିଲିୟନ୍‌ ଡଲାରରେ ଭାରତୀୟ ସେନାବାହିନୀକୁ ଯୁକ୍ତରାଷ୍ଟ୍ର ଆମେରିକା ସରକାର ଛଅଟି ଏଏଚ୍‌-୬୪ଇ ଆପାଚି ଆଟାକ୍‌ ହେଲିକପ୍ଟର୍‌ ବିକିବା ନିମନ୍ତେ ରାଜିନାମା ସ୍ୱାକ୍ଷର କରିଛନ୍ତି ବୋଲି ମଙ୍ଗଳବାର ଦିନ ଗୃହ ବିଭାଗ କହିଛି। ଆମେରିକୀୟ କଂଗ୍ରେସ୍‌ର ଅନୁମୋଦନ ଲାଭ କରିବାକୁ ଉକ୍ତ ରାଜିନାମାକୁ ପଠାଯାଇଛି। ଯଦି କୌଣସି ଆମେରିକୀୟ ସାଂସଦ ଆପତ୍ତି ନ କରନ୍ତି କଥା ଆଗେଇବ। ବୋଇଙ୍ଗ୍‌ ଏବଂ ଭାରତୀୟ ଅଂଶୀଦାର ଟାଟା ଭାରତର ଏକ କାରଖାନାରୁ ଆପାଚି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial