ମହିଳା ବିଶ୍ବ ମୁଷ୍ଟିଯୁଦ୍ଧରେ ସ୍ବର୍ଣ୍ଣ ଜିତି ଇତିହାସ ରଚିଲେ ନିଖତ୍ ଜରିନ୍

ସ୍ବର୍ଣ୍ଣ ଜିତି ଇତିହାସ ରଚିଲେ ନିଖତ୍ ଜରିନ୍

ଇସ୍ତାନବୁଲ: ଭାରତୀୟ ମହିଳା ମୁ‌ଷ୍ଟିଯୋଦ୍ଧା ନିଖତ ଜରୀନ (୫୨ କେଜି) ଆଇବିଏ ମହିଳା ବିଶ୍ବ ମୁଷ୍ଟିପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଛନ୍ତି। ଆଜି ଫାଇନାଲ୍‌ ମୁକାବିଲାରେ ସେ ଥାଇଲ୍ୟାଣ୍ଡର ଜୁଟାମାସ୍ ଜିତପୋଙ୍ଗକୁ ପରାସ୍ତ କରି ବକ୍ସିଂ ବିଶ୍ୱ ଚାମ୍ପିଅନସିପରେ ନିଖତ୍ ଜରିନ୍ ସ୍ୱର୍ଣ୍ଣ ଜିତିଛନ୍ତି। ଆଜିର ମୁକାବିଲାରେ ସେ ନିଜର ପ୍ରତିଦ୍ୱନ୍ଦୀଙ୍କ ଉପରେ ଦବଦବା ବଜାୟ ରଖି ୫-୦ରେ ଏକତରଫା ଭାବେ ଜିତିଛନ୍ତି। ସୂଚନାଥାଉ କି ଗତକାଲି ସେମିଫାଇନାଲ୍‌ରେ ନିଖତ ୫-୦ରେ ବ୍ରାଜିଲର କାରୋଲିନ ଡି’ ଅଲମିଦାଙ୍କୁ ଏକତରଫା ଭାବେ ପରାସ୍ତ କରିଥିଲେ। ଚଳିତ ପ୍ରତିଯୋଗିତାରେ ଫାଇନାଲ୍‌ରେ ପହଞ୍ଚିବା‌ରେ ଏହି ପୂର୍ବତନ କନିଷ୍ଠ ବିଶ୍ବ ବିଜେତା ପ୍ରଥମ ଭାରତୀୟ ମୁ‌ଷ୍ଟିଯୋଦ୍ଧା ହୋଇଛନ୍ତି। ହାଇଦ୍ରାବାଦର ଝିଅ ଆଜି ବିଜେତା ହେବା ସଙ୍ଗେ ସଙ୍ଗେ ୬ ଥରର ବିଜୟିନୀ ଏମ୍‌ସି ମେରିକମ୍‌, ସରିତା ଦେବୀ, ଜେନି ଆର୍‌ଏଲ୍‌ ଓ ଲେଖା ସିଙ୍କ ଏଲିଟ ଗୃପ ସାମିଲ ହୋଇଛନ୍ତି।

Share Now:

Kalinga News Beuro

Next Post

ରାଜଧାନୀରେ ଚାଞ୍ଚଲ୍ୟ : ଯୁବକଙ୍କୁ ହତ୍ୟାକରି ପୋଡ଼ି ଦେଲେ ଦୁର୍ବୁତ୍ତ

Thu May 19 , 2022
ଭୁବନେଶ୍ବର: ରାଜଧାନୀରେ ଜଣେ ଯୁବକଙ୍କୁ ହତ୍ୟାକରି ପୋଡ଼ି ଦେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ଇନଫୋସିସ୍ ଥାନା ଅଧୀନ ଶିଖରଚଣ୍ଡୀ ପାହାଡ଼ରୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର ହୋଇଛି। ବିଳମ୍ବିତ ରାତ୍ରିରେ ଯୁବକଙ୍କୁ ହତ୍ୟା କରିବା ପରେ ହତ୍ୟାକାରୀମାନେ ଶବକୁ ଜାଳି ଦେବାକୁ ପ୍ରୟାସ କରିଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ହେପାଜତକୁ ନେଇ ତଦନ୍ତ କରୁଥିବା ଜଣାପଡିଛି। ମୃତ ଯୁବକ ନନ୍ଦନକାନନ […]
ଯୁବକଙ୍କୁ ହତ୍ୟାକରି ପୋଡ଼ି ଦେଲେ ଦୁର୍ଵୃତ୍ତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial