ଅଶାନ୍ତ ରାଜଧାନୀ : ପଳାଶୁଣିରେ ୩ ବୋମା ମାଡ଼

ପଳାଶୁଣିରେ ୩ ବୋମା ମାଡ଼

ଭୁବନେଶ୍ବର: ରାଜଧାନୀରେ ପୁଣି ଫୁଟିଲା ବୋମା। ପଳାଶୁଣି ନିକଟ ଜଗନ୍ନାଥ ବିହାରରେ ବିଳମ୍ବିତ ରାତିରେ ହୋଇଛି ବୋମା ମାଡ଼। କେହି ଦୁର୍ବୃତ୍ତ ୩ଟି ବୋମା ମାଡ଼ କରିଥିବା ସୂଚନା ମିଳିଛି। ତେବେ ବୋମାମାଡ଼ର କାରଣ ସମ୍ପର୍କରେ ଜଣାପଡ଼ିନି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରୁଛି। ତେବେ ଏଥିରେ କାହାର କିଛି କ୍ଷତି ହୋଇନାହିଁ। ଆପାର୍ଟମେଣ୍ଟ ଦାୟିତ୍ୱରେ ଥିବା ସୁରକ୍ଷା କର୍ମୀଙ୍କ କହିବା ଅନୁସାରେ, ଗତକାଲି ରାତି ପ୍ରାୟ ୧୧ଟା ସମୟରେ ୨ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ବୋମା ମାଡ଼ କରି ଫେରାର ହୋଇଯାଇଥିଲେ। ତେବେ ବୋମା ମାଡ଼ର କାରଣ ଅସ୍ପଷ୍ଟ ରହିଛି। ଜମିଜମା ବିବାଦକୁ କେନ୍ଦ୍ର କରି ବୋମା ମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

Share Now:

Kalinga News Beuro

Next Post

ମହାନଦୀରେ ଫ୍ଲୋଟିଙ୍ଗ ରେଷ୍ଟୁରାଣ୍ଟ : ସପ୍ତାହେ ପରେ ହେବ କାର୍ଯ୍ୟକ୍ଷମ

Fri May 20 , 2022
କଟକ: ସିଲ୍‌ଭର ସିଟି ବୋଟ୍‌ କ୍ଲବ୍‌କୁ ଆସିଛି ୩୦ ସିଟ୍‌ ବିଶିଷ୍ଟ ଫ୍ଲୋଟିଙ୍ଗ ରେଷ୍ଟୁରାଣ୍ଟ। ଗୁରୁବାର ଏହି ରେଷ୍ଟୁରାଣ୍ଟର ଖଞ୍ଜିବା କାମ ଆରମ୍ଭ ହୋଇଛି। ସମସ୍ତ ଅଂଶ ଖଞ୍ଜାଯିବା କାର୍ଯ୍ୟ ଶେଷ ହେବାକୁ ପାଖାପାଖି ୭ ଦିନ ସମୟ ଲାଗିବ। ପରେ ଏହାକୁ ସର୍ବସାଧାରଣଙ୍କ ବ୍ୟବହାର ଉଦ୍ଦେଶ୍ୟରେ ପାଣି ଭିତରେ ଛଡ଼ାଯିବ ବୋଲି ଵାଟର ସ୍ପୋର୍ଟ୍ସ ସିମ୍ପଲ ପ୍ରାଇଭେଟ ଲିମିଟେଡ୍‌ର ଓଡ଼ିଶା ପ୍ରକଳ୍ପ ମୁଖ୍ୟ କମଳ ଦେ’ ସୂଚନା ଦେଇଛନ୍ତି। […]
୩୦ ଜଣିଆ ଫ୍ଲୋଟି˚ ରେଷ୍ଟୁରାଣ୍ଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial