ଶ୍ରୀମନ୍ଦିର ସୁରକ୍ଷା ଲଢେଇରେ ହାଇକୋର୍ଟ ବାର୍ ସହଯୋଗ ଲୋଡିଲା ଶ୍ରୀଜଗନ୍ନାଥ ସେନା

ଶ୍ରୀଜଗନ୍ନାଥ ସେନା

କଟକ: ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଆଜି ହାଇକୋର୍ଟ ବାର୍ ଆସୋସିଏସନ୍ ସହଯୋଗ ଓ ସମର୍ଥନ ଲୋଡାଯାଇଛି। ଏ ନେଇ ଶ୍ରୀଜଗନ୍ନାଥ ସେନା ତରଫରୁ ହାଇକୋର୍ଟ ବାର୍‌କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଶ୍ରୀଜଗନ୍ନାଥ ସେନା ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ ହାଇକୋର୍ଟର ଆଇନଜୀବୀଙ୍କ ସହିତ ଆଲୋଚନା କରିବା ସହିତ ଶ୍ରୀମନ୍ଦିର ମନ୍ଦିର ସୁରକ୍ଷା ପ୍ରସଂଗରେ ସହଯୋଗ କରିବାକୁ କହିଥିଲେ। ଏହି ଅବସରରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଶ୍ରୀମନ୍ଦିର ମନ୍ଦିର ଚତୁଃପାର୍ଶ୍ବରେ ଚାଲିଥିବା ବେଆଇନ ଖନନ ଓ ନିର୍ମାଣ କାର୍ଯ୍ୟ ଯୋଗୁଁ ବିପଦ ଦେଖା ଦେଇଛି। ଶ୍ରୀମନ୍ଦିରରେ ବହୁ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ବିନା ଅନୁମତିରେ ରାଜ୍ୟ ସରକାର ଜୋର ଜବରଦସ୍ତ ଏହି କାର୍ଯ୍ୟ କରୁଛନ୍ତି। ଏହି ପରିପ୍ରେକ୍ଷିରେ ଶ୍ରୀଜଗନ୍ନାଥ ସେନା ତରଫରୁ ପୁରୀରୁ ଦିଲ୍ଲୀ ଲଢେଇ ଜାରି ରଖିଛି। ଓଡ଼ିଶା ହାଇକୋର୍ଟର ସମସ୍ତ ଆଇନଜୀବୀଙ୍କୁ ଏହି ଲଢେଇରେ ସାମିଲ ହେବା ପାଇଁ ନିବେଦନ କରାଯାଇଛି। ଯଦି ହାଇକୋର୍ଟର ଓକିଲମାନେ ସାମିଲ ହୁଅନ୍ତି ତେବେ ନିଶ୍ଚିତ ଭାବେ ଶ୍ରୀମନ୍ଦିର ସୁରକ୍ଷିତ ହୋଇ ପାରିବ ବୋଲି ଶ୍ରୀ ପଟ୍ଟନାୟକ କହିିଛନ୍ତିି। ହାଇକୋର୍ଟ ବାର ସଂପାଦକ ଆଲୋକ ପ୍ରସାଦ ନନ୍ଦ କହିଛନ୍ତି ଯେ ଶ୍ରୀଜଗନ୍ନାଥଙ୍କ ସୁରକ୍ଷା ପାଇଁ ଆଇନ ଅନୁସାରେ ଯାହା ସମ୍ଭବ ପଦକ୍ଷେପ ନିଆଯିବ।

Share Now:

Kalinga News Beuro

Next Post

କାଳବୈଶାଖୀ ପାଇଁ ୧୫ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି

Thu May 19 , 2022
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍‌ ୨୦ ତାରିଖ ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଢ଼େଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ଗଞ୍ଜାମ, କଟକ, ଓ ଜଗତସିଂହପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ ବଜ୍ରପାତ ଓ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ […]
କାଳବୈଶାଖୀ ୧୫ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial